Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆଜି  ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ।

ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ଭବିଷ୍ୟବାଣୀ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ

ପୁରୀ: ଆଜି ପୁରୀରେ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି ଦିବସରେ ଖୋଦ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାଙ୍କର ଭାଷଣ ଶୁଣିବା ପାଇଁ ସେଠାରେ ଦଳର କର୍ମିଙ୍କ ଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅପେକ୍ଷା କରିଥିଲେ। ନବୀନ ସେଠାରେ ଯାହା କହିଲେ ତାହା ଶୁଣି କର୍ମିମାନେ ବେଶ ଉତ୍ସାହିତ ହେଲେ, କିନ୍ତୁ ଟିଭିରୁ ଏହି ଭାଷଣ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ ହୋଇଯାଇଛି।

ଆଜି ନବୀନ ହେଲିକାପ୍ଟରରେ ପୁରୀ ସଭା ସ୍ଥଳରେ ପହଁଚିଥିଲେ। ସେଠାରେ ତାଙ୍କୁ ଦଳୀୟ କର୍ମାମାନେ ସ୍ବାଗତ କରି ନେଇଥିଲେ। ପୂର୍ବରୁ ସେହି ମଞ୍ଚରେ ବହୁ ବରିଷ୍ଠ ନେତାମାନେ ଭାଷଣ ଦେଇ ପରିବେଷକୁ ସରଗରମ କରି ରଖିଥିଲେ। ନବୀନ ପହଁଚିବା ପରେ ଏହି ପରିବେଷ ଆହୁରି ସରଗରମ ହୋଇପଡିଲା।

ମହେଶ୍ବର ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ପ୍ରମୁଖ ଭାଷଣ ଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସଂକ୍ଷିପ୍ତ ଭାଷଣ ପରେ ଆରମ୍ଭ ହୋଇଥିଲା ନବୀନଙ୍କ ଭିଡିଓ ଭାଷଣ। ଏଥିରେ ନବୀନ ଦୀର୍ଘ ଭାଷଣର ଶେଷ ପର୍ଯ୍ୟାୟରେ ମଞ୍ଜି କଥାଗୁଡିକ କହିଥିଲେ। ଯାହା ବିରୋଧୀଙ୍କୁ ବିଚଳିତ କରିଛି।

ସେ କହିଥିଲେ ଯେ, ଆଜି ବିଜେଡି 25 ବର୍ଷ ପୁରଣ କରିଛି, ଆଗକୁ ଏହି ଦଳ 50 ବର୍ଷ ପୁରଣ କରିବ। ଯଦି ମାଆମାନେ ଆର୍ଶିବାଦ କରିବେ ତେବେ ବିଜେଡି ଆହୁରି 100 ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବ। ଏହି କଥା ଶୁଣି ବିରୋଧୀଙ୍କ ମୁଣ୍ଡ ଗରମ ହୋଇଯାଇଛି। କାରଣ  ବିଜେଡି ବର୍ତ୍ତମାନ ସରକାର ବା କ୍ଷମତାରେ ଅଛି ବୋଲି କହୁ ନାହିଁ, ବରଂ ଲୋକଙ୍କ ସେବା କରୁଛି ବୋଲି କହୁଛି। ସେହି ଅର୍ଥରେ ଗଲେ ବର୍ତ୍ତମାନ ବିଜେଡି ଆହୁରି 100 ବର୍ଷ ଶାସନ କରିବ ବୋଲି ନବୀନ ଭବିଷ୍ୟବାଣୀ ଦେଇ ଦେଲେ।

ନବୀନ ସେହି ଭାଷଣରେ ସ୍ପଷ୍ଟ କରିଥିଲେ ଯେ, ଓଡିଶାର ଲୋକମାନଙ୍କର ଆର୍ଶିବାଦରେ ଦଳ 25 ବର୍ଷ ଧରି ସେମାନଙ୍କର ସେବା କରୁଛି। ସେଥିପାଇଁ ବିଜେଡି ଏକ ରାଜନୈତିକ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନ ଭାବେ ଗଢି ଉଠିଛି। ଏହିପରି ଏକ ଦଳରେ ଲୋକଙ୍କର ସେବା କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ନବୀନ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ସେ ରାଜ୍ୟର ଚାଷୀ, ସମାଜସେବୀ, ଛାତ୍ର, ଯୁବକ, ବ୍ୟବସାୟୀ ସମସ୍ତେ ବିଜେଡିରେ ସାମିଲ ହୋଇ ଏହି ଆନ୍ଦୋଳନକୁ ଆଗେଇ ନିଅନ୍ତୁ ବୋଲି ନବୀନ କହିଥିଲେ। ଆଜି ଆମେ ମହିଳାମାନଙ୍କୁ ସଶକ୍ତ କରିପାରିଛୁ। ଘରେ ମହିଳା ସଶକ୍ତ ହେଲେ ଭଲ ପରିବାର ସୃଷ୍ଟି ହେବ। ସେହିପରି ରାଜ୍ୟରେ ମଧ୍ୟ ମହିଳା ସଶକ୍ତ ହେଲେ ଓଡିଶାର ବିକାଶ ହେବ। ସେଥିପାଇଁ ମହିଳାଙ୍କ ସହିତ ସବୁ ବର୍ଗର ଲୋକେ ବିଜେଡିରେ ସାମିଲ ହୁଅନ୍ତୁ ବୋଲି ନବୀନ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡକୁ ପୁରିଲା ୨୫ ବର୍ଷ, ଧିରେ ପାଦ ପକାଇ ଏକ ଲମ୍ବା ରାସ୍ତା ଚାଲୁଥିବା ଆଞ୍ଚଳିକ ଦଳ

ଭୁବନେଶ୍ବର: ବିଜୁ ଜନତା ଦଳ ଗଠନର ୨୫ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହି ଆସିଛି। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ।

ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେ କୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ଯକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା।

ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରି ସଫଳତା ହାସଲ କରିବାରେ ଲାଗିଛି। ହେଲେ ତାହାର ରହସ୍ୟ ଏ ପର୍ଯ୍ୟନ୍ତ ବିରୋଧୀ ବୁଝିବାକୁ ସକ୍ଷମ ହୋଇପାରି ନାହାଁନ୍ତି।

ଆଜିର ପରିସ୍ଥିତିରେ ବିଜେଡିର ମହିଳା ସଶକ୍ତିକରଣ ଏକ ବଡ ଅସ୍ତ୍ର ଭାବେ ଉଭା ହୋଇଛି।  ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଛି। ଏସଏଚଜି ଗ୍ରୁପ ଗଠନ କରି ମହିଳା ସଶକ୍ତିକରଣର ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛି ବିଜେଡି। ଆଜି ହୁଏତ ଏହି ମହିଳା ଗ୍ରୁପ ବିଜେଡିର ଭୋଟ ବ୍ୟାଙ୍କ ହୋଇପାରନ୍ତି ହେଲେ ଘରେ ବସି ରହିଥିବା ମହିଳାମାନଙ୍କୁ ରୋଜଗାରକ୍ଷମ କରାଇବାରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ରାଜନୈତିକ ପରିସ୍ଥିତି କଥା ଚିନ୍ତା କଲେ ଏହା ସ୍ପଷ୍ଟ ଯେ, ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଦ୍ଵିତୀୟ ଧାଡିର ନେତୃତ୍ୱ ଏବେ ପ୍ରାୟ କ୍ଳାନ୍ତ ଓ ପୁରୁଣା। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି।

ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତିକି ଦୀର୍ଘ ହୋଇଯାଇ ଥାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ଯନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁ ନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ। ଦଳର ବିଧାୟକ ଓ ନେତାଙ୍କ ଭିତରେ କ୍ଷମତାର ଅହଂକାର ବଢୁଛି ଓ ସେ ଅହଂକାର ବିଜେଡି ଲାଗି କ୍ଷତିର କାରଣ ହୋଇପାରେ।

୨୫ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ, ହେଲେ ଏହି ସମର୍ଥନ କୁ ଯଦି ଅହଂକାର ଗ୍ରାସ କରିଯାଏ , ତେବେ ଲୋକେ ପରିବର୍ତ୍ତନ ପାଇଁ କୌଣସି ମୁହୂର୍ତ୍ତରେ ମଧ୍ୟ ସିଦ୍ଧାନ୍ତ ନେଇପାରନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶଙ୍ଖ କ୍ଷେତ୍ର ପୁରୀରେ ଶଙ୍ଖନାଦ କରିବ ବିଜେଡି, ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ବିଜେଡିର ପ୍ରତିଷ୍ଠା ଦିବସ। ପଚିଶ ବର୍ଷ ପୁରଣ କରି ଛବିଶରେ ପଦାର୍ପଣ କରିବ। ଓଡିଶା ରାଜନୀତିରେ ଏହି ଦଳ ପ୍ରତିଷ୍ଠା ଦିନଠାରୁ ଶାସନ ଗାଦିରେ ରହିବା କିଛି ଛୋଟ କଥା ନୁହେଁ। ଭାରତର ରାଜନୈତିକ ଇତିହାସରେ ଏହା ଏକ ଉଲ୍ଲେଖନୀୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ବିଜେଡି ପ୍ରତିବର୍ଷ ଏହି ପ୍ରତିଷ୍ଠା ଦିବସ ପାଳନ କରିଥାଏ। ଏଥର ମଧ୍ୟ କରିବ। ତେବେ ଚଳିତ ବର୍ଷ ପ୍ରତିଷ୍ଠା ଦିବସ ବିଜେଡି ପାଇଁ ସଂପୂର୍ଣ୍ଣ ଭିନ୍ନ। କାରଣ ଏହି ବର୍ଷ ଦଳ ୨୫ ବର୍ଷ ପୁରଣ କରିବ। ସେହିପରି ଯଦି ଆଗୁଆ ଭୋଟ ହୁଏ ତେବେ ନିର୍ବାଚନକୁ ଯିବା ପୂର୍ବରୁ ଏହା ଶେଷ ପ୍ରତିଷ୍ଠା ଦିବସ ହେବ। ସେଥିପାଇଁ ବିଜେଡି ଶିବିରରେ ଚଳିତ ପ୍ରତିଷ୍ଠା ଦିବସକୁ ବେଶ ଗୁରୁତ୍ବ ଦିଆଯାଇଛି।

ସବୁବେଳେ ଜଗନ୍ନାଥ ବିଶ୍ବାସୀ ହୋଇଥିବା ବିଜେଡି ଏଥର ତାହାର ପ୍ରତିଷ୍ଠା ଦିବସ ସେହି ପୁରୀ ଶଙ୍ଖକ୍ଷେତ୍ରରେ ଶଙ୍ଖନାଦ କରିବ ବୋଲି ପ୍ରସ୍ତୁତି କରିଛି। ପୁରୀ ତାଳବଣିଆରେ ଏଥିପାଇଁ ଦଳ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ଲକ୍ଷାଧିକ କର୍ମିଙ୍କ  ସମାଗମ କରିବା ପାଇଁ ଦଳ ତରଫରୁ ଚାଲିଛି ପ୍ରଚେଷ୍ଠା। ପୁରୀର ଏହି ସମାବେଶର ସଂପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି ଦଳର ସାଂଗଠାନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ।

ତେବେ ଏଥର ନୁହେଁ ବିଜେଡି ୨୦୧୭ ମସିହାରେ ମଧ୍ୟ ପୁରୀରେ ତାହାର ପ୍ରତିଷ୍ଠା ଦିବସ ବେଶ ବଡ ଆକାରରେ ଆୟୋଜନ କରିଥିଲା। ସେହିଦିନ ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟକୁ ଭୁବନେଶ୍ବରର ବାହାରେ ପୁରୀରେ କରାଯାଇ ଥିଲା। ଖୋଦ ନୀବନ ପଟ୍ଟନାୟକ ପୁରୀରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ସହ ପ୍ରତିଷ୍ଠା ଦିବସ ସମାବେଶରେ ଯୋଗ ଦେଇଥିଲେ। ଏହାର ବର୍ଷେ ପରେ ଅର୍ଥାତ ୨୦୧୯ରେ ସାଧାରଣ ନିର୍ବାଚନ ହୋଇଥିଲା।

ଏଥର ମଧ୍ୟ ସମାନ ଢଙ୍ଗରେ ଏହି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ଦଳ। ତେବେ ଏଥର କ୍ୟାବିନେଟ ବୈଠକ ହେବ କି ନାହିଁ ତାହା ଘୋଷଣା କରାଯାଇ ନାହିଁ। ହେଲେ ଏହି ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ବିଜେଡିର ଏହି ପ୍ରସ୍ତୁତିକୁ ନେଇ ଉଭୟ ବିରୋଧୀ ଦଳ ମୁକାବିଲା କରିବା ପାଇଁ ଯୋଜନା କରୁଛନ୍ତି।