Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ
ବିଶେଷ ଖବର

ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

September 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ
ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଂଶତମ ‘ରୋଜଗାର ମେଳା’ରେ ବିଭିନ୍ନ ସରକାରୀ ସଂସ୍ଥାରେ ନୂତନ ଭାବେ ନିଯୁକ୍ତ ଯୁବକ-ଯୁବତୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର ଏବଂ କଟକରେ ଦୁଇଟି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି।

ଭାରତ ସରକାରଙ୍କର ଆୟକର ବିଭାଗ, ଓଡ଼ିଶା ଶାଖା ପକ୍ଷରୁ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୮୦ ରୁ ଅଧିକ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଆୟକର ବିଭାଗ, ଡାକ ବିଭାଗ, ସିଆଇଏସଏଫ ଏବଂ ବିଭିନ୍ନ ସରକାରୀ ବ୍ୟାଙ୍କରେ ଏହି ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିଛି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି, ରୋଜଗାର ମେଳା ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଚଳିତ ଥର ଏହି ମେଳା ଦେଶର ୪୫ଟି ସ୍ଥାନରେ ୫୧ ହଜାର ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି। ସରକାରୀ ସେବାରେ ନୂତନ ନିଯୁକ୍ତି ପ୍ରଦାନ କରିବା ଏବଂ ନବନିଯୁକ୍ତ କର୍ମଚାରୀମାନଙ୍କୁ ଦେଶସେବାରେ ସାମିଲ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନବନିଯୁକ୍ତ ପ୍ରାର୍ଥୀମାନେ ଦାୟିତ୍ୱବାନ ଭାବେ ରାଷ୍ଟ୍ର ଗଠନରେ ସହାୟକ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ଅନୁରୂପ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ  ଯୁବପିଢ଼ିଙ୍କ ହାତରେ ଏକ ବଡ ଦାୟିତ୍ୱ ରହିବ। ଆଜି ମିଳିଥିବା ନିଯୁକ୍ତିକୁ ଏକ ଦାୟିତ୍ୱ ରୂପେ ଗ୍ରହଣ କରିବା ସହିତ ଭାରତ ସରକାରଙ୍କ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କେନ୍ଦ୍ର ମନ୍ତ୍ରୀ ଅପିଲ୍‌ କରିଥିଲେ। ମୁଖ୍ୟ ଆୟକର କମିଶନର ସରୋଜ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଅନ୍ୟପକ୍ଷରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ମୋଟ ୧୬୧ ଜଣ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରିଛନ୍ତି। ରେଳ ବିଭାଗରେ ୩୭, ଏମ୍ସରେ ୪୧, ଡାକ ବିଭାଗରେ ୩୦, ସିଜିଏସଟି ଭୁବନେଶ୍ୱରରେ ୨୨, ଆୟକର ବିଭାଗରେ ୧୦, ଇଏସଆଇସିରେ ୮ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି କେନ୍ଦ୍ରୀୟ ଭୂଜଳ ବୋର୍ଡରେ ୪, ଆର୍ଥିକ ସେବାରେ ୩, ସିଆଇଏସଏଫ ଓ ଶିକ୍ଷା ମନ୍ତ୍ରଣାଳୟରେ ୨ ଜଣ ଲେଖାଏଁ, ସିଜିଡିଏ ଏବଂ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ବିଭାଗରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରୋଜଗାର ମେଳାର ଉଦ୍ଦେଶ୍ୟକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କମଳେଶ ପାଶୱାନ ପ୍ରତିକ୍ରିୟା ରଖି ନବନିଯୁକ୍ତଙ୍କୁ କହିଛନ୍ତି, ନବନିଯୁକ୍ତମାନେ ପ୍ରାର୍ଥୀମାନେ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ଦୃଢ଼ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଆବଶ୍ୟକ।

କଟକ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ରୋଜଗାର ମେଳା ସରକାରୀ ଚାକିରି
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

September 19, 2026

ବଙ୍ଗଳା ଉପନିର୍ବାଚନରେ ​​ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ୱସ୍ତି: ନୂଆ ମୋଡ଼ ନେଲା ଏହି ଆସନ

September 19, 2026

ଜେସିବି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ

September 19, 2026

ଗଣେଶ ଭସାଣି ବେଳେ ଜେନେରେଟରରୁ ନିଆଁ ଲାଗି ୫ ଶିଶୁ ଗୁରୁତର

September 19, 2026
Latest News

ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

September 19, 2026

ମୁଖ୍ୟମନ୍ତ୍ରୀ ମାନଙ୍କ ଗାଡ଼ି ଉପରକୁ ମଦ ବୋତଲ ଫିଙ୍ଗିବ ମାମଲା: ରଭନୀତ ସିଂହ ବିଟ୍ଟୁ ଅଟକ

September 19, 2026

ରୋହିତ ଶର୍ମା କ’ଣ ଅଜିତ ଅଗରକରଙ୍କ ବିଦାୟର କାରଣ?: ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟ ଚୟନକର୍ତ୍ତା

September 19, 2026

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

September 19, 2026

ଏଲଆଇସିରେ ୨୬୮୪ କୋଟିର ଠକେଇ!:  ଅନିଲ ଅମ୍ବାନୀଙ୍କ ଉପରେ ସିବିଆଇ ର କାର୍ଯ୍ୟାନୁଷ୍ଠାନ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.