Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ସରକାର ଓ ଜେ-ପାଲ୍ ମଧ୍ୟରେ ଚୁକ୍ତି: ‘ଭିଜନ୍ ୨୦୩୬ ଓ ୨୦୪୭’ ହାସଲ ପାଇଁ ପ୍ରମାଣଭିତ୍ତିକ ନୀତି ଉପରେ ଗୁରୁତ୍ୱ
ବିଶେଷ ଖବର

ରାଜ୍ୟ ସରକାର ଓ ଜେ-ପାଲ୍ ମଧ୍ୟରେ ଚୁକ୍ତି: ‘ଭିଜନ୍ ୨୦୩୬ ଓ ୨୦୪୭’ ହାସଲ ପାଇଁ ପ୍ରମାଣଭିତ୍ତିକ ନୀତି ଉପରେ ଗୁରୁତ୍ୱ

November 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Agreement between State Government and J-PAL: Focus on evidence-based policy to achieve 'Vision 2036 and 2047'

ଭୁବନେଶ୍ବର: ‘ବିକଶିତ ଓଡ଼ିଶା’ ଓ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଓ ଗବେଷଣାତ୍ମକ ସହାୟତା ପାଇଁ ଓଡ଼ିଶା ସରକାର ଏବଂ ଅବଦୁଲ୍ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ୍ ଲ୍ୟାବ୍ (ଜେ-ପାଲ୍‌) ସାଉଥ୍ ଏସିଆ ମଧ୍ୟରେ ଏକ ତିନିବର୍ଷିଆ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ରଶ୍ମି କବି ଏବଂ ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶୋଭିନୀ ମୁଖାର୍ଜୀ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଜେ-ପାଲ ସାଉଥ୍ ଏସିଆର କାର୍ଯ୍ୟକାରୀ ସହଯୋଗୀ ନିର୍ଦ୍ଦେଶକ ମୁରଲୀ ମଲ୍ଲିକାର୍ଜୁନନ୍ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ। ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ (ଆଇଏଫ୍‌ଏମ୍‌ଆର) ଠାରେ ପରିଚାଳିତ ଜେ-ପାଲ ସାଉଥ୍ ଏସିଆ ରାଜ୍ୟର ବିଭିନ୍ନ ବିଭାଗ ସହିତ ମିଶି ପ୍ରମୁଖ ନୀତିଗତ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା, ବୈଜ୍ଞାନିକ ଓ ବ୍ୟାପକ ଗବେଷଣା ମାଧ୍ୟମରେ ନିର୍ଭରଯୋଗ୍ୟ ପ୍ରମାଣ ସଂଗ୍ରହ କରିବା ଏବଂ ଗବେଷଣାରୁ ମିଳିଥିବା ନିଷ୍କର୍ଷକୁ କାର୍ଯ୍ୟକାରୀ ନୀତିଗତ ସୁପାରିଶରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବ। ଏଥିପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗ ଏହାର ସଂସ୍ଥାଗତ ପରିଚାଳନା ବ୍ୟବସ୍ଥା କରିବ। ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ ମାଧ୍ୟମରେ ‘ବିକଶିତ ଓଡ଼ିଶା’ ଏବଂ “ବିକଶିତ ଭାରତ” ଗଠନ ନିମନ୍ତେ ରାଜ୍ୟର ଭବିଷ୍ୟତ ବିକାଶର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ବୁଝାମଣାପତ୍ର ଅନୁଯାୟୀ, ଓଡ଼ିଶା ସରକାର ନିଜର ବିକାଶମୂଳକ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ସହଯୋଗ ପାଇଁ ଜେ-ପାଲ ସାଉଥ୍ ଏସିଆର ସହଯୋଗ ଲୋଡ଼ିଛନ୍ତି। ଜେ-ପାଲ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ସେମାନଙ୍କର ପ୍ରମୁଖ ନୀତିଗତ ପ୍ରାଥମିକତା ଓ ଆହ୍ୱାନଗୁଡ଼ିକୁ ବୁଝିବା ସହ ଆବଶ୍ୟକୀୟ ଗବେଷଣା ଓ ନୀତିଗତ ସହାୟତା ଯୋଗାଇଦେବ। ଏହି ସହଭାଗିତାର ଅନ୍ୟତମ ଉଦାହରଣ ହେଉଛି ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମ। ଲିଙ୍ଗଗତ ସମାନତା ଉପରେ ଆଧାରିତ ଏହି ପାଠ୍ୟକ୍ରମ ବର୍ତ୍ତମାନ ରାଜ୍ୟର ପ୍ରାୟ ୨୩,୦୦୦ ସରକାରୀ ବିଦ୍ୟାଳୟରେ ପଢ଼ାଯାଉଛି। ଏହି କାର୍ଯ୍ୟକ୍ରମରେ ଜେ -ପାଲ ସାଉଥ୍ ଏସିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବ୍ରେକ୍‌ଥ୍ରୁ ଟ୍ରଷ୍ଟର ଜ୍ଞାନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଏହି ସହଭାଗିତାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଜେ-ପାଲ ସାଉଥ୍ ଏସିଆର ପ୍ରତିନିଧିମାନେ ସଦସ୍ୟ ରହିବେ। ଏହି କମିଟି ପ୍ରତି ଛଅ ମାସରେ ଥରେ ବୈଠକ କରି ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିବ। ଉଭୟ ପକ୍ଷର ନୋଡାଲ ଅଧିକାରୀମାନେ ସମସ୍ତ କାର୍ଯ୍ୟକଳାପର ସମନ୍ୱୟ କରିବେ। ସମ୍ପୃକ୍ତ ବିଭାଗଗୁଡ଼ିକ ସହ ପରାମର୍ଶ କରି ପ୍ରତ୍ୟେକ ପ୍ରକଳ୍ପର କାର୍ଯ୍ୟପରିସର ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଫଳାଫଳ ସ୍ଥିର କରାଯିବ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, “ବିକଶିତ ଭାରତ” ଗଠନ ଦିଗରେ ଆମେ “ବିକଶିତ ଓଡ଼ିଶା”ର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟ ହାସଲ ପାଇଁ ନୀତିଗତ ଗବେଷଣା ଓ ନୂତନ ଅଭିନବ ପଦକ୍ଷେପର ପରୀକ୍ଷାମୂଳକ ପ୍ରୟୋଗ ପାଇଁ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସାମିଲ କରିବା ସହ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପଦ୍ଧତି ଅନୁସାରେ ତଥ୍ୟ ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜେ-ପାଲ ସାଉଥ୍ ଏସିଆର ଭୂମିକାକୁ ମୁଁ ତିନୋଟି ଦିଗରୁ ଦେଖୁଛି । ପ୍ରଥମତଃ, ଆମର ପ୍ରାଥମିକତା ଅନୁଯାୟୀ ବିଶ୍ୱସ୍ତରରେ ଉପଲବ୍ଧ ସର୍ବାଧିକ ପ୍ରାସଙ୍ଗିକ ଗବେଷଣାଲବ୍ଧ ପ୍ରମାଣ ଓ ଅଭିଜ୍ଞତା ଉପଲବ୍ଧ କରାଇବା। ଦ୍ୱିତୀୟତଃ, ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ସମ୍ଭାବନାମୟ ପଦ୍ଧତିଗୁଡ଼ିକୁ ଅନୁକୂଳ କରିବା ପାଇଁ ବିଭିନ୍ନ ବିଭାଗ ସହ ମିଶି କାର୍ଯ୍ୟ କରିବା। ତୃତୀୟତଃ, କୌଣସି ସମାଧାନମୂଳକ ପଦକ୍ଷେପକୁ ବ୍ୟାପକ ସ୍ତରରେ କାର୍ଯ୍ୟକାରୀ କରିବା ପୂର୍ବରୁ ତାହାର ପ୍ରଭାବଶୀଳତା ପରୀକ୍ଷା କରିବା ସହ ପ୍ରମାଣ ଓ ତଥ୍ୟ ଆଧାରିତ ସମାଧାନ ପ୍ରସ୍ତୁତିରେ ଆମକୁ ସହଯୋଗ କରିବା। ଶୋଭିନୀ ମୁଖାର୍ଜୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ଜେ-ପାଲ ସାଉଥ୍ ଏସିଆ କହିଛନ୍ତି ଯେ, ପ୍ରମାଣଭିତ୍ତିକ ତଥ୍ୟ ସୃଷ୍ଟି କରିବା ଏବଂ ତାହାର ଉପଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦୀର୍ଘଦିନ ଧରି ଅଗ୍ରଣୀ ରାଜ୍ୟ ଭାବେ ପରିଚିତ। ଏହି ସହଭାଗିତା ମାଧ୍ୟମରେ ଓଡ଼ିଶା ସରକାରଙ୍କ ନୀତିଗତ ପ୍ରାଥମିକତା କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ଆମେ ଆଗ୍ରହୀ। ଏଥିରେ ବିଶ୍ୱସ୍ତରୀୟ ଗବେଷଣାଲବ୍ଧ ପ୍ରମାଣ ଉପଲବ୍ଧ କରାଇବା, ତାହାକୁ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଅନୁକୂଳ କରିବା, କାର୍ଯ୍ୟକ୍ରମଗୁଡ଼ିକର ମିଳିତ ରୂପରେଖ ପ୍ରସ୍ତୁତ କରିବା ଏବଂ ଫଳପ୍ରଦ ପଦକ୍ଷେପଗୁଡ଼ିକର ପରୀକ୍ଷଣ ଓ ବ୍ୟାପକ ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ।

ଏମଓୟୁ ଜେ-ପାଲ୍ ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

୩୨ ବର୍ଷର ଲଢ଼େଇରେ କର୍ମଚାରୀଙ୍କ ବଡ଼ ବିଜୟ, ୧୯୯୪ରୁ ମିଳିବ ଚାକିରିର ମାନ୍ୟତା; ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ବି ପାଇବେ ବକେୟା ଟଙ୍କା

November 5, 2026

୮ ମାସ ପରେ ଖୋଲିଲା ହର୍ମୁଜ୍‌ ପ୍ରଣାଳୀ: ଭାରତ, ଚୀନ୍‌, ଇରାକ ଓ କତାର ପାଇଁ ମାର୍ଗ ଉନ୍ମୁକ୍ତ କଲା ଇରାନ୍‌

November 5, 2026

‘ଭିସ୍ତାର୍‌’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ : ପରିସଂଖ୍ୟାନ ବ୍ୟବସ୍ଥାରେ ଆସିବ ବ୍ୟାପକ ସଂସ୍କାର

November 5, 2026

ଫାଷ୍ଟ୍ ଟ୍ରାକ୍ କୋର୍ଟ ଯୋଜନା ଆଉ ୫ ବର୍ଷ ବୃଦ୍ଧି: ଦୁଷ୍କର୍ମ ଓ ପୋକ୍‌ସୋ ମାମଲାର ହେବ ତ୍ୱରିତ ବିଚାର

November 5, 2026
Latest News

ଆଇଏନ୍‌ଏସ୍ ବ୍ରହ୍ମପୁତ୍ର ବୁଡ଼ିବା ଘଟଣା: ୨ ନୌସେନା ଅଧିକାରୀଙ୍କ ବିରୋଧରେ କୋର୍ଟ-ମାର୍ଶାଲ

November 5, 2026

ଖାଉଟିଙ୍କୁ ମହଙ୍ଗା ମାଡ଼: କିଲୋ ପିଛା ୪ ଟଙ୍କା ଚିନି ଦର ବୃଦ୍ଧି

November 5, 2026

୩୨ ବର୍ଷର ଲଢ଼େଇରେ କର୍ମଚାରୀଙ୍କ ବଡ଼ ବିଜୟ, ୧୯୯୪ରୁ ମିଳିବ ଚାକିରିର ମାନ୍ୟତା; ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ବି ପାଇବେ ବକେୟା ଟଙ୍କା

November 5, 2026

୮ ମାସ ପରେ ଖୋଲିଲା ହର୍ମୁଜ୍‌ ପ୍ରଣାଳୀ: ଭାରତ, ଚୀନ୍‌, ଇରାକ ଓ କତାର ପାଇଁ ମାର୍ଗ ଉନ୍ମୁକ୍ତ କଲା ଇରାନ୍‌

November 5, 2026

‘ଭିସ୍ତାର୍‌’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ : ପରିସଂଖ୍ୟାନ ବ୍ୟବସ୍ଥାରେ ଆସିବ ବ୍ୟାପକ ସଂସ୍କାର

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.