Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଗ ନାୟକ ଖୟାମ ଓ ଭାରତୀୟ ବଲିଉଡ ସଙ୍ଗୀତର ସବୁଠୁ ମଧୁର ମୁହୂର୍ତ୍ତ
ବିଶେଷ ଖବର

ଯୁଗ ନାୟକ ଖୟାମ ଓ ଭାରତୀୟ ବଲିଉଡ ସଙ୍ଗୀତର ସବୁଠୁ ମଧୁର ମୁହୂର୍ତ୍ତ

August 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅନେକ ଶିଳ୍ପୀ ଅଛନ୍ତି, ଯେଉଁମାନେ ସଙ୍ଗୀତ ତିଆରି କରନ୍ତି, ହେଲେ କ୍ଵଚିତ ଶିଳ୍ପୀ ଅଛନ୍ତି ଯେଉଁମାନେ ସଙ୍ଗୀତକୁ ମଣିଷର ଜୀବନରେ ରୂପାନ୍ତରିତ କରିଦିଅନ୍ତି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ ସେଇ କ୍ଵଚିତଙ୍କ ଭିତରୁ ଜଣେ। ଖୟାମ କେବଳ ସଙ୍ଗୀତ ନିର୍ଦ୍ଦେଶକ ନୁହନ୍ତି, ସେ ସମକାଳର ଜୀବନବୋଧକୁ ସଙ୍ଗୀତରେ ରୂପାନ୍ତରିତ କରିଥିବା ଶିଳ୍ପୀ । ସେ ଷାଠିଏ ଦଶକରେ ଭାରତୀୟ ଯୁବପିଢି ଲାଗି ଆଶା ଓ ଅଭିଳାଷର ପ୍ରତିନିଧି। “ଇନ କାଲି ସଦିୟୋ କେ ସର ସେ ଜବ ରାତ କା ଆଞ୍ଚଲ ଢଲକେଗା, ଜବ ଦୁଃଖକେ ବାଦଲ ପିଘଲେଙ୍ଗେ, ଜବ ସୁଖକେ ସାଗର ଛଲକେଗା, ଜବ ଅମ୍ବର ଝୁମ କେ ନାଚେଗା, ଜବ ଧରତୀ ନଗମେ ଗାଏଗି………. ୱୋ ସୁବହ କଭି ତୋ ଆଏଗି”- ୧୯୫୮ମସିହାରେ “ଫିର ସୁବହ ହୋଗୀ” ସିନେମାର ଏ ଗୀତ, ଆମର ଆଶାବାଦର  ସଙ୍ଗୀତ ପାଳଟି ଯାଇଥିଲା। ମହାନ ଉର୍ଦ୍ଦୁ କବି ସାହିର ଲୁଧିଆନୱିଙ୍କ ଏ କବିତାକୁ ମୁକେଶ ଓ ଆଶା ଭୋସଲେଙ୍କ କଣ୍ଠରେ ସଜେଇଥିଲେ ଖୟାମ ଓରଫ ମହମ୍ମଦ ଜହୁର ହାସମୀ। ଆଜି ଖୟାମ ସାହେବଙ୍କ ପରଲୋକ ଘଟିଛି। ହେଲେ ତାଙ୍କର ଏମିତି କୌଣସି ଗୀତ ନାହିଁ, ଯେଉଁ ଗୀତରେ ସେ ମରିପାରିବେ। ଖୟାମଙ୍କ ଗୀତ ସବୁ ମରଣକୁ ଅତିକ୍ରମ କରି ଅମରତ୍ଵ ପାଇଛନ୍ତି । ଶହ ଶହ ବର୍ଷ ଧରି ତାଙ୍କର ଗୀତ ସବୁ ଆମ ରକ୍ତରେ ପ୍ରବାହିତ ହୋଇ ଚାଲିଥିବ।

୧୮, ଫେବୃଆରୀ, ୧୯୨୭ରେ ତାଙ୍କର ଜନ୍ମ ଅବିଭକ୍ତ ପଞ୍ଜାବରେ। ସଙ୍ଗୀତ ନିଶାରେ ପାଗଳ ମହମ୍ମଦ ଜହୁର ହାସମୀ ପିଲା ଦିନୁ ଘର ଛାଡି ପଳେଇ ଆସିଥିଲେ ଦିଲ୍ଲୀକୁ। ପଣ୍ଡିତ ଅମରନାଥଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିବା ପରେ ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବୀ ସିନେମାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ବାବା ଚିସ୍ତିଙ୍କ ସହଯୋଗୀ ଭାବେ ଯୋଗ ଦେଇଥିଲେ। ପରେ ବମ୍ବେ ନଗରୀ ତାଙ୍କୁ ମହାନ ସଂଗୀତକାର ହେବାର ସୁଯୋଗ ଦେଇଥିଲା। “ହୀର ରାଞ୍ଝା” ସିନେମାରେ ସେ ତାଙ୍କର ସହଯୋଗୀ ରହମାନ ବର୍ମାଙ୍କ ସହ ସଙ୍ଗୀତ ଦେଇଥିଲେ। ୧୯୫୦ ରେ “ବିୱି” ଥିଲା ତାଙ୍କର ପ୍ରଥମ ସୋଲୋ ସଂରଚନା। ୧୯୫୩ ରେ ତଲତ ମେହେମୁଦଙ୍କ କଣ୍ଠରେ “ଶାମ ଏ ଗମ କି କସମ” ସେତେବେଳେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା।

ତାଙ୍କ ସିନେମା ଜୀବନରେ ସେ ଅସଂଖ୍ୟ ଲୋକପ୍ରିୟ ଗୀତ ନିର୍ମାଣ କରିଛନ୍ତି। ସେଥିରୁ ଚାରୋଟି ସିନେମାର ଗୀତ ତାଙ୍କ ସଙ୍ଗୀତ ଜୀବନର ଉତ୍କର୍ଷକୁ ଚରମ ସୋପାନରେ ପହଞ୍ଚାଇଥିଲା। କଭି କଭି (୧୯୭୬), ଉମରାଓ ଜାନ(୧୯୮୧), ବାଜାର(୧୯୮୨) ଓ ରଜିଆ ସୁଲତାନା (୧୯୮୩)। ତେବେ ୟା ବାହାରେ ତ୍ରୀଶୂଲ, ଖାନଦାନ, ନୂରୀ, ଅଞ୍ଜୁମନ, ଫିର ସୁବହ ହୋଗି, ଫୁଟପାଥ ଭଳି ବହୁ ଲୋକପ୍ରିୟ ସିନେମାର ସଙ୍ଗୀତ ରହିଛି। କଭି କଭି ସିନେମାରେ ସାହିରଙ୍କ “କଭି କଭି  ମେରେ ଦିଲ ମେ ଖୟାଲ  ଆଟା ହୈ” ଓ “ମେ ପଲ ଦୋ ପଲ କା ଶାୟର ହୁଁ” ଗୀତ ଦୁଇଟି କାଳଜୟୀ ଗୀତ ର ମର୍ୟାଦା ପାଇଛନ୍ତି। ଉମରାଓ ଜାନ ସିନେମାରେ ଆଶା ଭୋସଲେ ଙ୍କ ଯାଦୁକରୀ ସଫଳତା ପଛରେ ଯେଉଁ ସମ୍ଭ୍ରାନ୍ତ ଚେହେରା ଟି ରହିଥିଲା, ତାହା କେବଳ ଖୟାମଙ୍କର।

ଖୟାମ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜଣେ ସୈନିକ ଭାବରେ ମଧ୍ୟ କାମ କରିଥିଲେ। ତେଣୁ ତାଙ୍କ ବ୍ୟକ୍ତିତ୍ବରେ ସୈନିକର ସାହସ ଓ ଗାମ୍ଭୀର୍ୟ ମଧ୍ୟ ରହିଥିଲା। ଗଜଲ, ସୁଫିୟାନା ଶୈଳୀ ଓ ଫାର୍ସି ସଙ୍ଗୀତ ଧାରା ସହିତ ହିନ୍ଦୁସ୍ତାନୀ ଖୟାଲର ଚମତ୍କାର ମିଶ୍ରଣ ତାଙ୍କ ସଙ୍ଗୀତକୁ ମାଧୁର୍ୟର ଚରମ ସୀମାରେ ପହଞ୍ଚାଉଥିଲା। ଏହି ମହାନ ସଙ୍ଗୀତକାରଙ୍କ ବିୟୋଗରେ ଭାରତୀୟ ସଙ୍ଗୀତର ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଇ ପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ଐତିହ୍ୟ ପିଠଗୁଡିକର ସଂରକ୍ଷଣ ପାଇଁ ପ୍ରୟାସ ଜାରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026
Latest News

ଆସନ୍ତାକାଲି ଖୋଲିବ CBSEର ପୁନଃମୂଲ୍ୟାୟନ ପୋର୍ଟାଲ: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

May 31, 2026

ଟିମ୍ ଇଣ୍ଡିଆରେ ଯୋଗଦେଲେ ରୁତୁରାଜ ଗାୟକ୍ଵାଡ଼: ଏହି ଖେଳାଳିଙ୍କ ସ୍ଥାନରେ ମିଳିଲା ସୁଯୋଗ

May 31, 2026

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ସାଂସଦ?

May 31, 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.