Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଫାଲେ ଚର୍ଚ୍ଚାର ଅବସାନ ଘଟିବ କି?
ବିଶେଷ ଖବର

ରାଫାଲେ ଚର୍ଚ୍ଚାର ଅବସାନ ଘଟିବ କି?

December 14, 2018No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ସୁପ୍ରିମକୋର୍ଟ “ରାଫାଲେ ବିମାନ କିଣା କାରବାରରେ ଅନିୟମିତତା ହୋଇଥିବାର ତଥ୍ୟ ନାହିଁ, ତେଣୁ ଏ ପ୍ରସଙ୍ଗରେ ଅଧିକ ତଦନ୍ତର ଆବଶ୍ୟକତା ନାହିଁ” ବୋଲି ଆଜି କହିଛନ୍ତି। ହଠାତ୍ ତିନୋଟି ରାଜ୍ୟ ବିଧାନସଭାର ନିର୍ବାଚନରେ ପରାଜୟର ଗ୍ଳାନି ଭୋଗୁଥିବା ବିଜେପି ପାଇଁ ସୁପ୍ରିମକୋର୍ଟଙ୍କ ଏହି ରାୟ ଏକପ୍ରକାର ଅମ୍ଳଜାନ ସଦୃଶ ହୋଇଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ରାଫାଲେ ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣିବ କି?

ରାଜନୈତିକ ଦୃଷ୍ଟିରୁ ଏହି ପ୍ରସଙ୍ଗର ଅନେକ ହୁଗୁଳା ଦିଗ ରହିଛି। ରାଫାଲେ ସଉଦାକୁ ନେଇ ଜନ ମାନସରେ ସନ୍ଦେହ ବସା ବାନ୍ଧି ସାରିଛି ଓ ସୁପ୍ରିମକୋର୍ଟଙ୍କ ରାୟ ଏହି ସନ୍ଦେହକୁ ଦୂର କରି ପାରିବ ନାହିଁ। ବୋଫର୍ସ ପ୍ରସଙ୍ଗ ପରି ରାଫାଲେ ପ୍ରସଙ୍ଗ ମଧ୍ୟ ଦୀର୍ଘ ଦିନ ଲୋକଙ୍କ ମନରେ ରହିବ। ସରକାରୀ କମ୍ପାନୀ ହାଲ୍ ବଦଳରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସକୁ ଅଫସେଟ୍ ପାର୍ଟନର କରିବାକୁ ନେଇ ପ୍ରଶ୍ନବାଚୀ ଆଜି ମଧ୍ୟ ରହିଛି।

ତେଣୁ ପ୍ରସଙ୍ଗ ସରିଯାଇଛି ବୋଲି ବିଜେପି ଉଲ୍ଲସିତ ହେବାର କୌଣସି କାରଣ ନାହିଁ। ଏହି ପ୍ରସଙ୍ଗରେ ଫ୍ରାନ୍ସରେ ମଧ୍ୟ ରାଜନୀତି ସରଗରମ ରହିଛି। ତେଣୁ କେତେ ବେଳେ କି ପ୍ରକାର ନୂଆ ତଥ୍ୟ ଆସିବ, ସେ କଥା ଏବେ କହି ଆଗକୁ ରାଫାଲେ ରାଜନୀତିରେ ଅନେକ ମୋଡ଼ ଆସିବା ବାକି ଅଛି।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.