Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ କି ବାତ୍ କହିଲେ ଦାମୋଦର ରାଉତ, ନିର୍ବାଚନ ସମୟରେ ବିଜେପି ପଚାରୁଥିଲା ଏବେ ମୋତେ ଅଲୋଡା କରିଦେଇଛନ୍ତି
ବିଶେଷ ଖବର

ମନ କି ବାତ୍ କହିଲେ ଦାମୋଦର ରାଉତ, ନିର୍ବାଚନ ସମୟରେ ବିଜେପି ପଚାରୁଥିଲା ଏବେ ମୋତେ ଅଲୋଡା କରିଦେଇଛନ୍ତି

August 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ଦାମୋଦର ରାଉତ କହୁକହୁ କହିଦେଲେ ତାଙ୍କର ମନର କଥା। ମିଡିଆ ଆଗରେ ଦାମ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିଜେପିରେ ବର୍ତ୍ତମାନ ମୁଁ ଅଲୋଡା ହୋଇଯାଇଛି। ନିର୍ବାଚନ ପୂର୍ବରୁ ବିଜେପି ଡାକି ନେଇଥିଲା। ପ୍ରଚାର କମିଟର ଅଧ୍ୟକ୍ଷ ମଧ୍ୟ କଲା। ହେଲିକାପ୍ଟରରେ ମୋତେ ବୁଲାଇ ପ୍ରଚାର ମଧ୍ୟ କଲେ। ହେଲେ ନିର୍ବାଚନ ସରିବା ପରେ ଦଳ ମୋତେ ଯେପରି ଗୁରୁତ୍ବ ଦେବା କଥା ଦେଉ ନାହିଁ। ଦାମଙ୍କ ଏପରି ମନ କି ବାତ ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ ସେ ପୁଣି କହିଛନ୍ତି ଯେ, ଦଳ ମୋତେ ବାଲିକୁଡା ଏରସମା ରେ ପ୍ରାର୍ଥୀ କଲା। ହେଲେ ସେଠାରେ ପୂର୍ବରୁ ବିଜେପିର ସଂଗଠନ କରିଥିବା ରଘୁନନ୍ଦନ ଦାସ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ। ମନ୍ତ୍ରୀ ହେଲେ। ସେଥିରେ ମୋର ଦୁଃଖ ନାହିଁ। କିନ୍ତୁ ସେହି ଅଞ୍ଚଳର ଯେଉଁ ସବୁ ବିଜେପି କର୍ମି ଥିଲେ ସେମାନେ ମୋତେ ଭୋଟ ଦେଲେ ନାହିଁ। ସେଥିପାଇଁ ହାରିଲି ବୋଲି ଦାମୋଦର ରାଉତ କହିଛନ୍ତି। ତେବେ ନିର୍ବାଚନରେ ହାରଜିତ ରହିଛି। ହାରିବାଟା ମୋ ପାଇଁ ଦୁଃଖଦାୟକ ନୁହେଁ। କିନ୍ତୁ ହାରିବା ପରେ ମୋତେ ବିଜେପି ଯେପରି ଗୁରୁତ୍ବ ଦେବା କଥା ତାହା ଦେଉ ନାହିଁ ବୋଲି ଦାମ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଜେପିର ସଭ୍ୟ ସଂଗ୍ରହ ଚାଲିଥିବାରୁ ସେ ଆଶା ରଖିଛନ୍ତି ଯେ ଦଳ ତାଙ୍କୁ ଗୁରୁତ୍ବ ଦେବ। ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି, ତାହାକୁ ବିଜେପି କାମରେ ଲଗାଇବ ବୋଲି ଦାମ ଆଶା ବାନ୍ଧି ଘରେ ବସି ରହିଛନ୍ତି।

ଦାମଙ୍କର ଏପରି ମନ୍ତବ୍ୟକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଆଲୋଚନା ଚାଲିଛି। କାରଣ ଦାମଙ୍କର ଏପରି ବିବୃତି ଦେବା ହେଉଛି ତାଙ୍କର ପୁରୁଣା ରୋଗ। ସେ ଯେତେବେଳେ ବିଜେଡିରେ ଥିଲେ ସେତେବେଳେ ମଧ୍ୟ ଦଳ ବିରୋଧରେ ଅନେକ କଥା କହି ଅଡୁଆ ସୃଷ୍ଟି କରୁଥିଲେ। ହେଲେ ଜଣେ ବରିଷ୍ଠ ନେତା ହିସାବରେ ଦଳ ତରଫରୁ ସେପରି କିଛି ପଦକ୍ଷେପ ନିଆଯାଉ ନ ଥିଲା। ହେଲେ ପରିସ୍ଥିତି ଏପରି ହେଲା ଯେ, ଏପରି ବିବୃତି ପାଇଁ ଅନେକ ଥର ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଛି। ଏପରିକି ବିଜେଡିରେ ପ୍ୟାରୀ ମୋହନ ମହାପାତ୍ରଙ୍କ ଆଧିପତ୍ୟ ଥିବା ବେଳେ ଦାମ ରାଉତ ହେଉଛନ୍ତି ଏକମାତ୍ର ବିଜେଡି ନେତା ଯେ କି ପ୍ୟାରୀବାବୁଙ୍କୁ ବିରୋଧରେ ବିଷ ଉଦ୍ଗାର କରୁଥିଲେ। ତାଙ୍କ ବିରୋଧରେ ବିଭିନ୍ନ ସମୟରେ ବିବୃତି ଦେଇ ଦଳକୁ ହରଡ ଘଣାରେ ମଧ୍ୟ ପକାଇ ଦେଉଥିଲେ। ବର୍ତ୍ତମାନ ବିଜେପିରେ ମଧ୍ୟ ଦାମଙ୍କର ସେହି ପୁରୁଣା ଲକ୍ଷଣ ଆରମ୍ଭ ହୋଇଯାଇଛି। ଦଳ ଭିତରେ ରହି ଦଳ ଅଲୋଡା କରିଦେଇଛି ବୋଲି କହି ନିଜକୁ ଏକ ବିବାଦ ଭିତରକୁ ଠେଲି ଦେଇଛନ୍ତି। ତେବେ ଏ ନେଇ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.