Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡକୁ ପୁରିଲା ୨୫ ବର୍ଷ, ଧିରେ ପାଦ ପକାଇ ଏକ ଲମ୍ବା ରାସ୍ତା ଚାଲୁଥିବା ଆଞ୍ଚଳିକ ଦଳ
ଜାତୀୟ ଖବର

ବିଜେଡକୁ ପୁରିଲା ୨୫ ବର୍ଷ, ଧିରେ ପାଦ ପକାଇ ଏକ ଲମ୍ବା ରାସ୍ତା ଚାଲୁଥିବା ଆଞ୍ଚଳିକ ଦଳ

December 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD Foundation Day
ବିଜେଡକୁ ପୁରିଲା ୨୫ ବର୍ଷ, ଧିରେ ପାଦ ପକାଇ ଏକ ଲମ୍ବା ରାସ୍ତା ଚାଲୁଥିବା ଆଞ୍ଚଳିକ ଦଳକେତେ

ଭୁବନେଶ୍ବର: ବିଜୁ ଜନତା ଦଳ ଗଠନର ୨୫ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହି ଆସିଛି। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ।

ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେ କୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ଯକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା।

ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରି ସଫଳତା ହାସଲ କରିବାରେ ଲାଗିଛି। ହେଲେ ତାହାର ରହସ୍ୟ ଏ ପର୍ଯ୍ୟନ୍ତ ବିରୋଧୀ ବୁଝିବାକୁ ସକ୍ଷମ ହୋଇପାରି ନାହାଁନ୍ତି।

ଆଜିର ପରିସ୍ଥିତିରେ ବିଜେଡିର ମହିଳା ସଶକ୍ତିକରଣ ଏକ ବଡ ଅସ୍ତ୍ର ଭାବେ ଉଭା ହୋଇଛି।  ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଛି। ଏସଏଚଜି ଗ୍ରୁପ ଗଠନ କରି ମହିଳା ସଶକ୍ତିକରଣର ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି ବିଜେଡି। ଆଜି ହୁଏତ ଏହି ମହିଳା ଗ୍ରୁପ ବିଜେଡିର ଭୋଟ ବ୍ୟାଙ୍କ ହୋଇପାରନ୍ତି ହେଲେ ଘରେ ବସି ରହିଥିବା ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବାରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ରାଜନୈତିକ ପରିସ୍ଥିତି କଥା ଚିନ୍ତା କଲେ ଏହା ସ୍ପଷ୍ଟ ଯେ, ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଦ୍ଵିତୀୟ ଧାଡିର ନେତୃତ୍ୱ ଏବେ ପ୍ରାୟ କ୍ଳାନ୍ତ ଓ ପୁରୁଣା। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି।

ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତିକି ଦୀର୍ଘ ହୋଇଯାଇ ଥାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ଯନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁ ନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ। ଦଳର ବିଧାୟକ ଓ ନେତାଙ୍କ ଭିତରେ କ୍ଷମତାର ଅହଂକାର ବଢୁଛି ଓ ସେ ଅହଂକାର ବିଜେଡି ଲାଗି କ୍ଷତିର କାରଣ ହୋଇପାରେ।

୨୫ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ, ହେଲେ ଏହି ସମର୍ଥନ କୁ ଯଦି ଅହଂକାର ଗ୍ରାସ କରିଯାଏ , ତେବେ ଲୋକେ ପରିବର୍ତ୍ତନ ପାଇଁ କୌଣସି ମୁହୂର୍ତ୍ତରେ ମଧ୍ୟ ସିଦ୍ଧାନ୍ତ ନେଇପାରନ୍ତି।

BJD Foundation Day ବିଜେଡ଼ି ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026
Latest News

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଜୟଶ୍ରୀରାମ କୁହନ୍ତୁ: ଚିକିତ୍ସାରେ ରିହାତି ପାଆନ୍ତୁ

April 15, 2026

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.