Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ଦେଲେ ବଡ ବାର୍ତ୍ତା, କହୁ କହୁ କହିଲେ…..
ବିଶେଷ ଖବର

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ଦେଲେ ବଡ ବାର୍ତ୍ତା, କହୁ କହୁ କହିଲେ…..

December 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ପ୍ରତିଷ୍ଠା ଦିବସ
ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ଦେଲେ ବଡ ବାର୍ତ୍ତା, କହୁ କହୁ କହିଲେ.....

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଏହି ଦିବସ ପାଳନ କରିଛି। ଏଥିରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ନେତା ଓ କର୍ମିଙ୍କ ମନୋବଳକୁ ସୁଦୃଢ କରିଛନ୍ତି। ତେବେ ପ୍ରତିଷ୍ଠା ଦିବସରେ ନବୀନ କିଛି ବଡ ଘୋଷଣା କରିବେ ବୋଲି ଯେଉଁ ସମ୍ଭାବନା ଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି।

ପ୍ରତିଷ୍ଠା ଦିବସରେ ନବୀନ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ମୁଖିଆ କରିବେ ବୋଲି ବହୁ ଚର୍ଚ୍ଚା ଚାଲିଥିଲା। ଏପରିକି କେତେକ ଭେ କେ ପାଣ୍ଡିଆନଙ୍କୁ ମଧ୍ୟ ପୁଣି ଦାୟିତ୍ବ ଦେବେ ବୋଲି କୁହାଯାଉଥିଲା। ହେଲେ ସେଥିରେ ନବୀନ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ତାଙ୍କର ଉତ୍ତାରଧିକାରୀ ଭାବେ କାହାକୁ ବି ବାଛିଲେ ନାହିଁ କି ଘୋଷଣା କିଛି କଲେ ନାହିଁ। ଫଳରେ ଏହାକୁ ନେଇ ନେତା ମହଲରେ ବେଶ ଖୁସି ପ୍ରକଟ କରାଯାଇଥିବା ଜଣାପଡିଛି।

ତେବେ ନବୀନ ଯେଉଁ ବଡ କଥା କହିଲେ ତାହା ହେଲା ଯେ, ବିଜୁ ଜନତା ଦଳ ଆହୁରି ଶହେ ବର୍ଷ ପର୍ଯ୍ୟନ୍ତ ଜନସେବା ଜାରୀ ରଖିବ। ବିରୋଧୀମାନେ ବିଜେଡି ଭାଙ୍ଗି ଖଣ୍ଡଖଣ୍ଡ ହୋଇଯିବ ବୋଲି ପ୍ରଚାର କରୁଥିଲେ। ହେଲେ ବିଜେଡି ଭାଙ୍ଗିବ ନାହିଁ, ଏହି ଦଳ ଆହୁରି ଶହେ ବର୍ଷ ପର୍ଯ୍ୟନ୍ତ ଲୋକଙ୍କର କାମ କରିବ ବୋଲି ନବୀନ କହିଛନ୍ତି। ଫଳରେ ଏହାକୁ ନେଇ କର୍ମି ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

ସେ କହିଥିଲେ ଯେ, ୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶା ବାସୀଙ୍କ ସେବା କରିଚାଲିଛି। ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ କ୍ଷମତାରେ ଥିଲା ଓଡିଶା ର ବିକାଶ ଇତିହାସରେ ଏହା ଥିଲା ସୁବର୍ଣ୍ଣ ଯୁଗ। ଦାରିଦ୍ର୍ୟ, କ୍ଷୁଧା, ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ି ସଫଳ ହୋଇଛୁ। ଓଡିଶା କୁ ନୂଆ ପରିଚୟ ଦେଇଛୁ। ମା ମାନଙ୍କୁ ସଶକ୍ତ କରିଛୁ। ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟ କୁ ପୁଞ୍ଜି ଆଣିଛୁ। ଯୁବ ସମାଜ କୁ ନିଯୁକ୍ତି ଦେଇଛୁ। ଓଡିଶା କୁ ବିଜେଡି ସରକାର ନୂଆ ପରିଚୟ ଦେଇଛି।

ନବୀନ କହିଛନ୍ତି ଯେ, ବର୍ତ୍ତମାନ ର ବିଜେପି ସରକାର କହିବୁଲୁଛନ୍ତି ଯେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି। କିନ୍ତୁ ବିକାଶ କାହିଁ ବୋଲି କହି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଏଵେ ଚାଷୀ କୁ ସାର ମିଳୁନି। ମଣ୍ଡି ଖୋଲୁନି। ମିଶନ ଶକ୍ତି ମା ମାନେ ହଇରାଣ। ଯୁବ ସମାଜ ହତାଶ। ଗତ ଅଠର ମାସ ରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ପ୍ରଘଟ ହେଲାଣି। ଆଇନ ଶୃଙ୍ଖଳା କଥା ନ କହିବା ଭଲ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏପରିକି ଛୋଟ ଛୋଟ ଝିଅ ମାନେ ମଧ୍ୟ ନିରାପଦ ନୁଁହନ୍ତି। ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ।

କର୍ମିମାନଙ୍କୁ ଆହ୍ବାନ ଦେଇ ନବୀନ କହିଛନ୍ତି ଯେ, ଆମର ସାମାଜିକ ଗଣମାଧ୍ୟମକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ବିଜେପି ସରକାର ସାମାଜିକ ଗଣମାଧ୍ୟମରେ ଆମ ଦଳ ବିରୋଧରେ ଅପ୍ରଚାର କରିବାରେ ଲାଗିଛି। ତାହାକୁ ମୁକାବିଲା କରିବାର ଆବଶ୍ୟକତା ରହିଛି। ସେହିପରି ସେ କହିଥିଲେ ଯେ, ରାଜନୀତିରେ ଧର୍ଯ୍ୟ ହେଉଛି ସବୁଠାରୁ ବଡ କଥା। ଆପଣମାନେ ଧର୍ଯ୍ୟ ଧରି ଦଳପାଇଁ କାମ କରନ୍ତୁ ତାହାର ମୂଲ୍ୟ ନିଶ୍ଚିତ ମିଳିବ।

BJD Naveen Patnaik ବିଜୁ ଜନତା ଦଳ ବିଜେଡ଼ି ପ୍ରତିଷ୍ଠା ଦିବସ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026
Latest News

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.