Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା
ବିଶେଷ ଖବର

ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା

July 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା
ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା

କେଦାର ମିଶ୍ର

ବିଜୁ ଜନତା ଗଠନ ହେବା ଦିନଠୁ ଏହା କ୍ଷମତାରେ ରହି ଆସିଛି। ୧୯୯୮ ରୁ ଆଜି ପର୍ଯ୍ୟନ୍ତ ଦଳର ଶୀର୍ଷ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ରହି ଆସିଛି। ତେବେ ବିଜେଡି ଭିତରେ ନବୀନଙ୍କ ନେତୃତ୍ଵ ଅନେକ ସମୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛି। ବନ୍ଧୁତା ଓ ବିଶ୍ଵାସଘାତକତାର ଦୀର୍ଘ ଅନୁଭୂତି ନବୀନ ବାବୁଙ୍କର ରହିଛି। ପାଞ୍ଚଥର ସରକାର ଗଢିବା ଭିତରେ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ଭିତରେ କିଛି ନେତା ଅସନ୍ତୁଷ୍ଟ ଓ ରୁଷ୍ଟ ହୋଇଛନ୍ତି। ଗୋଟେ ପୁରୁଣା ସିନେମାର ନାଁ ଅନୁସାରେ ଆମେ ଏମାନଙ୍କୁ ଅଶାନ୍ତ ଗ୍ରହ ବୋଲି କହିପାରିବା। ନବୀନଙ୍କୁ ବିରୋଧ କରିବାକୁ ଯାଇ ଏଇ ନେତାମାନେ ନିଜେ ସମାପ୍ତ ହୋଇ ଯାଇଛନ୍ତି। ବିଜେଡ଼ିରୁ ନବୀନଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ ଏମିତି ଜଣେ ବି ନେତା ନାହାନ୍ତି ଯିଏ ଅନ୍ୟ କେଉଁଠି ଉଧେଇ ପାରିଛନ୍ତି।

ପ୍ରଥମ ପର୍ଯ୍ୟାୟର ସରକାର ଗଠନ ବେଳେ ଏଇ ଧାରା ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ ହୋଇଥିଲା। ଅନଭିଜ୍ଞ ନବୀନଙ୍କୁ କ୍ଷମତାରେ ବସାଇ ବାସ୍ତବ କ୍ଷମତାକେନ୍ଦ୍ର ହେବାର ସ୍ଵପ୍ନ ଦେଖୁଥିବା ବିଜୟ ମହାପାତ୍ରଙ୍କୁ ସେ ଏମିତି ଏକ ଝଟକା ଦେଇଥିଲେ ଯେ, ବିଜୟ ଆଜି ମଧ୍ୟ ଉଠିବା ଅବସ୍ଥାକୁ ଆସିନାହାନ୍ତି। ତା ପରେ ପରେ ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ବ୍ରଜକିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ ପ୍ରମୁଖ ସେଇ ଅଶାନ୍ତ ଗ୍ରହର ଭୂମିକା ନେଇ କକ୍ଷଚ୍ୟୁତ ହୋଇଛନ୍ତି। ବିଜେଡି ଭିତରେ ଏଇ ନେତାମାନେ ଗୋଟେ ସମୟରେ ବେଶ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ। ୨୦୦୦ରେ ନବୀନ ବାବୁ ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାର କିଛି ବର୍ଷ ଭିତରେ ଏକଦା ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ଅନ୍ୟତମ କ୍ଷମତାକେନ୍ଦ୍ର ହେବା ଆରମ୍ଭ କଲେ। ଏଠି କହି ରଖିବା ଉଚିତ ହେବ ଯେ, ନବୀନଙ୍କ କ୍ଷମତା ବଳୟ ଭିତରେ ଯିଏ ବି ଦ୍ଵିତୀୟ କ୍ଷମତାକେନ୍ଦ୍ର ହେବାର ଚେଷ୍ଟା କରିଛି, ତାର ଡେଣା କଟିଛି।

ପ୍ୟାରୀ ବାବୁଙ୍କ ଭାଗ୍ୟରେ ମଧ୍ୟ ଠିକ ସେୟା ଘଟିଲା। ପ୍ରାୟ ଦଶ ବର୍ଷ ଧରି ଦ୍ଵିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବିଜେଡ଼ିରୁ ତଡା ଖାଇଲେ। ବିଜେଡ଼ିରୁ ବିତାଡିତ ହେବାପରେ ପ୍ୟାରୀଙ୍କ ରାଜନୈତିକ ଜୀବନ ଅନ୍ଧାର ହୋଇଗଲା ଓ ଏହାର ଅଳ୍ପଦିନ ପରେ ସେ ଆରପାରିକୁ ଚାଲିଗଲେ। ୨୦୧୪ ରୁ ୧୯ ଭିତରେ ଏଇ ଅଶାନ୍ତ ଗ୍ରହମାନଙ୍କର ସଂଖ୍ୟା ଟିକେ ଅଧିକ ଥିଲା। ୨୦୧୪ ନିର୍ବାଚନ ପରେ ପରେ ବିଜେଡ଼ିର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ଅଶାନ୍ତ ହେବା ଆରମ୍ଭ କରିଥିଲେ। କ୍ରମଶଃ ବୈଜୟନ୍ତଙ୍କ ସହ ନବୀନଙ୍କ ଦୂରତା ବଢିଲା ଓ ୨୦୧୭  ପଞ୍ଚାୟତ ନିର୍ବାଚନ ପରେ ବିଜେଡ଼ିରୁ ବୈଜୟନ୍ତଙ୍କ ନାଁ କଟିଲା। ତେବେ ଏହି ପାଳିରେ ସବୁଠୁ ବଡ ଅଶାନ୍ତ ଗ୍ରହର ଭୂମିକା ନେଇଥିଲେ ମନ୍ତ୍ରୀ ଦାମୋଦର ରାଉତ। ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରେ ରହି ମଧ୍ୟ ସରକାରକୁ ଅଡୁଆରେ ପକାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ଏହାର ପରିଣତି ତାଙ୍କୁ ଯଥାଶୀଘ୍ର ଭୋଗିବାକୁ ପଡିଥିଲା। ପ୍ରଥମେ ମନ୍ତ୍ରୀମଣ୍ଡଳରୁ ଓ ପରେ ଦଳରୁ ତଡା ଖାଇ ଦାମୋଦର ବାବୁ ଏବେ ପରାସ୍ତ ନେତାର ଭାଗ୍ୟ ନେଇ ଅଛନ୍ତି।

ବାରମ୍ଵାର ଦଳ ଭିତରେ ଅଶାନ୍ତି ଓ ଅସନ୍ତୋଷକୁ ସାମ୍ନା କରିଆସୁଥିବା ନବୀନ ଅସନ୍ତୁଷ୍ଟଙ୍କୁ “ସାଇଜ” କରିବାର କଳାରେ ଢେର ଅଭିଜ୍ଞତା ହାସଲ କରିଛନ୍ତି। ପଞ୍ଚମ ପାଳି ସରକାର ଗଢିବା ବେଳେ ବିଜେଡି ଭିତରେ ବୋଧହୁଏ ପ୍ରଥମ ଅଶାନ୍ତ ଗ୍ରହ ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପାଟି ଟିକେ ବେଶୀ ଶୁଭୁଛି। ମନ୍ତ୍ରୀ ହୋଇନଥିବାରୁ ବିଧାନସଭା ଭିତରେ ସରକାରକୁ ଅକଳରେ ପକାଇବାକୁ ମହାରଥୀ ବାରମ୍ବାର ପ୍ରୟାସ କରୁଛନ୍ତି। ସେଥିପାଇଁ ତାଙ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରୋକ୍ଷ ତାଗିଦ ମଧ୍ୟ କଲେଣି। ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ମହାରଥୀଙ୍କୁ ଯେମିତି ଛିଗୁଲାଇଛନ୍ତି, ସେଟା କଦାପି ତାଙ୍କର ବ୍ୟକ୍ତିଗତ ସାହସ ହୋଇନଥିବ। ମହାରଥୀଙ୍କୁ ଏହା ମାଧ୍ୟମରେ ଏକ ପ୍ରକାର ପରୋକ୍ଷ ଚେତାବନୀ ଦିଆଯାଇଛି।

ତେବେ ମହାରଥୀଙ୍କ ତୁଣ୍ଡକୁ ଲଗାମ ଦେବା ସରକାରୀ ଦଳ ପକ୍ଷରେ ସହଜ ହେବନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ମନ୍ତ୍ରୀ କରିବା ମଧ୍ୟ ନବୀନଙ୍କ ଲାଗି ଗୋଟେ ବଡ ବୋଝ ପାଲଟିଯିବ। ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକଙ୍କୁ ମାଡମାରିବା, ବେବିନା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେବା ଭଳି ପ୍ରସଙ୍ଗରେ ବିଜେଡି ମହାରଥୀଙ୍କ ଯୋଗୁଁ ଅପଦସ୍ତ ହୋଇଛି। ତେଣୁ ସ୍ଵାଭାବିକ ଭାବରେ ତାଙ୍କୁ ମନ୍ତ୍ରୀ କରିବାକୁ ନବୀନ ଚାହୁଁ ନାହାନ୍ତି। ହେଲେ କ୍ଷମତା ପାଇବାକୁ ବିଧାନସଭା ମାଧ୍ୟମରେ ଚାପ ପ୍ରୟୋଗର କୌଶଳ ମହାରଥୀ ଆପଣାର କରିଛନ୍ତି। ଏଇ ସମୟରେ ବିଜେଡ଼ିର ନୂଆ ଅଶାନ୍ତ ଗ୍ରହ ଭାବରେ  ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ।  ବୋଧହୁଏ ଏଇ ପାଳିର ସରକାରରେ ପ୍ରଦୀପ ମହାରଥି ଦାମୋଦର ରାଉତଙ୍କ ଶୂନ୍ୟସ୍ଥାନ ପୂରଣ କରିପାରନ୍ତି!!

BJD odishaassembly pradeepmaharathy speaker thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.