Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ନେଇ ରାଜନୀତି, ନବୀନଙ୍କୁ କାଉଣ୍ଟର କଲେ ପ୍ରଭାତି
ବିଶେଷ ଖବର

ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ନେଇ ରାଜନୀତି, ନବୀନଙ୍କୁ କାଉଣ୍ଟର କଲେ ପ୍ରଭାତି

December 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ
ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ନେଇ ରାଜନୀତି, ନବୀନଙ୍କୁ କାଉଣ୍ଟର କଲେ ପ୍ରଭାତି

ଭୁବନେଶ୍ବର: ନିକଟରେ ଭୁବନେଶ୍ବରର ଧଉଳି ନିକଟରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଉଠିଛି। ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସତ୍ବେ ରାଜନୀତିରେ ଚର୍ଚ୍ଚା ଜୋରଦାର ଚାଲିଛି।

ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି। ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ୱସନୀୟତା ହରାଉଛି ସରକାର।

ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ? ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ। ‘

ଏହାକୁ ନବୀନ ନିଜ ସାମାଜିକ ଗଣମାଧ୍ୟମରେ ପକାଇବା ପରେ ତାହାକୁ ତୀବ୍ର ବିରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ସେ କହିଛନ୍ତି ଯେ, ‘ ଦୁଃଖଦ ଘଟଣା କୁ ନେଇ ରାଜନୀତି କରିବା ଆପଣଙ୍କ ଭଳି ବ୍ୟକ୍ତିତ୍ୱ ଙ୍କ ଠାରୁ ଓଡିଶା ଲୋକ ମାନେ କେବେ ବି ଆଶା କରି ନ ଥିବେ। ସତ ଆଉ କେବେ କହିବେ? ଏହି ଘଟଣା ରେ ତ୍ୱରିତ ପୋଲିସ ର ପଦକ୍ଷେପ ଓ ଅଭିଯୁକ୍ତ ଗିରଫ ଏହା ହେଉଛି ସତ। ଆପଣଙ୍କ ଦେଖେଇବା ରାସ୍ତାରେ ନୁହେଁ ଏବେ ସରକାରରେ ଆଇନ ତା ବାଟ ରେ ଯାଉଛି। ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ ବୋଲ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।’

ସୂଚନା ଯୋଗ୍ୟ ଯେ, ଗତ ଦଶ ତାରିଖରେ ଜଣେ ନାବାଳିକା ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଆସିଥିଲେ। ସେମାନେ ବୁଲାବୁଲି ସାରି ଫେରିବା ବେଳେ କେତେକ ଯୁବକ ଅଟକାଇ ପଇସା ମାଗିଥିଲେ। ସେମାନେ ମନା କରିବାରୁ ପୁରୁଷ ବନ୍ଧୁଙ୍କୁ ସେମାନେ ମାଡ ମାରିଥିଲେ। ଏହାପରେ ଉଭୟଙ୍କୁ ନଇ ପଠାକୁ ନେଇ ପୁରୁଷ ବନ୍ଧୁଙ୍କୁ ଯୁବକମାନେ ବାନ୍ଧି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ସିସି ଟିଭି ଫୁଟେଜ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

Naveen Patnaik Pravati Parida ନବୀନ ପଟ୍ଟନାୟକ ନାବାଳିକା ଦୁଷ୍କର୍ମ ପ୍ରଭାତି ପରିଡା ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026

ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ

January 6, 2026
Latest News

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026

BCCI ଆଗରେ ମୁଣ୍ଡ ନୁଆଁଇବ କି ବାଂଲାଦେଶ? ଜୟ ଶାହଙ୍କ ଅଧ୍ୟକ୍ଷତାରେ ICCର ବଡ଼ ପଦକ୍ଷେପ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.