Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆଜି  ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ।

ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ, କଟକରୁ ଭୁବନେଶ୍ବର ସାଇକେଲ ରାଲି

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାର ୨୬ ଡିସେମ୍ବର ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି  ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କରାଯିବ।

ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆନନ୍ଦ ଭବନରୁ ଶଙ୍ଖ ଭବନ: ପ୍ରତିଷ୍ଠା ଦିବସରେ ବିଜେଡି କରିବ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ କଟକ ସ୍ଥିତ ବିଜୁ ବାବୁଙ୍କ ଏନ୍ତୁଡ଼ିଶାଳ ‘ଆନନ୍ଦ ଭବନ’ ଠାରୁ ଭୁବନେଶ୍ବର ‘ଶଙ୍ଖ ଭବନ’ ପର୍ଯ୍ୟନ୍ତ ବିଶାଳ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହେବ। ବିଜେଡି ଲୋକଙ୍କ ବଳ ବୋଲି ଏହି ସାଇକେଲ ରାଲିରେ ପ୍ରଚାର କରାଯିବ। ଏହା ସକଳା ଆଠଟାରୁ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ସମସ୍ତ ଯୁବକ ସାମିଲ ହେବା ପାଇଁ ଦଳ ତରଫରୁ ଆହ୍ବାନ କରାଯାଇଛି।

ଏହାପୂର୍ବରୁ ଶଙ୍ଖ ଭବନ ଠାରୁ ଏକ ପ୍ରତୀକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତୀକ ସାଇକେଲ ଶୋଭାଯାତ୍ରାରେ ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ସମେତ ଆମ ଯୁବ ଓ ଛାତ୍ର ସଂଗଠନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ଭବିଷ୍ୟବାଣୀ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ

ପୁରୀ: ଆଜି ପୁରୀରେ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି ଦିବସରେ ଖୋଦ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାଙ୍କର ଭାଷଣ ଶୁଣିବା ପାଇଁ ସେଠାରେ ଦଳର କର୍ମିଙ୍କ ଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅପେକ୍ଷା କରିଥିଲେ। ନବୀନ ସେଠାରେ ଯାହା କହିଲେ ତାହା ଶୁଣି କର୍ମିମାନେ ବେଶ ଉତ୍ସାହିତ ହେଲେ, କିନ୍ତୁ ଟିଭିରୁ ଏହି ଭାଷଣ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ ହୋଇଯାଇଛି।

ଆଜି ନବୀନ ହେଲିକାପ୍ଟରରେ ପୁରୀ ସଭା ସ୍ଥଳରେ ପହଁଚିଥିଲେ। ସେଠାରେ ତାଙ୍କୁ ଦଳୀୟ କର୍ମାମାନେ ସ୍ବାଗତ କରି ନେଇଥିଲେ। ପୂର୍ବରୁ ସେହି ମଞ୍ଚରେ ବହୁ ବରିଷ୍ଠ ନେତାମାନେ ଭାଷଣ ଦେଇ ପରିବେଷକୁ ସରଗରମ କରି ରଖିଥିଲେ। ନବୀନ ପହଁଚିବା ପରେ ଏହି ପରିବେଷ ଆହୁରି ସରଗରମ ହୋଇପଡିଲା।

ମହେଶ୍ବର ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ପ୍ରମୁଖ ଭାଷଣ ଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସଂକ୍ଷିପ୍ତ ଭାଷଣ ପରେ ଆରମ୍ଭ ହୋଇଥିଲା ନବୀନଙ୍କ ଭିଡିଓ ଭାଷଣ। ଏଥିରେ ନବୀନ ଦୀର୍ଘ ଭାଷଣର ଶେଷ ପର୍ଯ୍ୟାୟରେ ମଞ୍ଜି କଥାଗୁଡିକ କହିଥିଲେ। ଯାହା ବିରୋଧୀଙ୍କୁ ବିଚଳିତ କରିଛି।

ସେ କହିଥିଲେ ଯେ, ଆଜି ବିଜେଡି 25 ବର୍ଷ ପୁରଣ କରିଛି, ଆଗକୁ ଏହି ଦଳ 50 ବର୍ଷ ପୁରଣ କରିବ। ଯଦି ମାଆମାନେ ଆର୍ଶିବାଦ କରିବେ ତେବେ ବିଜେଡି ଆହୁରି 100 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବ। ଏହି କଥା ଶୁଣି ବିରୋଧୀଙ୍କ ମୁଣ୍ଡ ଗରମ ହୋଇଯାଇଛି। କାରଣ  ବିଜେଡି ବର୍ତ୍ତମାନ ସରକାର ବା କ୍ଷମତାରେ ଅଛି ବୋଲି କହୁ ନାହିଁ, ବରଂ ଲୋକଙ୍କ ସେବା କରୁଛି ବୋଲି କହୁଛି। ସେହି ଅର୍ଥରେ ଗଲେ ବର୍ତ୍ତମାନ ବିଜେଡି ଆହୁରି 100 ବର୍ଷ ଶାସନ କରିବ ବୋଲି ନବୀନ ଭବିଷ୍ୟବାଣୀ ଦେଇ ଦେଲେ।

ନବୀନ ସେହି ଭାଷଣରେ ସ୍ପଷ୍ଟ କରିଥିଲେ ଯେ, ଓଡିଶାର ଲୋକମାନଙ୍କର ଆର୍ଶିବାଦରେ ଦଳ 25 ବର୍ଷ ଧରି ସେମାନଙ୍କର ସେବା କରୁଛି। ସେଥିପାଇଁ ବିଜେଡି ଏକ ରାଜନୈତିକ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନ ଭାବେ ଗଢି ଉଠିଛି। ଏହିପରି ଏକ ଦଳରେ ଲୋକଙ୍କର ସେବା କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ନବୀନ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ସେ ରାଜ୍ୟର ଚାଷୀ, ସମାଜସେବୀ, ଛାତ୍ର, ଯୁବକ, ବ୍ୟବସାୟୀ ସମସ୍ତେ ବିଜେଡିରେ ସାମିଲ ହୋଇ ଏହି ଆନ୍ଦୋଳନକୁ ଆଗେଇ ନିଅନ୍ତୁ ବୋଲି ନବୀନ କହିଥିଲେ। ଆଜି ଆମେ ମହିଳାମାନଙ୍କୁ ସଶକ୍ତ କରିପାରିଛୁ। ଘରେ ମହିଳା ସଶକ୍ତ ହେଲେ ଭଲ ପରିବାର ସୃଷ୍ଟି ହେବ। ସେହିପରି ରାଜ୍ୟରେ ମଧ୍ୟ ମହିଳା ସଶକ୍ତ ହେଲେ ଓଡିଶାର ବିକାଶ ହେବ। ସେଥିପାଇଁ ମହିଳାଙ୍କ ସହିତ ସବୁ ବର୍ଗର ଲୋକେ ବିଜେଡିରେ ସାମିଲ ହୁଅନ୍ତୁ ବୋଲି ନବୀନ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡକୁ ପୁରିଲା ୨୫ ବର୍ଷ, ଧିରେ ପାଦ ପକାଇ ଏକ ଲମ୍ବା ରାସ୍ତା ଚାଲୁଥିବା ଆଞ୍ଚଳିକ ଦଳ

ଭୁବନେଶ୍ବର: ବିଜୁ ଜନତା ଦଳ ଗଠନର ୨୫ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହି ଆସିଛି। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ।

ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେ କୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ଯକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା।

ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରି ସଫଳତା ହାସଲ କରିବାରେ ଲାଗିଛି। ହେଲେ ତାହାର ରହସ୍ୟ ଏ ପର୍ଯ୍ୟନ୍ତ ବିରୋଧୀ ବୁଝିବାକୁ ସକ୍ଷମ ହୋଇପାରି ନାହାଁନ୍ତି।

ଆଜିର ପରିସ୍ଥିତିରେ ବିଜେଡିର ମହିଳା ସଶକ୍ତିକରଣ ଏକ ବଡ ଅସ୍ତ୍ର ଭାବେ ଉଭା ହୋଇଛି।  ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଛି। ଏସଏଚଜି ଗ୍ରୁପ ଗଠନ କରି ମହିଳା ସଶକ୍ତିକରଣର ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି ବିଜେଡି। ଆଜି ହୁଏତ ଏହି ମହିଳା ଗ୍ରୁପ ବିଜେଡିର ଭୋଟ ବ୍ୟାଙ୍କ ହୋଇପାରନ୍ତି ହେଲେ ଘରେ ବସି ରହିଥିବା ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବାରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ରାଜନୈତିକ ପରିସ୍ଥିତି କଥା ଚିନ୍ତା କଲେ ଏହା ସ୍ପଷ୍ଟ ଯେ, ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଦ୍ଵିତୀୟ ଧାଡିର ନେତୃତ୍ୱ ଏବେ ପ୍ରାୟ କ୍ଳାନ୍ତ ଓ ପୁରୁଣା। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି।

ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତିକି ଦୀର୍ଘ ହୋଇଯାଇ ଥାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ଯନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁ ନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ। ଦଳର ବିଧାୟକ ଓ ନେତାଙ୍କ ଭିତରେ କ୍ଷମତାର ଅହଂକାର ବଢୁଛି ଓ ସେ ଅହଂକାର ବିଜେଡି ଲାଗି କ୍ଷତିର କାରଣ ହୋଇପାରେ।

୨୫ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ, ହେଲେ ଏହି ସମର୍ଥନ କୁ ଯଦି ଅହଂକାର ଗ୍ରାସ କରିଯାଏ , ତେବେ ଲୋକେ ପରିବର୍ତ୍ତନ ପାଇଁ କୌଣସି ମୁହୂର୍ତ୍ତରେ ମଧ୍ୟ ସିଦ୍ଧାନ୍ତ ନେଇପାରନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶଙ୍ଖ କ୍ଷେତ୍ର ପୁରୀରେ ଶଙ୍ଖନାଦ କରିବ ବିଜେଡି, ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ବିଜେଡିର ପ୍ରତିଷ୍ଠା ଦିବସ। ପଚିଶ ବର୍ଷ ପୁରଣ କରି ଛବିଶରେ ପଦାର୍ପଣ କରିବ। ଓଡିଶା ରାଜନୀତିରେ ଏହି ଦଳ ପ୍ରତିଷ୍ଠା ଦିନଠାରୁ ଶାସନ ଗାଦିରେ ରହିବା କିଛି ଛୋଟ କଥା ନୁହେଁ। ଭାରତର ରାଜନୈତିକ ଇତିହାସରେ ଏହା ଏକ ଉଲ୍ଲେଖନୀୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ବିଜେଡି ପ୍ରତିବର୍ଷ ଏହି ପ୍ରତିଷ୍ଠା ଦିବସ ପାଳନ କରିଥାଏ। ଏଥର ମଧ୍ୟ କରିବ। ତେବେ ଚଳିତ ବର୍ଷ ପ୍ରତିଷ୍ଠା ଦିବସ ବିଜେଡି ପାଇଁ ସଂପୂର୍ଣ୍ଣ ଭିନ୍ନ। କାରଣ ଏହି ବର୍ଷ ଦଳ ୨୫ ବର୍ଷ ପୁରଣ କରିବ। ସେହିପରି ଯଦି ଆଗୁଆ ଭୋଟ ହୁଏ ତେବେ ନିର୍ବାଚନକୁ ଯିବା ପୂର୍ବରୁ ଏହା ଶେଷ ପ୍ରତିଷ୍ଠା ଦିବସ ହେବ। ସେଥିପାଇଁ ବିଜେଡି ଶିବିରରେ ଚଳିତ ପ୍ରତିଷ୍ଠା ଦିବସକୁ ବେଶ ଗୁରୁତ୍ବ ଦିଆଯାଇଛି।

ସବୁବେଳେ ଜଗନ୍ନାଥ ବିଶ୍ବାସୀ ହୋଇଥିବା ବିଜେଡି ଏଥର ତାହାର ପ୍ରତିଷ୍ଠା ଦିବସ ସେହି ପୁରୀ ଶଙ୍ଖକ୍ଷେତ୍ରରେ ଶଙ୍ଖନାଦ କରିବ ବୋଲି ପ୍ରସ୍ତୁତି କରିଛି। ପୁରୀ ତାଳବଣିଆରେ ଏଥିପାଇଁ ଦଳ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ଲକ୍ଷାଧିକ କର୍ମିଙ୍କ  ସମାଗମ କରିବା ପାଇଁ ଦଳ ତରଫରୁ ଚାଲିଛି ପ୍ରଚେଷ୍ଠା। ପୁରୀର ଏହି ସମାବେଶର ସଂପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି ଦଳର ସାଂଗଠାନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ।

ତେବେ ଏଥର ନୁହେଁ ବିଜେଡି ୨୦୧୭ ମସିହାରେ ମଧ୍ୟ ପୁରୀରେ ତାହାର ପ୍ରତିଷ୍ଠା ଦିବସ ବେଶ ବଡ ଆକାରରେ ଆୟୋଜନ କରିଥିଲା। ସେହିଦିନ ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟକୁ ଭୁବନେଶ୍ବରର ବାହାରେ ପୁରୀରେ କରାଯାଇ ଥିଲା। ଖୋଦ ନୀବନ ପଟ୍ଟନାୟକ ପୁରୀରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ସହ ପ୍ରତିଷ୍ଠା ଦିବସ ସମାବେଶରେ ଯୋଗ ଦେଇଥିଲେ। ଏହାର ବର୍ଷେ ପରେ ଅର୍ଥାତ ୨୦୧୯ରେ ସାଧାରଣ ନିର୍ବାଚନ ହୋଇଥିଲା।

ଏଥର ମଧ୍ୟ ସମାନ ଢଙ୍ଗରେ ଏହି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ଦଳ। ତେବେ ଏଥର କ୍ୟାବିନେଟ ବୈଠକ ହେବ କି ନାହିଁ ତାହା ଘୋଷଣା କରାଯାଇ ନାହିଁ। ହେଲେ ଏହି ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ବିଜେଡିର ଏହି ପ୍ରସ୍ତୁତିକୁ ନେଇ ଉଭୟ ବିରୋଧୀ ଦଳ ମୁକାବିଲା କରିବା ପାଇଁ ଯୋଜନା କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ବରିଷ୍ଠ ନେତାଙ୍କର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ବିଜୁ ଜନତା ଦଳର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛି। ନିକଟରେ ଦଳ ପଦ୍ମପୁର ଉପନିର୍ବାଚନରେ ଜିତିବା ପରେ ଏବଂ ଭୋଟ ଗ୍ରହଣ ପରେ ଦୁଇଥର ବୈଠକ କରିଥିଲା। ଏଥିରେ ସେହି ଉପନିର୍ବାଚନ ଦାୟିତ୍ବରେ ଥିବା ନେତାଙ୍କୁ ନେଇ ହୋଇଥିଲା ବୈଠକ। ହେଲେ ରବିବାରଦିନ ସବୁ ବରିଷ୍ଠ ନେତା, ବିଧାୟକ, ସାଂସଦ ଏବଂ ଜିଲ୍ଲା ସଭାପତିଙ୍କୁ ଡକାଯାଇଥିଲା।

ତେବେ ଏହି ବୈଠକରେ ଆସନ୍ତା ନିର୍ବାଚନ ପାଇଁ ଆଲୋଚନା ହୋଇଛି କି ନାହିଁ ତାହା କେହି କହି ନ ଥିଲେ। ହେଲେ ଆସନ୍ତା 26 ତାରିଖରେ ବିଜୁ ଜନତା ଦଳ ତାହାର ରୌପ୍ୟ ଜୟନ୍ତି ପାଳନ କରିବ। ସେଥିପାଇଁ ଦଳର ଏହି ନେତାମାନେ ଏକାଠି ହୋଇ ଏହାକୁ କିପରି ଧୂମଧାମରେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଥିଲା।

ବୈଠକ ଅନୁସାରେ ପ୍ରତିଷ୍ଠା ଦିବସରେ ପୁରୀ ଶ୍ରୀଜଗନ୍ନାଥ ଧାମରେ କରାଯିବ ଏକ ବିଶାଳ ସମାବେଶ। ସେହି ସମାବେଶକୁ କିପରି ସଫଳ କରାଯିବ ସେ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଏଥର ବିଜେଡି ତାହାର ପ୍ରତିଷ୍ଠା ଦିବସକୁ ବର୍ଷେ ପର୍ଯ୍ୟନ୍ତ ପାଳନ କରିବ ବୋଲି ନିଷ୍ପତି କରିଛି। ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ତରଫରୁ କରାଯିବ ସମାବେଶ।

ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକମାନେ କିପରି ଅବଗତ ହେବେ ସେ ନେଇ ଦଳୀୟ କର୍ମିମାନେ କାର୍ଯ୍ୟ କରିବେ। ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ବର୍ତ୍ତମାନ ଦଳ ନୁହେଁ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇସାରିଛି। ଏହି ଆନ୍ଦୋଳନକୁ ଲୋକଙ୍କ ପାଖରେ ପ୍ରସାର ପ୍ରଚାର କରାଯିବ ବୋଲି ନିଷ୍ପତି ହୋଇଛି।

ବର୍ତ୍ତମାନ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳର ଏହି ପ୍ରତିଷ୍ଠା ଦିବସ ପ୍ରଚାର ପ୍ରସାର କ୍ଷେତ୍ରରେ ବେଶ ସାହାଯ୍ୟ କରିପାରିବ। ତାହାକୁ ଦୃଷ୍ଟିରେ ରଖି ବିଜେଡି ତାହାର ରଣନୀତି ପ୍ରସ୍ତୁତି କରି ଆଗୁଆ ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରକୃତ ବସ୍ କିଏ ? ଆଜି ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଲେ ଏପରି କଥା

ଭୁବନେଶ୍ବର: ଆଜି ବିଜେଡି ତାହାର 25 ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ଦଳର ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କର ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି ।

ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ଆଶିର୍ବାଦରେ ଦିନକୁ ଦିନ ବଢ଼ି ଚାଲିଛି । ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରୀୟତା ପ୍ରତି ବର୍ଷ ବଢ଼ିଚାଲିଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି। ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ।୨୦୦୦ ମସିହାର ଓଡ଼ିଶା ଏବଂ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି।

ଏହି ପରିପ୍ରେକ୍ଷୀରେ ନବୀନ ଗରିବି କମ୍‍ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି ବୋଲି କହିଥିଲେ। ଓଡ଼ିଶାରେ ଗରିବି ୬୩%ରୁ ୨୯%କୁ କମିଛି । ଅଶି ଲକ୍ଷ ଲୋକ ଗରିବି ରେଖା ଉପରକୁ ଆସିଛନ୍ତି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବିକୁ ୧୦%କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥି ପାଇଁ ଯାହା ଦରକାର ଆମ ସରକାର ସେ ସବୁ ପଦକ୍ଷେପ ନେବ ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଜାତିସଂଘ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି । ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ତିନି ନମ୍ବରରେ ଅଛି । ଏହାର ସବୁ ଶ୍ରେୟ ଆମର ଚାଷୀଙ୍କର It also reflects our commitment to expand irrigation facilities in the State.

ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମା ମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳରେ ୫୦% ସ୍ଥାନ ସଂରକ୍ଷଣରେ ମଧ୍ୟ ଓଡ଼ିଶା ଆଗରେ ଅଛି । ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ହିଁ ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମା ମାନଙ୍କ ହକ୍‍ ପାଇଁ ଆମର ଆନ୍ଦୋଳନ ଜାରି
ରହିବ ।

ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମା ମାନଙ୍କୁ ସଶକ୍ତ କରିଛି । ୭୦ ଲକ୍ଷ ମା ମାନଙ୍କ ଏହି ବିରାଟ ଆନ୍ଦୋଳନ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ତଫସିଲ୍‍ଭୁକ୍ତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଭାଇ ଭଉଣୀଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି । କରୋନା ସମୟରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ଏହା ସାରା ଦେଶରେ ସବୁଠାରୁ ଅଧିକ । ଆମର ଯୁବ ପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି ।

କରୋନା ସମୟରେ ମାଗଣା ଚିକିତ୍ସା ଦେଇଛି ଓଡ଼ିଶା ସରକାର । ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛି ଓଡ଼ିଶା ସରକାର । ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା ସରକାର । ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‍ଥ କାର୍ଡ଼ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଏକ ବିପ୍ଳବ ଆଣିଛି ।

୫T  ସ୍କୁଲ୍‍ ଟ୍ରାନ୍ସଫରମେଶନ ଆଜି ଆମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ସୃଷ୍ଟି କରିଛି । ସେ ଶିକ୍ଷା ହେଉ ବା କ୍ରୀଡ଼ା ବା ସ୍ୱାସ୍ଥ୍ୟ ବା କୃଷି — ସବୁ କ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ୁଛି । ବିଜୁ ଜନତା ଦଳର ବସ୍‍ (BOSS) ହେଉଛନ୍ତି ଓଡ଼ିଶାବାସୀ । ଆମର ଦିଲ୍ଲୀରେ କେହି ବସ (BOSS) ନାହିଁ । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶବାସୀଙ୍କ ଇଛାରେ । ଓଡ଼ିଶାର ହକ୍‍ ପାଇଁ । ଆମ କାମ ପାଇଁ, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ହିଁ ଉତ୍ତର ଦାୟୀ ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜୀକ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିଚାଲିବ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିକୁ ପୁରିଲା 25 ବର୍ଷ, ଦେଶରେ ଏକ ଶ୍ରେଷ୍ଠ ରାଜନୈତିକ ଦଳ ଭାବରେ ଏହା କାହିଁକି ହେଲା ପରିଚିତ

ଭୁବନେଶ୍ବର: ଡିସେମ୍ବର 26 ତାରିଖ, ଠିକ 1997 ମସିହା ଆଜିର ଦିନରେ ଓଡିଶାରେ ପ୍ରତିଷ୍ଠା ହୋଇଥିଲା ଏକ ଆଞ୍ଚଳିକ ରାଜନୈତିକ ଦଳ, ଯାହାର ନାମ ବିଜୁ ଜନତା ଦଳ। ଏହାର ପ୍ରତିଷ୍ଠାତା ହେଲେ ନବୀନ ପଟ୍ଟନାୟକ। ଆଜି ଏହି ଦଳକୁ 25 ବର୍ଷ ପୁରିଲା। ଗୋଟିଏ ଆଞ୍ଚଳିକ ଦଳ ଭାବେ 25 ବର୍ଷ ସଫଳତାର ସହ ବିତାଇବା କିଛି କମ କଥା ନୁହେଁ। ଏହି 25 ବର୍ଷ ଭିତରେ ବିଜେଡି 21 ବର୍ଷ ଧରି ଓଡିଶାର ଶାସନ ଗାଦୀରେ ରହିଆସୁଛି। ଏତେ ବର୍ଷ ଧରି ନବୀନ ମୁଖ୍ୟମନ୍ତ୍ରୀ ରହିବା, ତାହା ପୁଣି ସଫଳତାର ସହ, ଭାରତ ରାଜନୈତିକ ଇତିହାସରେ ଏକ ବିରଳ ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ନବୀନ ପଟ୍ଟନାୟକଙ୍କ ପାଖରେ କଣ ଏପରି ଯାଦୁ ରହିଛି ଯେ, ଓଡିଶା ଜନସାଧାରଣ ତାଙ୍କୁ ପାଞ୍ଚଥର ମୁଖ୍ୟମନ୍ତ୍ରୀ କରାଇଛନ୍ତି। ଏହି ପ୍ରସଂଗକୁ ନେଇ ଚାରିଆଡେ ଚର୍ଚ୍ଚା। କାରଣ 2014 ଏବଂ 2019 ରେ ସାରା ଦେଶରେ ମୋଦି ଲହର ଖେଳୁଥିବା ବେଳେ ଓଡିଶାରେ ନବୀନଙ୍କ ପାଖରେ ସେହି ଲହର କାମ ଦେଲା ନାହିଁ। ରାଜ୍ୟରେ ବିରୋଧୀ ବିଜେପି ଆକ୍ରମଣାତ୍ମକ ରାଜନୀତି କରୁଥିଲେ ମଧ୍ୟ ନବୀନଙ୍କୁ ଦୋହଲାଇପାରୁ ନାହିଁ।

ସାଧାରଣତଃ ଲୋକମାନେ ପାଞ୍ଚ ବର୍ଷ ଗୋଟିଏ ଦଳକୁ ସରକାର ଗଠନ ପାଇଁ ସୁଯୋଗ ଦେଇ ପରବର୍ତ୍ତି ସମୟରେ ବଦଳାଇ ଦିଅନ୍ତି। ହେଲେ ନୀବନଙ୍କ ପାଖରେ ତାହା ଲାଗୁ ହୋଇପାରୁ ନାହିଁ। ନବୀନ 2000 ମସିହା ମାର୍ଚ୍ଚ 5 ତାରିଖରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେବେଠାରୁ ତାଙ୍କୁ ଓଡିଶାର ଲୋକେ ଶାସନ ଗାଦୀରେ ବସାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏବେ ବି ମଧ୍ୟ ସେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ଅଛନ୍ତି। ଦିନକୁ ଦିନ ତାଙ୍କ ଲୋକପ୍ରିୟତା ବଢୁଛି ସିନା କେବେ ବି ତାହା ହ୍ରାସ ପାଉ ନାହିଁ।

ତେବେ ବିଜେଡି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେ ବର୍ଷ ଶାସନ ଗାଦିରେ ବସିବାର କାରଣ କଣ ହୋଇପାରେ। ସେ ନେଇ ଅନେକ ଆଲୋଚନା ତଥା ଚର୍ଚ୍ଚା ଜାରୀ ରହିଛି। ତେବେ ଗୋଟିଏ ଧାଡିରେ ନବୀନଙ୍କ ସଫଳତା କଥା ଯଦି କୁହାଯାଏ ତେବେ ତାହା ହେବ ସେ ଜଣେ ସାଧାସିଧା ଶାନ୍ତ ମଣିଷଟିଏ, କଥା କମ କାମ ବେଶୀକୁ ବିଶ୍ବାସ କରନ୍ତି।

ଶାନ୍ତ କହିବାର କାରଣ ହେଲା, ନବୀନ ତାଙ୍କ ରାଜନୈତିକ କ୍ୟାରିୟର ଭିତରେ କେବେ ବି ହିଂସାତ୍ମକ କାର୍ଯ୍ୟ କରି ନାହାଁନ୍ତି। ବିରୋଧୀଙ୍କ ପ୍ରତି ଆର୍କମଣାତ୍ମକ ଭାବ ପରିପ୍ରକାଶ କରି ନାହାଁନ୍ତି। ଓଡିଶାର ଲୋକେ ସାଧାରଣତଃ ଶାନ୍ତ ସ୍ବଭାବକୁ ବେଶୀ ପସନ୍ଦ କରୁଥିବାରୁ ତାହାର ଲାଭ ନବୀନ ହିଁ ନେଉଛନ୍ତି। କାରଣ ବିରୋଧୀ ଦଳରେ ସେପରି ନେତା ଏ ପର୍ଯ୍ୟନ୍ତ କେହି ନାହାଁନ୍ତି। ଆଶ୍ଚର୍ଯ୍ୟର କଥା ବିରୋଧୀ ନେତାମାନେ ମଧ୍ୟ ନବୀନଙ୍କ ଏହି ରହସ୍ୟକୁ ଆଜି ପର୍ଯ୍ୟନ୍ତ ଠଉରାଇପାରୁ ନାହାନ୍ତି।

ନବୀନଙ୍କୁ ଯେ କେବଳ ଶାନ୍ତ କହିବା ତାହା ଭୁଲ ହେବ। କାରଣ ସେ ମଧ୍ୟ ଅନେକ ସମୟରେ କୋଠର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଜେଡି ଗଠନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ଟାଣୁଆ ନେତାଙ୍କୁ ଦଳରୁ ବହିସ୍କାର କରିଦେଇ ତାଙ୍କୁ ଧରାଶାୟୀ କରିଦେଇଛନ୍ତି। ତେଣୁ କହିବାକୁ ଗଲେ ନବୀନ ଲୋକଙ୍କ ପାଇଁ ଶାନ୍ତ, ହେଲେ ତାଙ୍କ ନେତାଙ୍କ ପାଇଁ କଠୋର।

ସେ ଯେତେବେଳେ ବିଜେଡି ଦଳ ଗଠନ କରି ସାଧାରଣ ନିର୍ବାଚନକୁ ଓହ୍ଲାଇଲେ ସେତେବେଳେ ତାଙ୍କୁ ନେଇ ବିରୋଧୀ ଅନେକ କୁତ୍ସାରଟନା କଲେ। ନବୀନ ଓଡିଆ ଜାଣି ନାହାଁନ୍ତି, ଓଡିଶାର ଜିଲ୍ଲା କେତେ କହିପାରିବେ ନାହିଁ, ଓଡିଆ ଜାଣି ନ ଥିବାରୁ ଓଡିଶା ଲୋକକଙ୍କ କଥା କେମିତି ବୁଝିବେ..ଏହିପରି ଅନେକ। ପ୍ରାୟ ତିନୋଟି ନିର୍ବାଚନରେ ନବୀନ ଓଡିଆ ଜାଣି ନାହାଁନ୍ତି ବୋଲି ପ୍ରସଂଗକୁ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ହେଲେ ତାହା ମଧ୍ୟ କାମ ଦେଇ ନ ଥିଲା। ପୁଣି ଲୋକେ ସେହି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ଲାଗିଲେ। ଫଳରେ ଆଜିକାଲି ଆଉ କେହି ନବୀନ ଓଡିଆ ଜାଣି ନାହାଁନ୍ତି ବୋଲି କହୁ ନାହାଁନ୍ତି।

ନବୀନ ଓଡିଶାରେ ନ ଥିଲେ ସତ, ଓଡିଆ ଜାଣି ନ ଥିଲେ ସତ, ହେଲେ ଓଡିଆଙ୍କ ନାଡିକୁ ସେ ଭଲ ଭାବେ ଚିପି ପାରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଓଡିଶାରେ ଅଛନ୍ତି, ସ୍ପଷ୍ଟ ଓଡିଆ କହୁଛନ୍ତି ସେହି ନେତାମାନେ କିନ୍ତୁ ଓଡିଆ ଲୋକଙ୍କ ମନ କଣ ତାହା ଏ ପର୍ଯ୍ୟନ୍ତ ଜାଣିପାରୁ ନାହାଁନ୍ତି। କେନ୍ଦ୍ର ସରକାରଙ୍କଠାରୁ ଅଖଣ୍ଡ ଶକ୍ତି ହାସଲ କରିଥିଲେ ମଧ୍ୟ ଓଡିଆ ଲୋକଙ୍କ ମନ ଜିଣିବାରେ ସେମାନେ ସକ୍ଷମ ହୋଇପାରି ନାହାଁନ୍ତି। ଫଳରେ ସେମାନଙ୍କ ପାଇଁ ବାରମ୍ବାର ନିର୍ବାଚନ ହାରିବା ଶ୍ରେୟ ହେଉଛି।

କହିବାକୁ ଗଲେ ଯାହାର ପ୍ରକୃତି ଯାହା ତାହା କିପରି କିଏ ପରିବର୍ତ୍ତନ କରାଯାଇପାରିବ। ସେମାନେ ଭାବନ୍ତି ହିଂସାତ୍ମକ କାର୍ଯ୍ୟ କରି ନବୀନଙ୍କୁ ବଦନାମ କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଯିବେ। ହେଲେ ଓଡିଶାବାସୀ ସେମାନଙ୍କର ସେହି ସ୍ବପ୍ନକୁ ସାକାର କରାଇ ଦେଉ ନାହାଁନ୍ତି। ଭବିଷ୍ୟତରେ ମଧ୍ୟ ସେମାନେ ଯେ ନିର୍ବାଚନ ଜିଣିବେ ତାହା ମଧ୍ୟ ସନ୍ଦେହ ଜନକ। ଫଳରେ ଓଡିଶାରେ ନବୀନ ଅପରାଜୟ ନେତା ଭାବେ ପ୍ରତିଷ୍ଠିତ ହୋଇ ଆସୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମିମାନଙ୍କୁ ଚିଠି ଲେଖିଲେ ନବୀନ, 26 ତାରିଖରେ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୬ରେ ବିଜେଡି ତାହାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହା ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ସେବା ମନୋଭାବ ନେଇ କାମ କରି ଆସୁଥିବା ଏକ ଆଞ୍ଚଳିକ ରାଜନୈତିକ ଦଳ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ । ଏଥିପାଇଁ ଦଳୀୟ ସଦସ୍ୟମାନଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ନବୀନ କହିଛନ୍ତି ଯେ, ଏହି ପ୍ରତିଷ୍ଠା ଦିବସ ବ୍ଲକ ସ୍ତରରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି।  ଏଥିସହିତ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ପାଖକୁ ଯିବା ପାଇଁ ନବୀନ କହିଛନ୍ତି। ଲୋକଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହ ଜନସେବାରେ ପୂର୍ଣ୍ଣପ୍ରାଣରେ ସମର୍ପିତ ହେବା ଦରକାର ବୋଲି ନବୀନ ଉଲ୍ଲେଖ କରିଛନ୍ତି।

ଡିସେମ୍ବର 26 ତାରିଖରେ ନବୀନ ସବୁ କର୍ମିମାନଙ୍କୁ ଗୁରୁମନ୍ତ୍ର ଦେବେ। ସେଥିପାଇଁ ଦଳ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଦିନ ନବୀନ ଭୁବନେଶ୍ବରରୁ ଅପରାହ୍ନ 4ଟ 30 ମିନଟରେ ତାଙ୍କର ଅଭିଭାଷଣ ରଖିବେ। ତାହାକୁ ସବୁ ନିର୍ବାଚନ ମଣ୍ଡଳୀର କର୍ମିମାନେ ଶୁଣିବା ପାଇଁ ଏଲଇଡି ଭ୍ୟାନର ବନ୍ଦୋବସ୍ତ କରାଯାଇଛି। ସେଥିରେ ନବୀନଙ୍କ ଭାଷଣର ସିଧା ପ୍ରସାରଣ କରାଯିବ।

ସେହିପରି କର୍ମିମାନେ ଅନ୍ତତଃ 25 ଜଣ ନୂଆ ସଭ୍ୟ ସଂଗ୍ରହ କରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏହି ସଭ୍ୟ ସଂଗ୍ରହ ବ୍ଲକ, ପଞ୍ଚାୟତ, ପୌରା ଅଞ୍ଚଳରୁ କରାଯାଉ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସଭ୍ୟମାନଙ୍କୁ ନେଇ ଦଳ ଆଗାମୀଦିନରେ ବେଶ୍ ସଶକ୍ତ ହେବ ବୋଲି ସେ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବର୍ଷ ଆଗୁଆ ଅଭିନନ୍ଦନ ଦେବା ସହିତ କରୋନା କଟକଣା ମାନି ଚଳିବା ପାଇଁ ଉପଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁଠାରେ ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

ସମୀକ୍ଷା ବ୍ୟୁରୋ

ବାଲୁଗାଁ, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ତରଫରୁ  ବାଲୁଗାଁ ବିଜ୍ଞାପିତ ପରିଷଦ (କଲ୍ୟାଣ ମଣ୍ଡପ) ପରିସରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପୂର୍ବତନ ଦେବେନ୍ଦ୍ର ମାନସିଂହ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ନଗେନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ଭଗବାନ ପ୍ରଧାନ, ରମେଶ ମହାପାତ୍ର, ଚିଲିକା ବିଜ୍ଞାପିତ ଅଞ୍ଚଳ ବିଧାୟକ ପ୍ରତିନିଧି ଅଜୟ କୁମାର ଦାସ, ବାଣପୁର ବ୍ଲକ୍‌ ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବାଣପୁର ବ୍ଲକ୍‌ ଅଧ୍ୟକ୍ଷା ରଂଜିତା ସେଠୀ, ଉପାଧ୍ୟକ୍ଷ ଅଜୟ ରାଉଳ, ଯୁବ ନେତା ଜଗତବଲ୍ଲଭ ମହାରଥା ସମେତ ଦଳୀୟ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହି ଅବସରରେ ନବୀନ ସରକାରଙ୍କ ସୁଶାସନ ତଥା ନେତୃତ୍ବକୁ ପ୍ରଶଂସା କରିବା ସହିତ ସରକାରଙ୍କ ବିଭିନ୍ନ ଲୋକହିତକର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ବିଜେଡ଼ିର ଶତାଧିକ କର୍ମୀ ଯୋଗଦେଇଥିଲେ।