Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ସଂସଦ ଘେରିବ କଂଗ୍ରେସ, ଓଡିଶାରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ହେବ ଦାବୀ: ଅଳକା ଲାମ୍ବା
ବିଶେଷ ଖବର

ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ସଂସଦ ଘେରିବ କଂଗ୍ରେସ, ଓଡିଶାରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ହେବ ଦାବୀ: ଅଳକା ଲାମ୍ବା

July 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Alaka
ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ସଂସଦ ଘେରିବ କଂଗ୍ରେସ, ଓଡିଶାରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ହେବ ଦାବୀ: ଅଳକା ଲାମ୍ବା

ଭୁବନେଶ୍ବର: ଓଡିଶାରେ ପହଞ୍ଚିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା। ସେ ଆଜି କଂଗ୍ରେସ ଭବନରେ ଗୁରୁବାର ଦିନ ହେବାକୁ ଥିବା ବନ୍ଦ ଡାକରା ନେଇ ଆଲୋଚନା କରିଛନ୍ତି। ସେ ରାଜ୍ୟ ସଭାପତି ଭକ୍ତ ଦାସଙ୍କ ସହିତ ଆଲୋଚନା କରି ଆସନ୍ତାକାଲିର ବନ୍ଦକୁ ସଫଲ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

ବୈଠକ ପରେ ଅଳକା ଲାମ୍ବା ଗଣମାଧ୍ୟମକୁ କହିଛନ୍ତି ଯେ, ଓଡିଶା ଛାତ୍ରୀ ମୃତ୍ୟୁକୁ ନେଇ କଂଗ୍ରେସ ସଂସଦ ଘେରିବ। ଆସନ୍ତା 21 ତାରିଖରେ ଆରମ୍ଭ ହେବାକୁ ଥିବା ସଂସଦରେ କଂଗ୍ରେସ ଏହି ପ୍ରଂସଗ ଉଠାଇବ। ଓଡିଶାରେ ବର୍ତ୍ତମାନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରୁ 40 ହଜାର ମହିଳା ନିଖୋଜ ଅଛନ୍ତି। ହେଲେ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।

ସେହିପରି ସେ କହିଛନ୍ତି ଯେ, ଓଡିଶା ଛାତ୍ରୀ ମୃତ୍ୟୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି। ଓଡିଶା ସରକାରଙ୍କ ଅପରାଗତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଓଡିଶାରେ ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ସାମାଜିକ ଗଣମାଧ୍ୟମରେ କୌଣସି ଦୁଃଖ ପ୍ରକାଶ କରି ନାହାଁନ୍ତି ବୋଲି ଅଳକା କହିଛନ୍ତି। ରାଷ୍ଟ୍ରପତି ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ହେଲେ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ଧାଡିଟିଏ ମଧ୍ୟ ଲେଖି ନାହାଁନ୍ତି।

ସେ ଆହୁରି କହିଛନ୍ତି ଯେ, ବାଲେଶ୍ବର ଛାତ୍ରୀ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଟୁଇଟ କରି ନ୍ୟାୟ ଭିକ୍ଷା କରିଥିଲେ। ହେଲେ କେହି ହେଲେ ତାଙ୍କ କଥା ଶୁଣିଲେ ନାହିଁ। ଏତେବଡ ସ୍ପର୍ଶକାତର ଘଟଣାକୁ ସେମାନେ କିପରି ଚାପି ଦେଲେ ବୋଲି ଅଳକା ପ୍ରଶ୍ନ କରିଛନ୍ତି।

ଅଳକା କହିଛନ୍ତି ଯେ ଓଡିଶାରେ ନାରୀ ନିର୍ଯ୍ୟାତନା ଯେପରି ବୃଦ୍ଧି ପାଇବାରେ ଲାଗିଛି ସେଥିରେ କଂଗ୍ରେସ ସଡକରୁ ସଂସଦ ପର୍ଯ୍ୟନ୍ତ ଯିବ। ସେହି ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ କରିବ। ପୋଲିସ ଉପରେ ସରକାରୀ ଚାପ ଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। ଏହା ବିରୋଧରେ ମହିଳା କଂଗ୍ରେସ ରାଜ୍ୟର ସମସ୍ତ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳରେ ବିକ୍ଷୋଭ କରିବ ବୋଲି ସେ କହିଛନ୍ତି।

ଅଳକା ଲାମ୍ବା ଓଡିଶା ବନ୍ଦ କଂଗ୍ରେସ ଓଡିଶା ବନ୍ଦ ଛାତ୍ରୀ ଆତ୍ମହତ୍ୟା ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ମହିଳା କଂଗ୍ରେସ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026
Latest News

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.