Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜନ୍ମାଷ୍ଟମୀରେ ଶ୍ରୀକ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ
ବିଶେଷ ଖବର

ଜନ୍ମାଷ୍ଟମୀରେ ଶ୍ରୀକ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ

August 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜନ୍ମାଷ୍ଠମୀରେ ପୁରୀ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ଏବଂ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ 5 ଶହ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଜନ୍ମାଷ୍ଠମୀରେ ସରକାରୀ ଛୁଟି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଫିସ ଆସି ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ଘୋଷଣା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ନିରାପତ୍ତା ପାଇଁ ନିକଟରେ ରାଜ୍ୟସରକାର ଜବରଦଖଲ ଉଚ୍ଛେଦ କରିଛନ୍ତି। ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଏସବୁ କରାଯାଉଛି। ତେବେ ଶ୍ରୀମନ୍ଦିର ଜୋନ୍‌ରେ ଯେଉଁମାନଙ୍କର ଘର ବା ଦୋକାନକୁ ଉଚ୍ଛେଦ କରାଯାଉଛି, ସେମାନଙ୍କୁ ସଠିକ ଭାବେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢି ତୋଳିବା ପାଇଁ ଭିତ୍ତିଭୂମି ବିକାଶ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଏହି 5 ଶହ କୋଟି ଟଙ୍କା କେଉଁ କାମରେ କେତେ ଖର୍ଚ୍ଚ ହେବ ତାହାର ଟିକନିଖ ହିସାବ ମଧ୍ୟ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ…

୧) ଟ୍ରମ୍ପେଟ୍‌ ସେତୁ  (ଶ୍ରୀସେତୁ)

ପୁରୀ ବାଇପାସ୍‌ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଆଧୁନିକ ଟ୍ରମ୍ପେଟ୍‌ ସେତୁ (ଶ୍ରୀସେତୁ) ଦ୍ବାରା ସଂଯୋଗ କରାଯିବ। ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜଗନ୍ନାଥ ବଲ୍ଲଭମଠଠାରେ  ଯାତ୍ରୀମାନେ ଏହାଦ୍ବାରା ସିଧାସଳଖ ପହଞ୍ଚିପାରିବେ।

୨) ଜଗନ୍ନାଥ ବଲ୍ଲଭ ମଠର ବିକାଶର 

ଜଗନ୍ନାଥ ବଲ୍‌ଲଭ ମଠରେ ବହୁତଳ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯଥା ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ। ତା’ ସହିତ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୩) ମୂଷା ନଦୀର ବିକାଶ

ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ। ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଏବଂ ସେଠାରେ ରିଭର ଫ୍ରଣ୍ଟ୍‌ ଟୁରିଜିମ୍‌ର ବିକାଶ କରାଯିବ। ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୪) ଅଠରନଳା

ଐତିହାସିକ ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ। ଏଥିପାଇଁ ଏଏସ୍‌ଆଇର ସହଯୋଗ ନିଆଯିବ। ଏଥିପାଇଁ ୫ କୋଟି ଖର୍ଚ୍ଚ କରାଯିବ।

୫) ହ୍ରଦ

ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ। ଏଥିପାଇଁ ୩୫ କୋଟି ଖର୍ଚ୍ଚ କରାଯିବ।

୬) ସୁରକ୍ଷିତ ଜୋନ୍‌ ଓ ମଠ ପୁନରୁଦ୍ଧାର

ଶ୍ରୀଜଗନ୍ନାଥଙ୍କ ନୀତି ସହିତ ମଠ ମାନଙ୍କର ସ୍ବତନ୍ତ୍ର ସଂପର୍କ ରହିଛି।  ତେଣୁ ଏଥିରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସରକାର ଯତ୍ନବାନ ଅଟନ୍ତି। ପୁରୀରେ ଶ୍ରୀମନ୍ଦିରର ସୁରକ୍ଷା ଜୋନ୍‌ରେ ଆସୁଥିବା ମଠ ଗୁଡ଼ିକର ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ହେଉଥିବା ମଠର କୀର୍ତ୍ତି ଗୁଡ଼ିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି। ପୁରୀରେ ଥିବା ମଠଗୁଡ଼ିକୁ ଅବଡ଼ା ଯୋଜନାରେ ସରକାର ସହଯୋଗ ଯୋଗାଇ ଦେବେ।

୭) ଦୋକାନ ଘର ଉଚ୍ଚେଦ ଓ ଥଇଥାନ

ଶ୍ରୀମନ୍ଦିରର ନିରାପତ୍ତା ଜୋନ୍‌ରେ ଆସୁଥିବା ଦୋକାନ ଓ ଘର ଗୁଡ଼ିକୁ ସ୍ଥାନାନ୍ତରିତ କରାଯିବ। ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଏବଂ ଘର ପାଇଁ ଘର ଯୋଗାଇ ଦେବା ସହିତ ଥଇଥାନ ପ୍ୟାକେଜ୍‌ ମଧ୍ୟ କାର୍ଯ୍ୟକାରୀ କରିବେ।

୮) ପୌରାଣିକ ପୁସ୍କରଣୀର ସଂରକ୍ଷଣ

ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ  ଶ୍ବେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୁଡ଼ିକର ପୁନରୁଦ୍ଧାର କରାଯିବ ଏବଂ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବ। ଏହିସବୁ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପ୍ରକଳ୍ପ ଦାୟିତ୍ବ ନେବ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ୍‌ ମହାନିର୍ଦ୍ଦେଶକ, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ପୁରୀ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ।

 

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026
Latest News

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026

ଜୟପୁରରେ ଆଶୁତୋଷ ରାଙ୍କାଙ୍କୁ ଆକ୍ରମଣ?: CJP କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

August 21, 2026

ଛତିଶଗଡରେ ମଧ୍ୟ ପେପର ଲିକ୍: ରଦ୍ଦ ହେଲା ପରୀକ୍ଷା

August 21, 2026

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.