ଭୁବନେଶ୍ବର: ବିଧାନସଭା ଚାଲିଥିବା ବେଳେ ମନ୍ତ୍ରୀମାନଙ୍କୁ କଣ ଠିକ ତଥ୍ୟ ବିଭାଗୀୟ ସଚିବମାନେ ଯୋଗାଉ ନ ଥିଲେ କି? ଏବେ ଏହିପରି ଏକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଉଠିଛି। କାରଣ ହେଲା ଗତକାଲି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସବୁ ସଚିବଙ୍କୁ ଏକ ଚିଠି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ମନ୍ତ୍ରୀମାନଙ୍କୁ ସଠିକ ତଥ୍ୟ ଯୋଗାଇ ଦିଏ। ଏଥିରେ କୁହାଯାଇଛି ଯେ, ବିଧାନସଭାରେ ଉଠିଥିବା ପ୍ରଶ୍ନର ସଠିକ ତଥ୍ୟ ଯୋଗାଇ ଦେବା ସହିତ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବିଦେଶ ସହିତ ବାହାର ଗସ୍ତରୁ ନିବୃତ ରହିବା ପାଇଁ ମଧ୍ୟ କୁହାଯାଇଛି।
ତେବେ ଏହି ଚିଠିକୁ ନେଇ ସାଧାରଣରେ ଏକ ପ୍ରଶ୍ନ ଉଠିଛି ଯେ, ପୂର୍ବରୁ କଣ ବିଭାଗୀୟ ଅଧିକାରୀ ତଥା ସବିବମାନେ କଣ ମନ୍ତ୍ରୀଙ୍କୁ ସଠିକ ଉତ୍ତର ଲେଖି ଦେଉ ନ ଥିଲେ କି? ବିଜେପି ସରକାର ଆସିବାର ଦେଢ ବର୍ଷ ହୋଇଗଲାଣି ଏହି ସମୟରେ କଣ ସଚିବମାନେ ଏ ପର୍ଯ୍ୟନ୍ତ ସଜାଗ ହୋଇ ନାହାଁନ୍ତି ଯେ, ମୁଖ୍ୟଶାସନ ସଚିବ ଚିଠି ଲେଖିବାକୁ ପଡିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ।
Read More- India–Japan Relations Get Boost as BCIC, Osaka Seal Landmark MoU
The Bangalore Chamber of Industry and Commerce (BCIC) and the City of Osaka have signed a historic Memorandum of Understanding (MoU), marking a new milestone in bilateral collaboration between India and Japan.