Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ଣ୍ଣାଟକ ଏସ୍‌ଆଇଆର୍‌: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର
ବିଶେଷ ଖବର

କର୍ଣ୍ଣାଟକ ଏସ୍‌ଆଇଆର୍‌: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

October 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Karnataka SIR: Nearly 1 crore voters left out
Karnataka SIR: Nearly 1 crore voters left out

ବେଙ୍ଗାଲୁରୁ: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପରିଚାଳିତ ’ସ୍ୱତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ କର୍ଣ୍ଣାଟକର ଚୂଡ଼ାନ୍ତ ଭୋଟର ତାଲିକାରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଏହି ସଂଶୋଧନ କାର୍ଯ୍ୟକ୍ରମ ପରେ ରାଜ୍ୟ ଭୋଟର ତାଲିକାରୁ ପ୍ରାୟ ୧ କୋଟି (ପାଖାପାଖି ୯୯ ଲକ୍ଷରୁ ଅଧିକ) ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ସ୍ପଷ୍ଟ ହୋଇଛି। ସବୁଠୁ ବଡ଼କଥା ହେଉଛି କେବଳ ବେଙ୍ଗାଲୁରୁରୁ ପ୍ରାୟ ୪୩% (୪୩.୯୨ ଲକ୍ଷ) ହିତାଧିକାରୀଙ୍କ ନାମ ଚୂଡାନ୍ତ ଭୋଟର ତାଲିକାରୁ ବାଦ୍ ଦିଆଯିବା। ରିପୋର୍ଟ ଅନୁସାରେ ଏସ୍‌ଆଇଆର୍ ପୂର୍ବରୁ ବେଙ୍ଗାଲୁରୁରେ ମୋଟ୍ ଭୋଟରଙ୍କ ସଂଖ୍ୟା ୧.୦୩ କୋଟି ରହିଥିବା ବେଳେ ଏବେ ଏହା ୫୯.୦୮ ଲକ୍ଷକୁ ଖସିଆସିଛି। ପ୍ରକାଶ, ବେଙ୍ଗାଲୁରୁ ପ୍ରାନ୍ତରେ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି।

ପ୍ରକାଶ, କର୍ଣ୍ଣାଟକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ହେବା ପୂର୍ବରୁ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୫.୫୪ କୋଟି ଥିବା ବେଳେ, ଏସ୍‌ଆଇଆର୍ ପ୍ରକ୍ରିୟା ପରେ କିନ୍ତୁ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ହ୍ରାସ ପାଇ ପ୍ରାୟ ୪.୫୫ କୋଟିକୁ ଖସି ଆସିଛି। ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ, ରାଜ୍ୟରେ ପ୍ରାୟ ୨.୨୫ କୋଟି ପୁରୁଷ ଭୋଟର, ୨.୨୯ କୋଟି ମହିଳା ଭୋଟର ଏବଂ ୨,୮୦୦ରୁ ଅଧିକ ତୃତୀୟ ଲିଙ୍ଗୀ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଏଥିସହ ୧୮ ରୁ ୧୯ ବର୍ଷ ବୟସ ବର୍ଗରେ ୬.୮୩ ଲକ୍ଷରୁ ଅଧିକ ନୂତନ ଯୁବ ଭୋଟର ସାମିଲ ହୋଇଛନ୍ତି। ତେବେ ଏତେ ସଂଖ୍ୟକ ଭୋଟର ବାଦ୍ ପଡ଼ିବା ପଛର କାରଣ ଭାବେ ସର୍ବାଧିକ ସଂଖ୍ୟକ (ପ୍ରାୟ ୬୫ ଲକ୍ଷରୁ ଅଧିକ) ଭୋଟର ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା, ବହୁ ସଂଖ୍ୟକ ମୃତ ଭୋଟରଙ୍କ ନାମ ତାଲିକାରୁ ହଟାଯାଇଥିବା ତଥା ଏକାଧିକ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ନାମ ଭୋଟର ଭାବେ ପଞ୍ଜିକୃତ ହୋଇଥିବା କିମ୍ବା ଦୀର୍ଘ ସମୟ ଧରି ଅନୁପସ୍ଥିତ ରହୁଥିବା ଆଦି ଦର୍ଶାଇଛି ନିର୍ବାଚନ ଆୟୋଗ। ଆୟୋଗ ଅନୁସାରେ ଭୋଟରଙ୍କ ଯାଞ୍ଚ ପରେ ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ଚୂଡାନ୍ତ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି।

ଅନ୍ୟପକ୍ଷେ ଭୋଟର ତାଲିକାରୁ ଏତେ ବଡ଼ ସଂଖ୍ୟାରେ ନାମ କଟିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ରାଜନୈତିକ ଦଳଗୁଡ଼ିକ ଏହାକୁ ନେଇ ଆପତ୍ତି କରିବା ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ବାଦ୍ ପଡ଼ିଯାଇଥାଏ, ତେବେ ତୁରନ୍ତ “ଫର୍ମ-୬’ ପୂରଣ କରି ପୁନର୍ବାର ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱତନ୍ତ୍ର ସଘନ ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା “ଅର୍ଣ୍ଣବ” ପାଇଁ ଆଉ ଚାରିଟି ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍

October 27, 2026

ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

October 27, 2026

ନଭେମ୍ବର ୧ରେ INDIA ମେଣ୍ଟର ମହାରାଲିକୁ ଗ୍ରୀନ୍ ସିଗନାଲ୍! ଜ୍ଞାନେଶ କୁମାରଙ୍କ ବିରୋଧରେ ଗର୍ଜିବେ ବିରୋଧୀ

October 27, 2026

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ପ୍ରଯୁକ୍ତି ବିଦ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

October 27, 2026
Latest News

କର୍ଣ୍ଣାଟକ ଏସ୍‌ଆଇଆର୍‌: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

October 27, 2026

ବାତ୍ୟା “ଅର୍ଣ୍ଣବ” ପାଇଁ ଆଉ ଚାରିଟି ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍

October 27, 2026

ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ: ‘ଗଠନମୂଳକ ପରାମର୍ଶ ଆଶା କରୁଛୁ’

October 27, 2026

ନଭେମ୍ବର ୧ରେ INDIA ମେଣ୍ଟର ମହାରାଲିକୁ ଗ୍ରୀନ୍ ସିଗନାଲ୍! ଜ୍ଞାନେଶ କୁମାରଙ୍କ ବିରୋଧରେ ଗର୍ଜିବେ ବିରୋଧୀ

October 27, 2026

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ପ୍ରଯୁକ୍ତି ବିଦ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.