Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ
ବିଶେଷ ଖବର

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍‌’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର, ବିଶିଷ୍ଟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଥିବା ଏହି ସୁରକ୍ଷା ପଦକ୍ଷେପ, ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଜରୁରୀକାଳୀନ ପ୍ରତିକ୍ରିୟା ସୁବିଧା ଯୋଗାଇଦେଉଛି। ସାଧାରଣତଃ ଅଧିକାଂଶ ସୁରକ୍ଷା ଫିଚର ପାଇଁ ବ୍ୟବହାରକାରୀଙ୍କୁ ଝଙଝ ବଟନ୍ ଖୋଜିବାକୁ ପଡ଼ିଥାଏ, ଫୋନ୍ ଅନଲକ୍ କରି ବିଭିନ୍ନ ସ୍କ୍ରିନ୍ ମାଧ୍ୟମରେ ଯିବାକୁ ପଡ଼ିଥାଏ। କିନ୍ତୁ ଓଡ଼ିଶା ଯାତ୍ରୀ ଏକ ଭିନ୍ନ ଓ ସହଜ ପଦ୍ଧତି ଆପଣେଇଛି। ‘ଶେକ୍ ଆଣ୍ଡ୍ ଆଲର୍ଟ’ ସୁବିଧା ମାଧ୍ୟମରେ, ବ୍ୟବହାରକାରୀମାନେ କେବଳ ସେମାନଙ୍କ ଫୋନ୍‌କୁ ହଲେଇ ଜରୁରୀକାଳୀନ ଆଲର୍ଟ ପଠାଇପାରିବେ—ଯାହାଦ୍ୱାରା ଭୟଭୀତ ଥିବା ସମୟରେ କିମ୍ବା ଆପ୍‌କୁ ବ୍ୟବହାର କରିବାରେ ଅସମର୍ଥ ହେଲେ ମଧ୍ୟ ସେମାନେ ତୁରନ୍ତ ସହାୟତା ପାଇପାରିବେ। ଏହି ଆପ୍‌ରେ ୱାନ୍‌-କ୍ଲିକ୍ ସୁବିଧା ମଧ୍ୟ ରହିଛି, ଯାହା ମାଧ୍ୟମରେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨ କୁ କଲ୍ କରିପାରିବେ ଏବଂ ସେମାନଙ୍କର ମନୋନୀତ ଜରୁରୀକାଳୀନ ସମ୍ପର୍କୀୟଙ୍କୁ ସୂଚନା ଦେଇପାରିବେ। ବ୍ୟବହାରକାରୀମାନେ ସେମାନଙ୍କର ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଲାଇଭ୍ ଲୋକେସନ୍ ସେୟାର କରିପାରିବେ, ଯାହା ଦ୍ୱାରା ସେମାନଙ୍କ ଯାତ୍ରାର ସମୟାନୁବର୍ତ୍ତୀ ମନିଟରିଂ କରାଯାଇପାରିବ। ଏହି ସୁରକ୍ଷା ମୋଡ୍ୟୁଲଟି କେବଳ ଯାତ୍ରୀଙ୍କ ପାଇଁ ନୁହେଁ, ବରଂ ଚାଳକ (ଡ୍ରାଇଭର) ମାନଙ୍କ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି। କାରଣ ଗାଡ଼ି ଭିତରେ କିଛି ଅସୁବିଧା ହେଲେ, ସମସ୍ତଙ୍କ ପାଇଁ ଏପରି ଏକ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ୍ ଯାହା ପ୍ରକୃତ ବିପଦ ସମୟରେ କାର୍ଯ୍ୟକାରୀ ହୋଇପାରିବ। ଯାତ୍ରୀ ନିରାପଦରେ ପହଞ୍ଚିବା ପରେ ଆଲର୍ଟ ବନ୍ଦ କରିବା ପାଇଁ “ମାର୍କ ରାଇଡ୍ ଏଜ୍ ସେଫ୍‌’ ସୁବିଧାତୁରନ୍ତ ଯୋଗାଯୋଗ ପାଇଁ ଗୋଟିଏ ସ୍ଥାନରେ ଜରୁରୀକାଳୀନ ହେଲ୍ପଲାଇନ୍ ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ପଦକ୍ଷେପ ନାଗରିକଙ୍କ ସୁରକ୍ଷା, ସମ୍ମାନ ଏବଂ ସୁବିଧାକୁ କେନ୍ଦ୍ର କରି ଏକ ଆଧୁନିକ ନଗର ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଓଡ଼ିଶା ଯାତ୍ରୀର ବ୍ରାଣ୍ଡ ଆମ୍ବାସାଡର ଅର୍ଚ୍ଚିତା ସାହୁ ନାଗରିକମାନଙ୍କୁ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ବ୍ୟବହାର କରିବା ସହ ଏହାର ସୁରକ୍ଷା ଫିଚରଗୁଡ଼ିକ ବିଷୟରେ ଅବଗତ ହେବାକୁ ଅନୁରୋଧ କରିଛନ୍ତି। ଏହି ପଦକ୍ଷେପ କିପରି ଯାତ୍ରୀମାନଙ୍କ ହାତରେ ସିଧାସଳଖ ତୁରନ୍ତ ସହାୟତା ଏବଂ ଜରୁରୀକାଳୀନ ସୁରକ୍ଷା ସୁବିଧା ପହଞ୍ଚାଉଛି, ସେ ସମ୍ପର୍କରେ ସେ ଆଲୋକପାତ କରିଛନ୍ତି। ଓଡ଼ିଶା ଯାତ୍ରୀ ଏକ ସମନ୍ୱିତ ପରିବହନ ପ୍ଲାଟଫର୍ମ ଭାବରେ ଉଭା ହେଉଛି, ଯାହା ରାଇଡ୍ ବୁକିଂ, ଆମ ବସ୍ ସେବା, ଫାଷ୍ଟଟିକେଟ୍ ସ୍ପଟ୍ ବୁକିଂ ଏବଂ ବୋଟିଂ ସୁବିଧା ଭଳି ଏକାଧିକ ସେବା ଯୋଗାଇ ଦେଉଛି। ଏହି ନୂତନ ଏବଂ ଉନ୍ନତ ସୁରକ୍ଷା ମୋଡ୍ୟୁଲ୍ ସଂଯୋଗ ହେବା ଦ୍ୱାରା, ଏହି ପ୍ଲାଟଫର୍ମ ସମଗ୍ର ଓଡ଼ିଶାରେ ଏକ ସୁବିଧାଜନକ, ସୁଲଭ ଏବଂ ସୁରକ୍ଷିତ ଯାତ୍ରା ଅନୁଭୂତି ପ୍ରଦାନ କରିବାର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରୁଛି। ନୂତନ ସୁରକ୍ଷା ଫିଚରଗୁଡ଼ିକର ସୁବିଧା ନେବା ପାଇଁ ନାଗରିକମାନେ ‘ଓଡ଼ିଶା ଯାତ୍ରୀ ଆପ୍‌’ ଡାଉନଲୋଡ୍ କିମ୍ବା ଆପଡେଟ୍ କରିପାରିବେ।

Launch of India's first state-owned safety app by Odisha Yatri.
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026

ୟୁପିରେ ମେଣ୍ଟ ମହାଯୁଦ୍ଧ : ‘ବଡ଼ ଭାଇ’ ପାଇଁ ବଡ଼ ଲଢ଼େଇ

September 4, 2026
Latest News

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026

‘ନାନ୍‌’ରୁ ଆରମ୍ଭ, ବିଧାନସଭାରେ ଶେଷ! ୧୭୦ ଟଙ୍କାର ବିଲ୍‌କୁ ନେଇ ବିବାଦ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.