ଭୁବନେଶ୍ଵର: ଆଜି ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଇଣ୍ଡିଆ ୱାନ୍ ଏୟାରର ନଅ ସିଟ୍ ବିଶିଷ୍ଟ ବିମାନ ଅବତରଣ ସମୟରେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାଉରକେଲାର ରଘୁନାଥପଲି ଅଞ୍ଚଳର ଜଲଦା ଏ ବ୍ଲକ୍ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଇଣ୍ଡିଆ ୱାନ୍ ଏୟାରଲାଇନ୍ସର ବିମାନଟି ଅପରାହ୍ନ ପ୍ରାୟ ୧:୩୦ ରେ ଜରୁରୀକାଳୀନ ଅବତରଣ କରିଥିଲା। ୪ ଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟ୍ ଙ୍କୁ ନେଇ ଯାଉଥିବା ଏକକ ଇଞ୍ଜିନ୍ ବିମାନଟି ପ୍ରାୟ ଚାରିରୁ ପାଞ୍ଚ କିଲୋମିଟର ଉଡ଼ିବା ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ପାଇଲଟ୍ ବିମାନକୁ କ୍ରାସ-ଲ୍ୟାଣ୍ଡ କରିବାକୁ ବାଧ୍ୟ ହୋଇଥିଲେ।


