ବାଲୁଗାଁ/ବାଣପୁର: ଆଜି ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ବିରଜାଇ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି।
ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ ରହିବା ସହ ନୀତି,ଆଦର୍ଶ ଓ ଶୃଙ୍ଖଳିତ ରହିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।
ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡଃ ବିଭୂତି ଭୂଷଣ ହରିଚନ୍ଦନ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ନିକୁଞ୍ଜ ପଟ୍ଟନାୟକ,ଜିଲ୍ଲା ସହ ସଂଯୋଜକ ଶ୍ରୀ ଲୋତକ ବିନ୍ଦୁ ପଟ୍ଟନାୟକ, ପ୍ରଶିକ୍ଷଣ ବର୍ଗ ପ୍ରଭାରୀ ଶ୍ରୀ ରବିନାରାୟଣ ମିଶ୍ର, ଭାଜପା ରାଜ୍ୟ ପରିଷଦ ସଭ୍ୟ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମାଧବ ଚନ୍ଦ୍ର ଦଳାଇ, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ମଣ୍ଡଳ ସଭାପତି ଶ୍ରୀମତୀ ସାବିତ୍ରୀ ଭୋଳ , ପୂର୍ବତନ ସରପଞ୍ଚ ଶ୍ରୀ ଜିତେନ୍ଦ୍ର କୁମାର ଭୋଳଙ୍କ ସମେତ ମଣ୍ଡଳର ସମସ୍ତ ଜନପ୍ରତିନିଧି ଓ ବରିଷ୍ଠ ନେତୃବୃନ୍ଦ ଗଣ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡକୁଳ ପାନ୍ଥନିବାସ ଠାରେ ବଡକୁଳ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ ରହିବା ସହ ନୀତି,ଆଦର୍ଶ ଓ ଶୃଙ୍ଖଳିତ ରହିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।
ଏହି ଅବସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ନିକୁଞ୍ଜ ପଟ୍ଟନାୟକ,ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ମଣ୍ଡଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ,ନିମିକ୍ଷେତା ଗ୍ରା:ପର ସରପଞ୍ଚ ଶ୍ରୀ ବିଶ୍ୱନାଥ ଗୁରୁ, ବରିଷ୍ଠ ବିଜେପି ନେତା ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି,ନିମିକ୍ଷେତା ଗ୍ରା:ପର ଭାଜପା ସଭାପତି ଶ୍ରୀ ପବିତ୍ର କୁମାର ଜେନା,ବଡ଼କୁଳ ଗ୍ରାମ:ପର ଭାଜପା ସଭାପତି ଶ୍ରୀ ମହାଦେବ ପଲେଇଙ୍କ ସମେତ ମଣ୍ଡଳର ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।


