Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..
ବିଶେଷ ଖବର

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶିକ୍ଷକମାନଙ୍କ ସମସ୍ୟାର ସମାଧାନ
ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ୨୦୨୫ ଡିସେମ୍ବର ୬ ତାରିଖରେ ଗଠିତ ହୋଇଥିଲା ଏବଂ ୨୦୨୬ ଫେବୃଆରୀ ୩ ତାରିଖରେ ପୁର୍ନଗଠିତ ହୋଇଥିଲା । ଆଜି ଏହି କମିଟି ତା’ର ରିପୋର୍ଟ ପ୍ରଦାନ କରିଛି । ଏହି ସୁପାରିଶ ଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକର ସୂଚନା ଅନୁଯାୟୀ ଏହି କମିଟି ନିକଟରେ ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକମାନଙ୍କର ୧୦୪ଟି ସଂଘ କମିଟିକୁ ଭେଟିଛନ୍ତି । କମିଟି ଏହି ଦାବୀ ସମ୍ପର୍କରେ ୯୦ଟି ବୈଠକ ଅନୁଷ୍ଠିତ କରିଛନ୍ତି ଏବଂ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରିଛନ୍ତି।

ବୈଠକରେ କମିଟିର ବିଭିନ୍ନ ସୁପାରିଶ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଅଶୋକ ତ୍ରିପାଠୀ ଏବଂ ସହ-ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

କମିଟିର ଅନ୍ୟ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ, ଶ୍ରୀ ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ଶ୍ରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଅଧ୍ୟକ୍ଷ ଶ୍ରୀ ଅଶୋକ ତ୍ରିପାଠୀ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଗୁରୁତର: ଜଣେ ଆହତ

September 21, 2026
Latest News

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.