Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା
ବିଶେଷ ଖବର

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rayagada Vice-Chairperson Shramita Padhi
Rayagada Vice-Chairperson Shramita Padhi

ଭୁବନେଶ୍ବର: ରାୟଗଡ଼ା ପୌର ପରିଷଦର ବହୁ ଚର୍ଚ୍ଚିତ ଉପାଧ୍ୟକ୍ଷା ପଦ ନିମନ୍ତେ ଆଜି ଉପ-ନିର୍ବାଚନ ଶେଷ ହୋଇଛି। ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ନୂତନ ପୌର ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ପାଢ଼ୀ ବିଜୁ ସ୍ୱାଭିମାନ ମଞ୍ଚ ସହ ଜଡ଼ିତ ଥାଇ ମଧ୍ୟ ସେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ବିଜୟୀ ହେବା ସ୍ଥାନୀୟ ରାଜନୀତିରେ ନୂଆ ଆଲୋଡ଼ନ ସୃଷ୍ଟି କରିଛି।

ନିର୍ବାଚନ ସମୟ ସୀମା ମଧ୍ୟରେ ଶ୍ରମିତା ପାଢ଼ୀ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ଶ୍ରୀମତୀ ପାଢ଼ୀଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଦର୍ଶାଇ ସେ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ତେବେ ଶ୍ରମିତା ପାଢ଼ୀଙ୍କ ବିଜୟରେ ବିଜେଡି ଶିବିର ଶିଥିଳ ପଡ଼ିଯାଇଥିବା ବେଳେ ବିଜୁ ସ୍ୱାଭିମାନ ମଞ୍ଚ ମାହୋଲରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାର୍ଥୀ ବିଜୟ ଘୋଷଣା ପୂର୍ବରୁ ବିଜୁ ସ୍ୱାଭିମାନ ମଞ୍ଚର ସମର୍ଥକମାନେ ପୌର ପରିଷଦ କାର୍ଯ୍ୟାଳୟ ନିକଟକୁ ଆସି ଭାସ୍କର ରାଓ ଜିନ୍ଦାବାଦ, ଲାଲ ବିହାରୀ ହିମିରିକା ଜିନ୍ଦାବାଦ ନାରା ଦେଇଥିଲେ। ଏହି ନାରାବାଜି ଉପସ୍ଥିତ ସମସ୍ତଙ୍କୁ ଚକିତ କରିଥିଲା। ସୂଚନାଯୋଗ୍ୟ ଯେ, ବିଜେଡିର ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ନେତା ଏନ୍. ଭାସ୍କର ରାଓ ଗତ ୨୦୨୫ ମସିହାରେ ଦଳୀୟ ଅଣଦେଖାର ଅଭିଯୋଗ ଆଣି ବିଜେଡି ଛାଡ଼ି ‘ବିଜୁ ସ୍ୱାଭିମାନ ମଞ୍ଚ’ ଗଠନ କରିଥିଲେ। ଶ୍ରୀ ରାଓ ଦଳ ଛାଡ଼ିବା ବେଳେ ତାଙ୍କ ସମର୍ଥନରେ ରାୟଗଡ଼ା ପୌର ପରିଷଦର ୧୯ ଜଣ ବିଜେଡି କାଉନସିଲର ମଧ୍ୟ ଦଳ ଛାଡ଼ି ଶ୍ରୀ ରାଓଙ୍କ ସହ ରହିବାକୁ ଘୋଷଣା କରିଥିଲେ। ସେହିଦିନଠାରୁ ସେମାନେ ବିଜେଡିଠାରୁ ଦୂରେଇ ରହିଥିଲେ।

ଅପରପକ୍ଷରେ, ରାୟଗଡ଼ା ପୌର ପରିଷଦର ତତ୍କାଳୀନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେତେବେଳେ ପୌର ପରିଷଦରେ ବିଜେଡିର ୨୧, ଭାରତୀୟ ଜନତା ପାର୍ଟିର ୨ ଏବଂ କଂଗ୍ରେସର ଜଣେ କାଉନସିଲର ଥିଲେ। ଅନାସ୍ଥା ପ୍ରସ୍ତାବ ସମୟରେ ଦଳ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ। ଏହା ପରେ ଆଇନଗତ ପ୍ରକ୍ରିୟା କାରଣରୁ ନୂତନ ଉପାଧ୍ୟକ୍ଷା ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ଏହି ଘଟଣାକ୍ରମ ମଧ୍ୟରେ ରାୟଗଡ଼ା ବିଜେଡିର ଆଭ୍ୟନ୍ତରୀଣ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନାସ୍ଥା ପ୍ରସ୍ତାବ ସମୟରେ ଏକାଠି ଥିବା କାଉନସିଲରମାନେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ‘ବିଜୁ ସ୍ୱାଭିମାନ ମଞ୍ଚ’ର ବିଭିନ୍ନ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ଯୋଗଦେଉଥିଲେ। ଆଜି ଅନୁଷ୍ଠିତ ଉପ-ନିର୍ବାଚନରେ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ଉପସ୍ଥିତ ଥିଲେ। ବିଜୁ ସ୍ୱାଭିମାନ ମଞ୍ଚର ପ୍ରତିଷ୍ଠାତା ଏନ୍. ଭାସ୍କର ରାଓଙ୍କ ସମର୍ଥନରେ ୧୯ ଜଣ କାଉନସିଲର ଶ୍ରୀମତୀ ପାଢ଼ୀଙ୍କ ସମର୍ଥନରେ ରହିଥିଲେ। ମଞ୍ଚର ସମର୍ଥନ ରହିଥିଲେ ହେଁ ଶ୍ରୀମତୀ ପାଢ଼ୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି।

ଦୀର୍ଘ ଦିନର ଦଳୀୟ ଗୋଷ୍ଠୀକନ୍ଦଳ ଓ ଆଇନଗତ ଲଢ଼େଇ ପରେ ପୌର ପରିଷଦରେ ନୂତନ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିବାରୁ ତାଙ୍କ ନେତୃତ୍ୱରେ ସହରର ସେବା ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା ଓ ଭିତ୍ତିଭୂମିର ବିକାଶ କିପରି ଆଗେଇବ, ତାହା ଉପରେ ଏବେ ସହରବାସୀଙ୍କ ନଜର ରହିଛି। ଆଜିର ଏହି ନିର୍ବାଚନ ପ୍ରକ୍ରିୟା ରାୟଗଡ଼ା ତହସିଲଦାର ତଥା ନିର୍ବାଚନ ଅଧିକାରୀ ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୌରସଂସ୍ଥା ପରିସରରେ ପୁଲିସ ମୁତୟନ କରାଯାଇଥିଲା।

ବିଜୁ ଜନତା ଦଳ ରାୟଗଡ଼ା ପୌର ଉପାଧ୍ୟକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026

ଆସନ୍ତାକାଲି ରାଜ୍ୟବ୍ୟାପୀ ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ୫୯ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

September 29, 2026
Latest News

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026

ଅକ୍ଟୋବର ୨ରୁ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ: ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

September 29, 2026

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.