Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Odisha Cabinet Reshuffle Buzz: ନୂଆବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ, ଲାଗୁ ହେବ ଗୁଜୁରାଟ ମଡେଲ
ବିଶେଷ ଖବର

Odisha Cabinet Reshuffle Buzz: ନୂଆବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ, ଲାଗୁ ହେବ ଗୁଜୁରାଟ ମଡେଲ

December 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Cabinet Reshuffle Buzz
Odisha Cabinet Reshuffle Buzz: ନୂଆବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ, ଲାଗୁ ହେବ ଗୁଜୁରାଟ ମଡେଲ

Odisha Cabinet Reshuffle Buzz: କେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ହେବ ସେ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ହେଲେ ଓଡିଶାରେ ବିଜେପି ସରକାର କରିବାର 18 ମାସ ବିତିଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏପରିକି ରାଜ୍ୟରେ ଅଧାଗଢା ମନ୍ତ୍ରୀ ମଣ୍ଡଳରେ କାମ ଚାଲିଛି ହେଲେ ଏହା ସଂପ୍ରସାରଣ ମଧ୍ୟ ହୋଇପାରୁ ନାହିଁ। ଫଳରେ ବହୁ ବିଧାୟକ ମନ୍ତ୍ରୀ ହେବା ପାଇଁ ଅଣ୍ଟା ଭିଡି ବସିଥିଲେ ମଧ୍ୟ ତାଙ୍କ ଆଶା ପୂରଣ ହୋଇପାରୁ ନାହିଁ।

ତେବେ ନୂଆ ତଥ୍ୟ ଅନୁସାରେ ରାଜ୍ୟର ଜନସାଧାରଣ ନୂଆ ବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ ଦେଖିବାକୁ ପାଇବେ। ଆସନ୍ତା ବଜେଟ 2026 ପୂର୍ବରୁ ଏହି ମନ୍ତ୍ରୀ ମଣ୍ଡଳ ଗଠନ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଡିସେମ୍ବର ମାସରେ ବିଧାନସଭା ଚାଲିଛି, ଯାହା ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହାପରେ ନୂଆମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରି କୁଆଡେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି।

ବର୍ତ୍ତମାନ ଯେଉଁ ମନ୍ତ୍ରୀ ମଣ୍ଡଳ ରହିଛି ସେଥିରେ କେତେକଙ୍କୁ ବାହାର କରିବାର ଯୋଜନା ପ୍ରସ୍ତୁତ ହୋଇସାରିଛି। ସେହିପରି କେତେକ ମନ୍ତ୍ରୀଙ୍କ ବିଭାଗକୁ ମଧ୍ୟ ପରିବର୍ତ୍ତନ କରିଦିଆଯିବ। ଏଥିସହିତ କେତେକ ଦକ୍ଷ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ। ଏ ନେଇ ବିଜେପି ସଭାପତି, ମୁଖ୍ୟମନ୍ତ୍ରୀ ଓ ବିଜେପି ସଂଗଠନ ସଂପାଦକ ମିଳିତ ଭାବେ ତାଲିକା ପ୍ରସ୍ତୁତ କରିସାରିଛନ୍ତି। ତେବେ ପୂର୍ବରୁ ଯେଉଁ ଚର୍ଚ୍ଚା ଚାଲିଛି ଯେ, ମନ୍ତ୍ରୀମଣ୍ଡଳରୁ ସମସ୍ତ ଧର୍ମେନ୍ଦ୍ରେ ମାର୍କାଙ୍କୁ ବାହାର କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି।

ଏଥର ଓଡିଶା ମନ୍ତ୍ରୀ ମଣ୍ଡଳର ଆକାର ପରିପୂର୍ଣ୍ଣ ରହିବ। ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଦେଲେ ପୁରା କୋଡିଏ ଜଣଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଯିବ। ଏହି ମନ୍ତ୍ରୀ ଚୟନ ବେଳେ ଜିଲ୍ଲା ହିସାବରେ ନେତାଙ୍କୁ ପ୍ରାଧାନ୍ୟ ଦିଆଯିବ। ସେହିପରି ଗତ ଅଠର ମାସ ମଧ୍ୟରେ କେଉଁ ମନ୍ତ୍ରୀ ତାଙ୍କ ବିଭାଗରେ କେତେ ଦକ୍ଷତା ପ୍ରତିପାଦନ କରିଛନ୍ତି ତାହାକୁ ମଧ୍ୟ ଦୃଷ୍ଟିରେ ରଖାଯିବ। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ପୁଣି ସାମିଲ କରାଯିବ କିମ୍ବା ବହିସ୍କାର କରାଯିବ ତାହା ଚିନ୍ତା କରାଯିବ।

ସୁତ୍ର ଅନୁସାରେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ଗୁଜୁରାଟ ମଡେଲ ଲାଗୁ କରାଯିବ। ଅର୍ଥାତ ନିକଟରେ ଗୁଜୁରାଟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଯେପରି କରାଯାଇଥିଲା ତାହା ଅନୁସରଣ କରାଯିବ। ଗୁଜୁରାଟରେ ମନ୍ତ୍ରୀ ଅଦଳବଦଳ ବେଳେ ପ୍ରଥମେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ମନ୍ତ୍ରୀଙ୍କ ଇସ୍ତଫା ଗୃହିତ ହେବା ପରେ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇ ଶପଥ ଗ୍ରହଣ କରାଯାଇଥିଲା। ଏହା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଥିଲା। ଠିକ ସେହିପରି ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଲାଗୁ କରାଯିବ ବୋଲି ଯୋଜନା କରାଯାଇଛି।

ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ପୂର୍ଣ୍ଣାଙ୍କ ମନ୍ତ୍ରୀମଣ୍ଡଳ ଗଢିପାରି ନ ଥିବାରୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏପରିକି ନିଗମ ଅଧ୍ୟକ୍ଷ ମଧ୍ୟ ସରକାର ସ୍ଥିର ପାରିପାରୁ ନାହିଁନ୍ତି ବୋଲି ସମାଲୋଚନା କରାଯାଉଛି। ସେଥିପାଇଁ ନୂଆବର୍ଷରେ ଏ ସବୁ ପୂରଣ କରାଯିବ ବୋଲି ସ୍ପଷ୍ଟ ହୋଇଛି।

Odisha Cabinet Reshuffle Buzz ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026
Latest News

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.