ରାଫାଲେ ଚର୍ଚ୍ଚାର ଅବସାନ ଘଟିବ କି?

Published: Dec 14, 2018, 9:17 am IST

ସମୀକ୍ଷା ବ୍ୟୁରୋ-

ସୁପ୍ରିମକୋର୍ଟ “ରାଫାଲେ ବିମାନ କିଣା କାରବାରରେ ଅନିୟମିତତା ହୋଇଥିବାର ତଥ୍ୟ ନାହିଁ, ତେଣୁ ଏ ପ୍ରସଙ୍ଗରେ ଅଧିକ ତଦନ୍ତର ଆବଶ୍ୟକତା ନାହିଁ” ବୋଲି ଆଜି କହିଛନ୍ତି। ହଠାତ୍ ତିନୋଟି ରାଜ୍ୟ ବିଧାନସଭାର ନିର୍ବାଚନରେ ପରାଜୟର ଗ୍ଳାନି ଭୋଗୁଥିବା ବିଜେପି ପାଇଁ ସୁପ୍ରିମକୋର୍ଟଙ୍କ ଏହି ରାୟ ଏକପ୍ରକାର ଅମ୍ଳଜାନ ସଦୃଶ ହୋଇଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ରାଫାଲେ ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣିବ କି?

ରାଜନୈତିକ ଦୃଷ୍ଟିରୁ ଏହି ପ୍ରସଙ୍ଗର ଅନେକ ହୁଗୁଳା ଦିଗ ରହିଛି। ରାଫାଲେ ସଉଦାକୁ ନେଇ ଜନ ମାନସରେ ସନ୍ଦେହ ବସା ବାନ୍ଧି ସାରିଛି ଓ ସୁପ୍ରିମକୋର୍ଟଙ୍କ ରାୟ ଏହି ସନ୍ଦେହକୁ ଦୂର କରି ପାରିବ ନାହିଁ। ବୋଫର୍ସ ପ୍ରସଙ୍ଗ ପରି ରାଫାଲେ ପ୍ରସଙ୍ଗ ମଧ୍ୟ ଦୀର୍ଘ ଦିନ ଲୋକଙ୍କ ମନରେ ରହିବ। ସରକାରୀ କମ୍ପାନୀ ହାଲ୍ ବଦଳରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସକୁ ଅଫସେଟ୍ ପାର୍ଟନର କରିବାକୁ ନେଇ ପ୍ରଶ୍ନବାଚୀ ଆଜି ମଧ୍ୟ ରହିଛି।

ତେଣୁ ପ୍ରସଙ୍ଗ ସରିଯାଇଛି ବୋଲି ବିଜେପି ଉଲ୍ଲସିତ ହେବାର କୌଣସି କାରଣ ନାହିଁ। ଏହି ପ୍ରସଙ୍ଗରେ ଫ୍ରାନ୍ସରେ ମଧ୍ୟ ରାଜନୀତି ସରଗରମ ରହିଛି। ତେଣୁ କେତେ ବେଳେ କି ପ୍ରକାର ନୂଆ ତଥ୍ୟ ଆସିବ, ସେ କଥା ଏବେ କହି ଆଗକୁ ରାଫାଲେ ରାଜନୀତିରେ ଅନେକ ମୋଡ଼ ଆସିବା ବାକି ଅଛି।

Related posts