Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ
ବିଶେଷ ଖବର

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'Odisha Bandh' observed in various places; roads blocked by burning tyres.
'Odisha Bandh' observed in various places; roads blocked by burning tyres.

ଭୁବନେଶ୍ବର: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା, ଭୁଲ୍ ପାଠ୍ୟପୁସ୍ତକ ପ୍ରତ୍ୟାହାର ସମେତ ଛଅ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆହୂତ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ସମସ୍ତ ନାଗରିକ, ବ୍ୟବସାୟୀ ଓ ପରିବହନ ସଂଘକୁ ନିବେଦନ କରାଯାଇଥିଲା। ତେବେ ଏହି ବନ୍ଦ ଆନ୍ଦୋଳନରେ ସାମିଲ ନହେବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ଅଭିନବ ଉପାୟରେ ପିଲା ଓ ସାଧାରଣ ଲୋକଙ୍କୁ ଚୋକଲେଟ୍ ବାଣ୍ଟି ଘରେ ରହିବାକୁ ଏବଂ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ନିବେଦନ କରିଥିଲେ। ତେବେ ଅନ୍ୟପଟେ ରାଜଧାନୀର ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ସିଆରପି, ଫାୟାର ଷ୍ଟେସନ, କିଟ୍ ଛକ, ଡମଣା ଓ ପଟିଆ ଆଦି ସ୍ଥାନରେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିବା ସହ ବସ୍, ଆମ ବସ୍, ଅଟୋ ଓ ବାଇକ୍ ଚଳାଚଳ କରୁଥିବା ଦେଖିବାକୁ ମିଳିଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ଶହ ଶହ କୋଟି ଟଙ୍କା ବ୍ୟୟରେ ମୁଦ୍ରିତ ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକରେ ୧,୬୦୦ରୁ ଊର୍ଦ୍ଧ୍ୱ ଗୁରୁତର ତଥ୍ୟଗତ ଓ ମୁଦ୍ରଣଜନିତ ତ୍ରୁଟିକୁ ନେଇ ଏହି ବଡ଼ ବିବାଦ ସୃଷ୍ଟି ହୋଇଛି। ପୁସ୍ତକଗୁଡ଼ିକରେ ସାର୍ ଆଇଜାକ୍ ନ୍ୟୁଟନ୍‌ଙ୍କୁ ଜଣେ ’ଶ୍ରେଷ୍ଠ ପାଇଲଟ୍’ ଭାବେ ବର୍ଣ୍ଣନା କରାଯିବା, ଓଡ଼ିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଦର୍ଶାଯିବା, କର୍ଣ୍ଣାଟକ ବିଧାନସଭାର ଚିତ୍ରକୁ ଓଡ଼ିଶା ବିଧାନସଭା ଭାବେ ସ୍ଥାନ ଦିଆଯିବା ଏବଂ ଓଡ଼ିଆ ବର୍ଣ୍ଣମାଳାର ସ୍ୱରବର୍ଣ୍ଣକୁ କ୍ରମବିହୀନ ଭାବେ ଛାପିବା ଭଳି ହାସ୍ୟାସ୍ପଦ ଓ ସଂବେଦନଶୀଳ ଭୁଲ୍ ସାମ୍ନାକୁ ଆସିଛି। ଏହାକୁ ନେଇ ଶିକ୍ଷାବିତ୍, ଛାତ୍ର ସଂଗଠନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ପକ୍ଷରୁ ଗତ ୪୨ ଦିନ ହେବ ଅନଶନ ଓ ସତ୍ୟାଗ୍ରହ ଜାରି ରହିଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା କରାଯାଇ ନଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇ ନଜର ରଖାଯାଇଛି। ସରକାର ତୁରନ୍ତ ଏହି ସମସ୍ତ ଭୁଲ୍ ପାଠ୍ୟପୁସ୍ତକ ପ୍ରତ୍ୟାହାର ନ କଲେ ଏବଂ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

ଓଡିଶା ବନ୍ଦ ନବନିର୍ମାଣ କୃଷକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ରୁ ଊର୍ଦ୍ଧ୍ବ ବାଇକ୍‌

September 30, 2026

ସିଟି ବସ୍ ଧକ୍କାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

September 30, 2026

ଡକାୟତି ଉଦ୍ୟମ ପଣ୍ଡ: ବହୁ ମାରଣାସ୍ତ୍ର ଓ ହାତ ବୋମା ଜବତ, ୫ ଗିରଫ

September 30, 2026
Latest News

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଯୋଗ ଦେଲେ?: ସମ୍ପୂର୍ଣ୍ଣ ତାଲିକା ଜାରି କଲା କଂଗ୍ରେସ

September 30, 2026

ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.