ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। କାରଣ ବିଜେଡି ଏକମାତ୍ର ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଦୁଇଟି ପ୍ରାର୍ଥୀ କାହିଁକି ଦେଲା ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ନବୀନ ପଟ୍ଟନାୟକ ଯେଉଁ ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି ସେମାନେ ହେଲେ ବିଜେଡି ନେତା ସନ୍ତୃପ୍ତ ମିଶ୍ର ଏବଂ ସାଧାରଣ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା। ସନ୍ତୃପ୍ତ ମିଶ୍ର ବର୍ତ୍ତମାନ ବିଜେଡିର ରାଜନୈତିକ ବ୍ୟାପାର ସଦସ୍ୟ ରହିଛନ୍ତି। ଡାକ୍ତର ହୋତା ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଡାକ୍ତର, ଯେ କି ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ଉପକୂଳପତି ଥିଲେ। ଡାକ୍ତର ହୋତାଙ୍କ ନାମକୁ ମଧ୍ୟ କଂଗ୍ରେସ ପୂର୍ବରୁ ଘୋଷଣା କରିଛି। ଫଳରେ ଚତୁର୍ଥ ପ୍ରାର୍ଥୀ ବର୍ତ୍ତମାନ ବିଜେଡି ଓ କଂଗ୍ରେସର ମିଳିତ ସହଯୋଗରେ ଯିବାର ସମ୍ଭାବନା ସୃଷ୍ଟି ହୋଇଛି।


