Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ
ବିଶେଷ ଖବର

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

March 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଗାମୀ ୫ ବର୍ଷ ମଧ୍ୟରେ
ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ବର: ବଜେଟ ଆଲୋଚନାରେ ଗତକାଲି ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପିତ କରିଥିଲେ। ଏଥିରେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ହରିଚନ୍ଦନ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଏହି ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ବ୍ୟୟ ଅଧୀନରେ ୨୭୨୫.୦୦ କୋଟି ଟଙ୍କା ଏବଂ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ୧୦୭୨୬.୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହା ଅନୁସାରେ, ପୂର୍ତ୍ତ ବିଭାଗ ପାଇଁ ମୋଟ ୧୩୪୫୧.୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି। ପୂର୍ତ୍ତ ବିଭାଗ ଆଗାମୀ ୫ ବର୍ଷ ମଧ୍ୟରେ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଉନ୍ନୟନ ଓ ନିର୍ମାଣ ପାଇଁ ପରିକଳ୍ପନା କରିଛି।

ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନରେ ରାଜ୍ୟ ରାଜପଥ ୪୧୧୨ କି.ମି., ପ୍ରମୁଖ ଜିଲ୍ଲା ରାସ୍ତା ୨୬୨୬ କି.ମି. ଏବଂ ଅନ୍ୟାନ୍ୟ ଜିଲ୍ଲା ରାସ୍ତା ୨୬,୧୬୩ କି.ମି. ରହିଥିବାବେଳେ ମୋଟ ରାସ୍ତା ନେଟୱାର୍କ ୩୨,୯୦୧ କି.ମି. ଅଟେ। ଏହା ସହିତ, ୫୩୯୦ କିଲୋମିଟର ଜାତୀୟ ରାଜପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପୂର୍ତ୍ତ ବିଭାଗ ଉପରେ ନିର୍ଭରଶୀଳ।

ସେ ଆହୁରି କହିଛନ୍ତି ଯେ, ଏହା ବ୍ୟତୀତ, ପୂର୍ତ୍ତ ବିଭାଗ ୧,୪୫,୩୪,୫୫୭ ବର୍ଗ ମିଟର ପ୍ଲିନ୍ଥ ଏରିଆ ବିଶିଷ୍ଟ ଭବନମାନଙ୍କର ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଛି। ସେପରିକରେ, ଅନ୍ୟ ବିଭାଗମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ କୋଠା ନିର୍ମାଣ କାର‌୍ୟ୍ୟ ମଧ୍ୟ ପୂର୍ତ୍ତ ବିଭାଗ ଦ୍ୱାରା କରାଯାଉଛି। ଏହି ଭବନମାନଙ୍କ ମଧ୍ୟରେ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ବିଭିନ୍ନ ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ ଭବନ, କଳା ଓ ସଂସ୍କୃତି କେନ୍ଦ୍ର, ଜିଲ୍ଲାପାଳ କାର‌୍ୟ୍ୟାଳୟ ଏବଂ ତହସିଲ କାର‌୍ୟ୍ୟାଳୟ ସମ୍ମିଳିତ ଅଟେ।

ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି‌, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ସୂର‌୍ୟ୍ୟବଂଶୀ ସୁରଜ, ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

budget ପୂର୍ତ୍ତ ବିଭାଗ ପୃଥୀରାଜ ହରିଚନ୍ଦନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026

ପରିବହନ ଭିତ୍ତିଭୂମି ସୁଦୃଢ଼ ପାଇଁ ଏମ୍‌ଓୟୁ: ପ୍ରସ୍ତୁତ ହେବ ‘ଭିଜନ ଡକୁମେଣ୍ଟ’

November 10, 2026

ଏପଟେ ମୋଦୀ-ଜେଲେନ୍‌ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି

November 10, 2026

ସମୁଦ୍ରରେ ବୁଡ଼ି ୨ ମୃତ, ୩ ଗୁରୁତର

November 10, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.