Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧୀ ସ୍ବର
ବିଶେଷ ଖବର

କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧୀ ସ୍ବର

July 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧରେ ସ୍ବର

ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ କଂଗ୍ରେସ ଏବଂ ଆଠଟି ଦଳର ଓଡିଶା ବନ୍ଦ ଡାକରା ବେଶ ସଫଳ ହୋଇଛି। କାରଣ କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ ସାରା ଓଡଶାରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ନେଇ ବିରୋଧୀ ଦଳମାନେ ଏହି ବନ୍ଦ ଡାକରା ଦେଇଥିଲେ। କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି।

ଆଜି ସକାଳ ଛଅଟାରୁ ଆରମ୍ଭ ହୋଇଥିଲା ଏହି ବନ୍ଦ। କଂଗ୍ରେସ କର୍ମିମାନେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ରାସ୍ତା ଉପରକୁ ଚାଲିଆସିଥିଲେ। ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିବାରୁ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା। ହେଲେ ରାସ୍ତାରେ ଗାଡିଚଳାଚଳକୁ ନେଇ ରୋକିଥିଲେ କଂଗ୍ରେସ କର୍ମି। ଯେଉଁମାନେ ଗାଡି ଚଳାଚଳ କରୁଥିଲେ ସେମାନଙ୍କୁ କର୍ମିମାନେ ବୁଝାଇ ଫେରାଇ ନେଉଥିଲେ।

ଆଜି ରାଜଧାନୀରେ ଏହାର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। କଂଗ୍ରେସ କର୍ମିମାନେ ବାଣ୍ଟି ହୋଇ ବିଭିନ୍ନ ଛକରେ ଆନ୍ଦୋଳନ କରିଥିଲେ। ଯେଉଁମାନେ ଗାଡି ନେଇ ରାସ୍ତାକୁ ଆସୁଥିଲେ ସେମାନଙ୍କୁ କର୍ମିମାନେ ଗୋଲାପ ଫୁଲ ଏବଂ ଚକଲେଟ ଦେଇ ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଅନୁରୋଧ କରୁଥିଲେ।

ଗାନ୍ଧୀ ମାର୍ଗରେ କଂଗ୍ରେସ ସଭାପତି ଭକ୍ତ ଦାସ ଏବଂ ପ୍ରଭାରୀ ଅଜୟ ଲାଲୁ ପ୍ରମୁଖ ନେତାମାନେ ଏକ ଶୋଭାଯାତ୍ରା କରିଥିଲେ। ସେମାନେ କଂଗ୍ରେସ ଭବନରୁ ଏକ ରାଲିରେ ବାହାରି ଲୋକସେବା ଭବନ ଆଡକୁ ମାଡି ଚାଲିଥିଲେ। ଏହାପରେ ସମସ୍ତେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଥିଲେ। ତେବେ ବହୁ କର୍ମି ସେମାନଙ୍କୁ ଟପି ବ୍ୟାରିକେଟ ଭାଙ୍ଗିବାକୁ ଚେଷ୍ଠା କରିଥିଲେ। ଫଳରେ ପୋଲିସ ଏବଂ କଂଗ୍ରେସ କର୍ମିମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା।

କିଛି ସମୟ ଧରି ପୋଲିସ ସହିତ ଟକ୍କର ହେବା ପରେ ନେତା ଓ କର୍ମିମାନଙ୍କୁ ପୋଲିସ ଉଠାଇ ନେଇଥିଲା। ତେବେ ଆଜି ପୋଲିସ ତରଫରୁ ସେମିତି କିଛି ବଡ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗତକାଲି ବିଜେଡି ଆନ୍ଦୋଳନ ବେଳେ ଯେପରି ପାଣି ମାଡ ଏବଂ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା ସେପରି କିଛି ଦେଖିବାକୁ ମିଳି ନ ଥିଲା। କଂଗ୍ରେସ କର୍ମିମାନେ ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦକୁ ସଫଳ କରାଇଥିଲେ।

 

Congress Odisha Bandh ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଓଡିଶା ବନ୍ଦ କଂଗ୍ରେସ ଓଡିଶା ବନ୍ଦ ବାଲେଶ୍ବର ଛାତ୍ରୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025
Latest News

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025

ପୁଣି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: କହିଲେ, ଆମ ସେନା ସହିତ ଯୁଦ୍ଧ କର, ଦେଖିବା ତୁମେ କେତେ ଶକ୍ତିଶାଳୀ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.