Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ି ଫେରିବାକୁ ବାଟ ଖୋଜୁଛନ୍ତି ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା
ବିଶେଷ ଖବର

ବିଜେଡ଼ି ଫେରିବାକୁ ବାଟ ଖୋଜୁଛନ୍ତି ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା

August 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦିନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଯେଉଁମାନେ ବିଜେଡି ଛାଡିଥିଲେ, ସେମାନେ ଆଜି ବିଜେଡ଼ିକୁ ଫେରି ଆସିବାକୁ ବିକଳ ହୋଇ ବାଟ ଖୋଜୁଥିବାର ଜଣା ପଡିଛି। ନିର୍ବାଚନ ପୂର୍ବରୁ ବିଜେଡ଼ିର ବିକଳ୍ପ ଛିଡା କରିବେ ବୋଲି ଯେଉଁ ନେତାମାନେ ବାହାସ୍ଫୋଟ ମାରୁଥିଲେ, ସେମାନେ କେହି ଲୋକଙ୍କ ସହ ରହିବାକୁ ଚାହୁଁ ନଥିଲେ। ସମସ୍ତଙ୍କୁ ସହଜରେ କ୍ଷମତା ଦାଖଲ ଲାଗି ଶିଡିଟିଏ ଦରକାର ଥିଲା। ଏହି ନେତାମାନେ ନବୀନଙ୍କ ଛାତ୍ରଛାୟାରେ ୨୦ ବର୍ଷ କ୍ଷମତା ଭୋଗ କରି ସାରିଲାପରେ, ନୂଆ ଶିଡି ର ତଲାଶ କରୁଥିଲେ। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମାନଙ୍କ ଲାଗି ସହଜ ଶିଡି ମନେ ହୋଇଥିଲା। ତେଣୁ ନବୀନଙ୍କ ନୂଆ ଶତ୍ରୁ ପାଲଟିଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିର୍ବାଚନ ପାଖାପାଖି ବିଜେପିରେ ଯୋଗ ଦେଇଥିଲେ। ସ୍ଵାଭାବିକ ଭାବରେ ନିର୍ବାଚନୀ ଉଷ୍ମତାରେ ବିଜେପିର ବିଜେଡି ବିରୋଧୀ ଆଭିମୁଖ୍ୟ ତୀବ୍ର ରହିଥିଲା। ଲାଗୁଥିଲା, ଯେମିତି ବିଜେଡି ବିଜେପି ପରଷ୍ପରର ମୁହଁ ଚାହିଁବେ ନାହିଁ। ସେଇ ପରିସ୍ଥିତିରେ ବିଜେପି ପାଇଁ ବୈଜୟନ୍ତଙ୍କର ବଡ ଆବଶ୍ୟକତା ରହିଥିଲା।

ବିଜେପି ପାଇଁ ବୈଜୟନ୍ତଙ୍କ ତୁଳନାରେ ବୈଜୟନ୍ତଙ୍କ ମାଲିକାନାରେ ରହିଥିବା ଟେଲିଭିଜନ ଚାନେଲ ବେଶୀ ଲୋଭନୀୟ ଥିଲା। ନିର୍ବାଚନ ସମୟରେ ଜନମତକୁ ପ୍ରଭାବିତ କରିବା ଲାଗି ରାଜ୍ୟର ସର୍ବାଧିକ ଟିଆରପି ଥିବା ଖବର ଚାନେଲଟିକୁ ନିଜ ସପକ୍ଷରେ ରଖିବାକୁ ବିଜେପି ଚାହୁଁଥିଲା। ସେଥିଲାଗି ବୈଜୟନ୍ତଙ୍କୁ ନିର୍ବାଚନ ସମୟରେ ବିଜେପି ତରଫରୁ ବେଶ ଗୁରୁତ୍ଵ ଦିଆଯାଉଥିଲା। ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି କରିବା ସହିତ ଜାତୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆ ଯାଇଥିଲା। ତେବେ ନିର୍ବାଚନ ସରୁ ସରୁ ବୈଜୟନ୍ତ ବିଜେପିରେ ଆଉ ବିଶେଷ ଆବଶ୍ୟକତା ହୋଇ ରହିନାହାନ୍ତି।

ଦାମଙ୍କ ଅବସ୍ଥା ବୈଜୟନ୍ତଙ୍କ ତୁଳନାରେ ଟିକେ ଭଲ। ଦାମ ବାବୁ ପୁରୁଣା ଲୋକ। ସେ ଗୋଟେ ପାଦ ବିଜେପିରେ ରଖିବା ସହିତ ଗୋଟେ ପାଦ ବିଜେଡିରେ ଛାଡିକି ଯାଇଛନ୍ତି। ପୁଅ ସମୀର ରାଉତରାୟ ବିଜେଡି ଟିକଟ ପାଇ ବିଧାୟକ ହୋଇଛନ୍ତି। ପୁଅକୁ ଜିତାଇବା ଓ ନିଜେ ହାରିବାରେ ଦାମଙ୍କ ଭୂମିକା କଥା ଉଭୟ ବିଜେପି ଓ ବିଜେଡି ଦଳର ତୁଙ୍ଗ ନେତା ଜାଣନ୍ତି। ତେଣୁ ନବୀନ ଓ ବିଜେଡି ବିରୋଧରେ ଯେତେ ଗପିଲେ ମଧ୍ୟ ଦାମୋଦର ରାଉତ ନିଜର ବିଜେଡି ଯୋଗସୂତ୍ର କାଟି ନାହାନ୍ତି।

ନିର୍ବାଚନ ପରେ ପରେ ହଠାତ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଏତେ ମଧୁର ହୋଇଯିବ ବୋଲି ଦାମ ବା ବୈଜୟନ୍ତ ଚିନ୍ତା କରିନଥିଲେ। ସେମାନେ ବିଜେପିରେ ରହି ଆଗାମୀ ଦିନରେ ନବୀନ ବିରୋଧୀ ଶକ୍ତିଙ୍କୁ ବିଜେପି ମାଧ୍ୟମରେ ଏକାଠି କରିବେ ବୋଲି ଯେଉଁ ଯୋଜନା କରିଥିଲେ, ତାହା ପାଣି ଫାଟି ଯାଇଛି। ଏବେ ବିଜେଡି ବିଜେପି ସମ୍ପର୍କ କ୍ଷୀର ଆଉ ନୀରର। ବିଜେପିରେ ରହି ବିଜେଡ଼ିକୁ ସମର୍ଥନ କରିବା ଅପେକ୍ଷା ବିଜେଡ଼ିକୁ ଫେରିଯିବା ଅଧିକ ଲାଭଦାୟକ ବୋଲି ଏଇ ନେତାମାନେ ବିଚାର କରୁଛନ୍ତି। ତେବେ ବିଚାର କରିବା ଓ ଫେରିବା ଏକା କଥା ନୁହେଁ।

ଦାମ ଓ ବୈଜୟନ୍ତ ବିଜେଡି କୁ ଫେରିବା ଲାଗି ଏବେ ନିଜର ପୁରୁଣା ବିଜେଡି ସହଯୋଗୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶୁଣାଯାଉଛି। ବିଜେଡ଼ିର କିଛି ପୁରୁଖା ନେତା ଦାମ ଓ ବୈଜୟନ୍ତଙ୍କ ସହ ଭିତିରି ଯୋଗସୂତ୍ରରେ ରହିଥିବାର ଖବର ମଧ୍ୟ ମିଳୁଛି। ତେବେ ବିଜେଡିକୁ ଫେରିବା ବାଟ ଆଦୌ ସହଜ ମଧ୍ୟ ନୁହେଁ। ବିଜେଡିରେ ସବୁବେଳେ ଏକତରଫା ରାସ୍ତାର ରାଜନୀତି କାମ କରି ଆସିଛି। ଯିଏ ଥରେ ଦଳରୁ ବାହାରିଛି, ତାକୁ ଆଉ ଥରେ ବିଜେଡି ଗ୍ରହଣ କରିନାହିଁ। କେବଳ ପ୍ରଫୁଲ୍ଲ ଘଡେଇ ତାର ଏକ ବ୍ୟତିକ୍ରମ। ତେବେ ପ୍ରଫୁଲ୍ଲ ଘଡେଇ ଦଳରୁ ବହିଷ୍କୃତ ହେବାପରେ ପୂରା ନୀରବ ରହିଥିଲେ। ସେ ଦାମ ଓ ବୈଜୟନ୍ତଙ୍କ ପରି ନବୀନ ବିରୋଧୀ ମୋର୍ଚ୍ଚା ଖୋଲିନଥିଲେ। ଏବେ ବିଜେପି ଭିତରେ ନବୀନଙ୍କ ସହ  ବୁଝାମଣାର ଯେଉଁ ମଧୁମାସ ଚାଲିଛି, ସେଥିରେ ବୈଜୟନ୍ତ ଓ ଦାମଙ୍କ ପରି ନେତା ବଡ ଦ୍ଵନ୍ଦ୍ଵ ରେ ପଡିଛନ୍ତି। ସେମାନେ ଯେ କୌଣସି ପ୍ରକାରେ ବିଜେଡ଼ିକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ବୋଲି ଶୁଣାଯାଉଛି।

BJD BJP damodarraut jayapanda odianews odishanews
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.