Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’
ବିଶେଷ ଖବର

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’
ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

ଭୁବନେଶ୍ୱର: କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ସହ ସେମାନଙ୍କୁ ଆତ୍ମବିଶ୍ୱାସୀ ଓ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। କଲେଜ ପରିସରରେ ଛାତ୍ରୀମାନଙ୍କୁ ସଠିକ୍ ଦିଗଦର୍ଶନ, ମାନସିକ ସମ୍ବଳ ଓ ସୁରକ୍ଷାର ଭରସା ଯୋଗାଇବା ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ପାଇବେ ‘ଶକ୍ତି ଅପା’।

ରାଜ୍ୟ ସରକାରଙ୍କ ପ୍ରମୁଖ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ରାଜ୍ୟର ପ୍ରତିଷ୍ଠିତ ମହିଳା ପ୍ରତିଭାମାନଙ୍କୁ ଏହି ଦାୟିତ୍ୱ ଦିଆଯିବ, ଯେଉଁମାନେ ଛାତ୍ରୀମାନଙ୍କ ପାଇଁ ରୋଲ୍ ମଡେଲ୍ ଓ ମେଣ୍ଟର ସାଜିବେ। ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ତ୍ୱରାନ୍ୱିତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାସ୍ତରୀୟ ନୋଡାଲ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ପ୍ରତି ଜିଲ୍ଲାରେ ନୋଡାଲ ଡିଗ୍ରୀ କଲେଜ ପକ୍ଷରୁ ପ୍ରାଥମିକ ଭାବେ ୫ଜଣ ବିଶିଷ୍ଟ ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ମନୋନୀତ କରାଯିବ। ଜିଲ୍ଲାର ଆବଶ୍ୟକତା ଓ ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ଜିଲ୍ଲାପାଳ ଚାହିଁଲେ ଏହି ସଂଖ୍ୟାକୁ ସର୍ବାଧିକ ୧୦ ପର୍ଯ୍ୟନ୍ତ ବଢ଼ାଇ ପାରିବେ। ମନୋନୀତ ଶକ୍ତି ଅପାମାନେ ପ୍ରତି ତିନି ମାସରେ ଅତିକମରେ ଥରେ ଲେଖାଏଁ ନିଜ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଗସ୍ତ କରି ଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବୁଝିବେ।

ଏହି ଗସ୍ତ ପାଇଁ ଆବଶ୍ୟକ ଯାତାୟାତ ଖର୍ଚ୍ଚ ଓ ଦୈନିକ ଭତ୍ତା ସମ୍ପୃକ୍ତ କଲେଜ ପକ୍ଷରୁ ସେମାନଙ୍କୁ ସମ୍ମାନଜନକ ଭାବେ ପ୍ରଦାନ କରାଯିବ। ଗସ୍ତ ଶେଷରେ ସେମାନେ ଜିଲ୍ଲା ନୋଡାଲ କଲେଜକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ, ଯାହା କ୍ୟାମ୍ପସରେ ଥିବା ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍‌କୁ ଅଧିକ ସକ୍ରିୟ କରିବାରେ ବେଶ୍ ସହାୟକ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ କେବଳ ଉଚ୍ଚ ଅଭିଜ୍ଞତାସମ୍ପନ୍ନ ମହିଳାମାନଙ୍କୁ ହିଁ ଚୟନ କରାଯିବ, ଯେଉଁମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ଅତିକମରେ ୧୫ ବର୍ଷର ବୃତ୍ତିଗତ ଅଭିଜ୍ଞତା ରହିଥିବ।

ମହିଳା ସୁରକ୍ଷା ଓ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ମହିଳା ସମାଜସେବୀ, ପୁଲିସ ଓ ସଶସ୍ତ୍ର ବାହିନୀରୁ ଅବସରପ୍ରାପ୍ତ ମହିଳା କର୍ମଚାରୀ, ଆଇନ ଓ ସାଇବର ସୁରକ୍ଷା ବିଶେଷଜ୍ଞ, ମାନସିକ ପରାମର୍ଶଦାତା, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ବରିଷ୍ଠ ଶିକ୍ଷାବିତ୍ ତଥା ସଫଳ ମହିଳା ଉଦ୍ୟୋଗୀମାନଙ୍କୁ ଏହି ଚୟନ ପ୍ରକ୍ରିୟାରେ ପ୍ରାଥମିକତା ଦିଆଯିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ଏହି ମନୋନୟନ ପ୍ରକ୍ରିୟା ଶେଷ ହୋଇସାରିଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକର ନୋଡାଲ ଡିଗ୍ରୀ କଲେଜଗୁଡ଼ିକୁ ଚଳିତମାସ ୨୧ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଗୁଗୁଲ ଫର୍ମ ଓ ଇମେଲ ଯୋଗେ ମନୋନୀତ ‘ଶକ୍ତି ଅପାମାନଙ୍କ’ ସମ୍ପୂର୍ଣ୍ଣ ବିବରଣୀ ବିଭାଗ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦଆଯାଇଛି। ସରକାରଙ୍କ ଏହି ପ୍ରୟାସ କ୍ୟାମ୍ପସରେ ସୁରକ୍ଷା ବଳୟକୁ ସୁଦୃଢ଼ କରିବା ସହ ଛାତ୍ରୀମାନଙ୍କୁ ନିର୍ଭୀକ ଓ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

‘ଶକ୍ତି ଅପା’ ‘ଶକ୍ତିଶ୍ରୀ’ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮

November 6, 2026

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026
Latest News

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮

November 6, 2026

୪୬.୮୬ ଲକ୍ଷ ଟଙ୍କା ହଡ଼ପ ମାମଲା: ଶେଷରେ ଧରାପଡ଼ିଲେ ଫେରାର ସରପଞ୍ଚ, ପୁରୁଷ ବନ୍ଧୁଙ୍କ ସହ ଜେଲ୍‌ ଗଲେ!

November 6, 2026

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.