Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବ ନିଯୁକ୍ତ ଉପଦେଷ୍ଟା ଓ ପରାମର୍ଶଦାତାମାନେ କରିବେ କଣ? ସରକାରୀ ବିଭାଗରେ ସେମାନଙ୍କର ଭୂମିକା କୁ ନେଇ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର
ବିଶେଷ ଖବର

ନବ ନିଯୁକ୍ତ ଉପଦେଷ୍ଟା ଓ ପରାମର୍ଶଦାତାମାନେ କରିବେ କଣ? ସରକାରୀ ବିଭାଗରେ ସେମାନଙ୍କର ଭୂମିକା କୁ ନେଇ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର

August 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଜେଡ଼ିର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଏହା ଏକ ପାରମ୍ପରିକ ପ୍ରକ୍ରିୟା। ନୂଆ ସରକାର ଗଠନ ହେବା ପରେ ବିଭିନ୍ନ କମିଶନ ଓ କର୍ପୋରେସନରେ ଶାସକ ଦଳର ନେତାମାନଙ୍କୁ ଥଇଥାନ କରାଯାଇଥାଏ। ଗତ ଦେଢମାସ ଧରି ଏହି ପଦ ପଦବୀକୁ ନେଇ ଭିନ୍ନ ଭିନ୍ନ ଅନୁମାନ ଓ ଆକଳନ କରାଯାଉଥିଲା। ପରିଶେଷରେ ଗତକାଲି ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ନିଯୁକ୍ତି ଦିଆ ଯାଇଛି। ସ୍ଵାଭାବିକ ଭାବରେ ବିଭିନ୍ନ କମିଶନ, କର୍ପୋରେସନ ଓ ବୋର୍ଡରେ ଅଧ୍ୟକ୍ଷ ନିଯୁକ୍ତି ହୋଇଛି। ତେବେ ପ୍ରଥମଥର ଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ପରାମର୍ଶଦାତା ଓ ଉପଦେଷ୍ଟା ଭାବେ କିଛି ନେତାଙ୍କୁ ନିଯୁକ୍ତି ଦିଆ ଯାଇଛି। ଏହି ଉପଦେଷ୍ଟା ଓ ପରାମର୍ଶଦାତାମାନେ ବାସ୍ତବରେ କରିବେ କଣ, ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ।

ନୂଆ କରି ଉପଦେଷ୍ଟା ଭାବରେ ନିଯୁକ୍ତି ପାଇଥିବା ଜଣେ ନେତାଙ୍କୁ ଆମେ ପଚାରିଥିଲୁ, ବାସ୍ତବରେ ତାଙ୍କୁ ନିଯୁକ୍ତି ମିଳିଥିବା ବିଭାଗରେ ସେ କରିବେ କଣ? ନେତା ଜଣକ ବଡ ନିରୀହ ଭାବରେ ଉତ୍ତର ଦେଇଥିଲେ- ମୋତେ ଜମାରୁ କିଛି ଜଣା ନାହିଁ। ସରକାରୀ ବିଭାଗର ଉପଦେଷ୍ଟା ଓ ପରାମର୍ଶଦାତା ଭାବରେ ନବ ନିଯୁକ୍ତ ବିଜେଡି ନେତାମାନଙ୍କର ପଦବୀକୁ ସମ୍ପୃକ୍ତ ବିଭାଗ କେମିତି ଗ୍ରହଣ କରିବେ? ସେମାନେ ମନ୍ତ୍ରୀ/ସଚିବ ବା ଯୁଗ୍ମ ସଚିବ ପାହ୍ୟାର ସୁବିଧା ସୁଯୋଗ ପାଇବେ କି ନା ଏହା କେବଳ ଆଳଙ୍କାରିକ ପଦ ହୋଇ ରହିବ? ସମ୍ପୃକ୍ତ ବିଭାଗରେ ଏମାନଙ୍କୁ ଅଫିସ କରିବାର ସୁଯୋଗ ମିଳିବ କି? ଏମାନଙ୍କୁ ମାସିକ ବେତନ ମିଳିବ ନା କେବଳ ପାରିତୋଷିକ ମିଳିବ? ସରକାରୀ ଭାବରେ ଏମାନଙ୍କ ନିଷ୍ପତ୍ତି ବା ପରାମର୍ଶକୁ ମନ୍ତ୍ରୀ ତଥା ବିଭାଗୀୟ ସଚିବ ମାଣିବେ କି ନାହିଁ? ଏମିତି ବହୁ ଅନୁତ୍ତରିତ ପ୍ରଶ୍ନ ଏହି ନିଯୁକ୍ତି ସହିତ ଛିଡା ହୋଇଛି।

ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ କସ୍ତୁରୀ ମହାପାତ୍ର, ମହିଳା କମିଶନର ଅଧ୍ୟକ୍ଷ ମିନତି ବେହେରା, ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ ସୁଲୋଚନା ଦାସ ପ୍ରମୁଖଙ୍କ କାର୍ୟର ସ୍ପଷ୍ଟତା ରହିଛି। ସେହିପରି ବିଭିନ୍ନ କର୍ପୋରେସନ ଅଧ୍ୟକ୍ଷଙ୍କ ଦାୟିତ୍ଵ ମଧ୍ୟ ସ୍ପଷ୍ଟ।ହେଲେ ଯେଉଁମାନେ ବିଭିନ୍ନ ବିଭାଗ ଓ ପ୍ରକଳ୍ପର ଉପଦେଷ୍ଟା ଭାବରେ ଯୋଗ ଦେଇଛନ୍ତି, ସେମାନେ କରିବେ କଣ? ସର୍ବାଧିକ ନେତାଙ୍କୁ ଉପଦେଷ୍ଟା ଭାବରେ ନିଯୁକ୍ତି ମିଳିଛି। ସୁଲତା ଦେଓ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅନୁଭବ ପଟ୍ଟନାୟକ, ଆଇଟି ବିଭାଗ, ଉତ୍କଳ କେଶରୀ ପରିଡା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, କୃତତିବାସ ପାତ୍ର, କୃଷି ବିଭାଗ, ଜନ୍ମେଜୟ ଲେଙ୍କା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଇତ୍ୟାଦି ଦାୟିତ୍ଵ ପାଇଛନ୍ତି। ଏମାନେ ନିଜେ ବି ଜାଣିନାହାନ୍ତି ଏମାନଙ୍କୁ କଣ କରିବାକୁ ପଡିବ।

ନିର୍ବାଚନ ବେଳେ ଯେଉଁମାନେ ବିଜେଡ଼ିର ସବୁଠୁ ଅଗ୍ରଣୀ ଭୂମିକା ନେଉଥିଲେ, ସେମାନଙ୍କୁ ପ୍ରାୟ ସନ୍ତୁଷ୍ଟ କରାଯାଇଛି। ମୁଖପାତ୍ର ଓ ପେନାଲିଷ୍ଟ ଭାବରେ ଲେଲିନ ମହାନ୍ତି, ସୁଲୋଚନା ଦାସ ଓ ସୁଲତା ଦେଓ ପୁରଷ୍କୃତ ହୋଇଛନ୍ତି। ତେବେ ଏହି ତାଲିକାରୁ ତେଜେଶ୍ଵର ପରିଡା ବାଦ ପଡିଛନ୍ତି। ସେହିପରି ନିର୍ବାଚନ ସମୟରେ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ଅନେକ ନେତାଙ୍କୁ ସୁଯୋଗ ମିଳିନାହିଁ। ମହିଳା ବିଜେଡ଼ିର ପ୍ରାୟ ସବୁ କର୍ମକର୍ତ୍ତା କିଛି ନା କିଛି ସରକାରୀ ପଦବୀ ପାଇଛନ୍ତି। ସୁବାସ ସିଂ, ଲେଲିନ ମହାନ୍ତି, ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ନିଜ ପୂର୍ବ ପଦବୀ ବଜାୟ ରଖିଛନ୍ତି। ଏହି ତାଲିକାରେ ଆଉ ଏକ ଲକ୍ଷଣୀୟ ଦିଗ ହେଉଛି, ପ୍ରାୟ ଯୁବ ଚେହେରା ଉପରେ ବିଜେଡି ନେତୃତ୍ଵ ନିଜର ଆସ୍ଥା ପ୍ରକଟ କରିଛନ୍ତି। ନିର୍ବାଚନ ହାରିଥିବା କୌଣସି ବଡ ନେତାଙ୍କୁ ଏଥିରେ ସାମିଲ କରାଯାଇନାହିଁ । ଯୁବ ନେତା ଚିନ୍ମୟ ସାହୁ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରୀ, ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ କର୍ପୋରେସନ ଦାୟିତ୍ଵ ମିଳିଛି।

ଏହି ତାଲିକାରେ ଏକମାତ୍ର ଅଣ ରାଜନୈତିକ ଚେହେରା ଭାବରେ ଲେଖିକା ସୁସ୍ମିତା ବାଗଚିଙ୍କୁ “ମୋ ସ୍କୁଲ” ପ୍ରକଳ୍ପର ଅଧ୍ୟକ୍ଷ ଦାୟିତ୍ଵ ମିଳିଛି। ଟିକଟରୁ ବଞ୍ଚିତ ହୋଇ ମଧ୍ୟ ଯେଉଁମାନେ ବିଜେଡି ସହିତ ନିଜର ଆନୁଗତ୍ୟ ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ଭଲ ପଦବୀ ମିଳିଛି।

ସବୁ ଭିତରେ ଏବେ ଦେଖିବା ବାକି ରହିଲା, ବିଜେଡି ର ଏଇ ନୂଆ ଉପଦେଷ୍ଟା ଓ ପରାମର୍ଶଦାତାମାନେ କରୁଛନ୍ତି କଣ? ସେମାନେ କେବଳ ଉଦ୍ଦିଷ୍ଟ ବିଭାଗର ନାମମାତ୍ର ଉପଦେଷ୍ଟା ହୋଇ ରହିବେ ନା ଏମାନଙ୍କୁ ସତରେ କିଛି ଦାୟିତ୍ଵ ମିଳିବ, ତାହା ଦେଖିବାକୁ ଆମର ଅପେକ୍ଷା।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026
Latest News

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.