Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା
ବିଶେଷ ଖବର

ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

June 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଶିବସେନାର ଦୁଇ ପ୍ରମୁଖ ଗୋଷ୍ଠୀଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ସମ୍ଭାବ୍ୟ ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ଶିବସେନା ବିଧାୟକ ଅବଦୁଲ ସତା ରଙ୍କ ମତାମତ ରାଜନୈତିକ ମହଲରେ ନୂଆ ଆଲୋଚନା ସୃଷ୍ଟି କରିଛି।

ଶିବସେନାର ଦୁଇ ଗୋଷ୍ଠୀ ପୁଣି ଏକାଠି ହେବା ନେଇ ଚର୍ଚ୍ଚା ମଧ୍ୟରେ ମନ୍ତ୍ରୀ ଅବଦୁଲ ସତାରଙ୍କ ବୟାନ ରାଜନୈତିକ ମହଳରେ ହଲଚଲ ସୃଷ୍ଟି କରିଛି। ରାଜ ଠାକରେ ଓ ଉଦ୍ଧବ ଠାକରେଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ, ଯଦିଓ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେତୃତ୍ୱଙ୍କ ହାତରେ ରହିଛି।

ସତାର ଆହୁରି ମଧ୍ୟ କହିଛନ୍ତି, “ମାତୋଶ୍ରୀର ନିୟନ୍ତ୍ରଣ ଆଜି ଉଦ୍ଧବ ବାଲାସାହେବ ଠାକରେଙ୍କ ହାତରେ ଅଛି, ଏବଂ ଆମ ଦଳର ନିୟନ୍ତ୍ରଣ ଏକନାଥ ସିନ୍ଦେଙ୍କ ହାତରେ ଅଛି। ଏଭଳି ପରିସ୍ଥିତିରେ ଭବିଷ୍ୟତରେ କ’ଣ ହେବ, ତାହା କେବଳ ସେମାନେ ହିଁ ନିଷ୍ପତ୍ତି ନେଇପାରିବେ।”

ଅବଦୁଲ ସତାର ମିଶ୍ରଣ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିନଥିଲେ। ବରଂ ସେ ଇଙ୍ଗିତ କରିଥିଲେ ଯେ ରାଜନୀତିରେ ପରିସ୍ଥିତି ଯେକୌଣସି ସମୟରେ ବଦଳିପାରେ। ସେ ଉଦାହରଣ ଦେଇ କହିଥିଲେ ଯେ ଗତ କିଛି ବର୍ଷ ଧରି ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ମଧ୍ୟରେ ଦୂରତା ଓ ମତଭେଦ ରହିଥିଲା, କିନ୍ତୁ ସମୟ ସହିତ ସେହି ସମ୍ପର୍କରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି।

ସେ କହିଥିଲେ, “କିଏ ଭାବିଥିଲା ଯେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ ଏକ ମଞ୍ଚରେ ଆସିପାରିବେ? ସେମାନଙ୍କ ମଧ୍ୟରେ ବହୁତ ମତଭେଦ ଥିଲା। ତେଣୁ ଆଜି କୌଣସି ନିଷ୍କର୍ଷକୁ ପହଞ୍ଚିବା ଠିକ୍ ହେବ ନାହିଁ। ଭବିଷ୍ୟତରେ କ’ଣ ହେବ, ତାହା କେବଳ ନେତାମାନେ ହିଁ ଜାଣନ୍ତି।”

ତେବେ ସତାର କହିଛନ୍ତି ଯେ  କିଛି ଶକ୍ତିଶାଳୀ ରାଜନୈତିକ ଶକ୍ତି ଦୁଇ ଗୋଷ୍ଠୀକୁ ଏକାଠି ହେବାକୁ ମଧ୍ୟ ଦେବେ ନାହିଁ। ଯଦିଓ ସେ କାହାର ନାମ ଉଲ୍ଲେଖ କରିନଥିଲେ, ତାଙ୍କ ଏହି ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

ଅନ୍ୟପଟେ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁଇ ଶିବସେନା ଗୋଷ୍ଠୀର ମିଶ୍ରଣ ସମ୍ପର୍କିତ ସମସ୍ତ ଜଳ୍ପନାକୁ ସ୍ପଷ୍ଟ ଭାବରେ ଖାରଜ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ନେତୃତ୍ୱାଧୀନ ଶିବସେନା ହିଁ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ପ୍ରକୃତ ବିଚାରଧାରାକୁ ଆଗକୁ ନେଉଛି।

ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ଦଳ ଲୋକଙ୍କ ଜନାଦେଶ ପାଇଛି ଏବଂ ହିନ୍ଦୁତ୍ୱ, ବିକାଶ ଓ ତୃଣମୂଳ ରାଜନୀତିର ଐତିହ୍ୟକୁ ଆଗକୁ ବଢ଼ାଉଛି। ତେଣୁ ମିଶ୍ରଣ ନେଇ ଚାଲିଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହା ପୂର୍ବରୁ ଶିବସେନାର ବିଧାନ ପରିଷଦ ସଦସ୍ୟ ଅମ୍ବାଦାସ ଦାନଭେ ମଧ୍ୟ ଦୁଇ ଶିବସେନା ଗୋଷ୍ଠୀ ଏକାଠି ହେବା ଉଚିତ ବୋଲି ନିଜ ବ୍ୟକ୍ତିଗତ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେ ପ୍ରାୟତଃ ଭାବନ୍ତି ଯେ ଦୁଇ ଗୋଷ୍ଠୀର ଏକତା ଶିବସେନାର ମୂଳ ଶକ୍ତିକୁ ପୁଣିଥରେ ମଜବୁତ କରିପାରିବ। ଯଦିଓ ସେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଏହା କେବଳ ତାଙ୍କ ବ୍ୟକ୍ତିଗତ ମତ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ୱ ହିଁ ନେବେ।

ଏଭଳି ପରିସ୍ଥିତିରେ ଅବଦୁଲ ସତାର ଓ ଅମ୍ବାଦାସ ଦାନଭେଙ୍କ ବୟାନ ମହାରାଷ୍ଟ୍ରର ରାଜନୀତିରେ ନୂଆ ଚର୍ଚ୍ଚାର ସୃଷ୍ଟି କରିଥିବାବେଳେ, ଏକନାଥ ସିନ୍ଦେଙ୍କ ସ୍ପଷ୍ଟ ଅସ୍ୱୀକାର ଏହି ସମ୍ଭାବନାକୁ ଫିଲହାଲ ଅନିଶ୍ଚିତତାରେ ରଖିଛି। ଆଗାମୀ ଦିନରେ ଦୁଇ ଗୋଷ୍ଠୀର ନେତୃତ୍ୱ କେଉଁ ଦିଗକୁ ଗତି କରିବ, ତାହା ଉପରେ ମହାରାଷ୍ଟ୍ରର ରାଜନୀତି ନିର୍ଭର କରିବ ।

eknath shinde maharastrapolitics Uddhav Thackeray
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶୁଭା ମୁଦଗଲ ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ

September 6, 2026

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପ୍ରସ୍ତୁତି: ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ

September 6, 2026

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ: ସାଂଗଠନିକ ମନ୍ତ୍ର ଦେଲେ ସୁନୀଲ ବଂଶଲ

September 6, 2026
Latest News

ସୌନ୍ଦର୍ଯ୍ୟ ନୁହେଁ, ସେବା ହେଲା ପରିଚୟ: ଜୋହେରିଙ୍କୁ ମିଳିଲା ବିଶ୍ୱ ସୁନ୍ଦରୀ ମୁକୁଟ

September 6, 2026

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ତେଣ୍ଟା ଭୁଷି ହତ୍ୟା!

September 6, 2026

ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ: ଅଳ୍ପକେ ଟଳିଲା ବଡ଼ ଟ୍ରେନ୍ ଦୁର୍ଘଟଣା

September 6, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶୁଭା ମୁଦଗଲ ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ

September 6, 2026

ତ୍ୱଚାରୁ ଚମକ ହଜିଯାଇଛି କି? ଘରେ ତିଆରି କରନ୍ତୁ କାକୁଡ଼ି ଫେସ୍ ମିଷ୍ଟ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.