Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଶୂନ୍ ମୃତ୍ୟୁ ସପ୍ତାହ’ ଆରମ୍ଭ; ଜୀବନ ବଞ୍ଚାଇଲେ ମିଳିବ ‘ରାହାବାର’ ଓ ‘ଗୁଡ୍ ସମାରିଟାନ୍’ ପୁରସ୍କାର
ବିଶେଷ ଖବର

‘ଶୂନ୍ ମୃତ୍ୟୁ ସପ୍ତାହ’ ଆରମ୍ଭ; ଜୀବନ ବଞ୍ଚାଇଲେ ମିଳିବ ‘ରାହାବାର’ ଓ ‘ଗୁଡ୍ ସମାରିଟାନ୍’ ପୁରସ୍କାର

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଶୂନ୍ ମୃତ୍ୟୁ ସପ୍ତାହ’। ୨୦୨୬ ସେପ୍ଟେମ୍ବରରୁ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବାକୁ ଥ‌ିବା ଏହି ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ ଏନ୍‌ଫୋର୍ସମେଣ୍ଟ ଦ୍ଵାରା ମୋଟ ୪୪୭୪୬ଟି ଇ-ଚାଲାଣ ଜାରି କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ବିନା ହେଲମେଟ୍ ପାଇଁ ୨୫୨୮୨, ଦ୍ରୁତଗତି ପାଇଁ ୪୧୬୦, ଟ୍ରିପଲ୍ ରାଇଡିଂ ପାଇଁ ୧୩୮୩ ଏବଂ ବୈଧ ବୀମା ନଥାଇ ଗାଡ଼ି ଚଲାଇବା ପାଇଁ ୧୨୧୬ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି। ସେହିଭଳି ବିନା ସିଟ୍‌ଵେଲ୍ଟରେ ଗାଡ଼ି ଚାଳନା ଯୋଗୁଁ ୭୦୩, ବିନା ପରମିଟ୍‌ରେ ୫୪୯, ବିପରୀତ ଦିଗରେ ଗାଡ଼ି ଚାଳନା ପାଇଁ ୧୫୭, ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୯୧ ଏବଂ ଅନ୍ୟାନ୍ୟ ମୋଟର ଯାନ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ରୁ ଅଧିକ ଚାଲାଣ ଜାରି ହୋଇଛି। ଝାରସୁଗୁଡ଼ା ଆର୍ଟିଓଙ୍କ ପକ୍ଷରୁ ୫୭୧ଟି ଚାଲାଣ ଜାରି ହୋଇଥ‌ିବା ବେଳେ କଟକ ଆର୍ଟିଓ ୫୧୬ଟି, ପୁରୀ ଆର୍ଟିଓ ୫୧୧ଟି, ଗଞ୍ଜାମ ଆର୍ଟିଓ ୪୧୫ଟି ଏବଂ ଭୁବନେଶ୍ବର-୧ ଆର୍ଟିଓ ପକ୍ଷରୁ ୪୧୦ଟି ଚାଲାଣ ଜାରି କରାଯାଇଛି। ସୋନପୁର, ଭଦ୍ରକ, ତାଳଚେର ଏବଂ ଯାଜପୁର ଭଳି ସ୍ଥାନଗୁଡ଼ିକରେ ପରିବହନ ବିଭାଗ ଓ ଗାଡ଼ିଚାଳକ ମହାସଂଘର ମିଳିତ ଆନୁକୂଲ୍ୟରେ ବିଭିନ୍ନ ସଚେତନତା ମୂଳକ ସମାରିଟାନ୍’ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନ୍‌ଫୋର୍ସମେଣ୍ଟ ଓ ସଚେତନତା ସହିତ ରୋଡ୍ ଇଞ୍ଜିନିୟରିଂ ଏବଂ ଜରୁରିକାଳୀନ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ମାର୍ଗ ତଥା ‘ବ୍ଲାକସ୍ପଟ୍ ଗୁଡ଼ିକ ଉପରେ ସ୍ଵତନ୍ତ୍ର ଦୃଷ୍ଟି ରଖାଯାଇଛି । ଅଧୁକ ଦୁର୍ଘଟଣା ଘଟୁଥ‌ିବା ଜିଲ୍ଲାଗୁଡ଼ିକରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯିବା ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟ ଏନ୍ଏଚର ବିପଜ୍ଜନକ ସ୍ଥାନଗୁଡ଼ିକର ଆବଶ୍ୟକୀୟ ସୁଧାର ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଏନଫୋର୍ସମେଣ୍ଟ ଓ ସଚେତନତା ସହିତ ରୋଡ୍ ଇଞ୍ଜିନିୟରିଂ ଏବଂ ଜରୁରୀକାଳୀନ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ମାର୍ଗ ତଥା ‘ବ୍ଲାକସ୍ପଟ୍’ ଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି। ଅଧିକ ଦୁର୍ଘଟଣା ଘଟୁଥିବା ଜିଲ୍ଲାଗୁଡ଼ିକରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯିବ। ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟ ଏନଏଚ୍‌ରେ ବିପଜ୍ଜନକ ସ୍ଥାନଗୁଡ଼ିକର ଆବଶ୍ୟକୀୟ ସୁଧାର ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ସହଯୋଗିତାରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଅତି ଶୀଘ୍ର ଚିକିତ୍ସା ସେବା ଯୋଗାଇ ଦିଆଯାଇ ଜୀବନ ରକ୍ଷା କରାଯାଇପାରିବ ଏବଂ ଦୁର୍ଘଟଣାଗ୍ରସ୍ତ ଲୋକେ ଯେପରି ଫ୍ରିଏମ୍ ରିଲିଫ୍ ଯୋଜନା ମାଧ୍ୟମରେ ବିନା କୌଣସି ବାଧାରେ ସମସ୍ତ ଚିକିତ୍ସା ସୁବିଧା ପାଇପାରିବେ, ତାହା ନିଶ୍ଚିତ କରାଯାଇଛି। ଯେଉଁ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହାତ ଲୋକଙ୍କ ଜୀବନ ବଞ୍ଚାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ‘ରାହାବାର’ ଏବଂ ‘ଗୁଡ୍ ସମାରିଟାନ୍’ ଭଳି ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

‘ଶୂନ୍ ମୃତ୍ୟୁ ସପ୍ତାହ’ ଆରମ୍ଭ; ଜୀବନ ବଞ୍ଚାଇଲେ ମିଳିବ ‘ରାହାବାର’ ଓ ‘ଗୁଡ୍ ସମାରିଟାନ୍’ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ: ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

September 4, 2026

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026
Latest News

‘ଶୂନ୍ ମୃତ୍ୟୁ ସପ୍ତାହ’ ଆରମ୍ଭ; ଜୀବନ ବଞ୍ଚାଇଲେ ମିଳିବ ‘ରାହାବାର’ ଓ ‘ଗୁଡ୍ ସମାରିଟାନ୍’ ପୁରସ୍କାର

September 4, 2026

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ: ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

September 4, 2026

କରୈକଲ୍‌ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ

September 4, 2026

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.