Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ
ବିଶେଷ ଖବର

ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଡ଼ିଶାରେ ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଭବିଷ୍ୟତ ନିର୍ବାଚନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବର ୫ ଓ ୬ ତାରିଖରେ କଟକସ୍ଥିତ ଇନଡୋର ଷ୍ଟାଡିୟମରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଗତ ଅପ୍ରେଲ ୨୦୨୬ରେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ପୁନର୍ଗଠିତ ହେବା ପରେ ଏହା ଦଳର ପ୍ରଥମ ପୂର୍ଣ୍ଣାଙ୍ଗ ବୈଠକ। ଏହି ଦୁଇ ଦିନିଆ ମହାମନ୍ଥନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ, ବିଧାୟକ, ୭୨ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଓ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ସାମିଲ ହେବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶେଷ ଭାଗିଦାରୀ ରହିବ। ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉଭୟ ଦିନ ଉପସ୍ଥିତ ରହିବାକୁ ଥିବା ବେଳେ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି। ବୈଠକରେ ରାଜ୍ୟର ବର୍ତ୍ତମାନର ରାଜନୈତିକ ପରିସ୍ଥିତି, ସାଂଗଠନିକ କାର୍ଯ୍ୟାବଳୀ, ବୁଥ୍‌ ଓ ମଣ୍ଡଳସ୍ତରରେ ଦଳର ସ୍ଥିତି ଏବଂ ପଦାଧିକାରୀଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରାଯିବ। ଦଳରେ ସମସ୍ତ ନେତା ଓ କର୍ମୀଙ୍କ ଦକ୍ଷତା ଏବଂ ଯୋଗ୍ୟତା ଆଧାରରେ ନୂତନ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ବିଶେଷକରି କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଉପରେ ଏଠାରେ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ତୃଣମୂଳସ୍ତରରେ ଲୋକଙ୍କ ପାଖରେ କେତେଦୂର ପହଞ୍ଚୁଛି, ତାହାର ସମୀକ୍ଷା ହେବ। ଏହାସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ପିଢ଼ି, ଯୁବ ଭୋଟର ଏବଂ ଜେନ୍-ଜେଡ୍ ନାଗରିକଙ୍କୁ ଯୋଡ଼ିବା ପାଇଁ ସୋସିଆଲ ମିଡିଆ ଓ ଡିଜିଟାଲ୍ ମାଧ୍ୟମର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।

ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ ଭାରତ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ: ଜୟଶଙ୍କରଙ୍କ ବଡ ବିବୃତ୍ତି

September 3, 2026

‘ସେତେବେଳେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବ, ଯେତେବେଳେ…’: ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦେଲା ଭାରତ

September 3, 2026

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026
Latest News

ସେପ୍ଟେମ୍ବର ୫ ଓ ୬ରେ କଟକରେ ବସିବ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ

September 3, 2026

ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବା ପାଇଁ ଭାରତ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ: ଜୟଶଙ୍କରଙ୍କ ବଡ ବିବୃତ୍ତି

September 3, 2026

ଆଜି ମହିଳା ଏସିଆ କପରେ ଭାରତର ଦ୍ୱିତୀୟ ମ୍ୟାଚ୍: କିଛି ସମୟ ପରେ ଆରମ୍ଭ ହେବ ପ୍ରତିଯୋଗୀତା

September 3, 2026

୨୦୨୬ ଏସୀୟ କ୍ରୀଡ଼ା: ୭୬୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ, ଗୌତମ ଗମ୍ଭୀରଙ୍କ ନାମ ନାହିଁ

September 3, 2026

‘ସେତେବେଳେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବ, ଯେତେବେଳେ…’: ଆମେରିକାକୁ ସ୍ପଷ୍ଟ ବାର୍ତ୍ତା ଦେଲା ଭାରତ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.