Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ
ବିଶେଷ ଖବର

୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ

November 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Strict directives issued to 7 universities for renewal of NAAC accreditation
Strict directives issued to 7 universities for renewal of NAAC accreditation

ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାର ୭ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ସ୍ୱୀକୃତି ପରିଷଦ (NAAC) ମାନ୍ୟତା ନବୀକରଣ ହୋଇନଥିବା ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ଏହାକୁ ଗମ୍ଭୀରତାର ସହ ନେଇଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯଥାଶୀଘ୍ର ନିଜର ମାନ୍ୟତା ନବୀକରଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯିବା ସହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବେ ଏବଂ ଏଥିନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି।

ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ ରହିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇ କହିଛନ୍ତି ଯେ ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ୍ୟତା ନବୀକରଣ ହୋଇନାହିଁ, ସେଗୁଡ଼ିକୁ ତୁରନ୍ତ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଆଗରୁ ଶେଷ ହୋଇସାରିଛି। ଏହାସହିତ ୧୪୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଏବଂ ସହକାରୀ ପ୍ରାଧ୍ୟାପକ ପଦବୀ ପୂରଣ ପାଇଁ ସାକ୍ଷାତକାର ଚାଲିଛି, ଯାହା ଆସନ୍ତା ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ମଧ୍ୟ ସାକ୍ଷାତକାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଜାତୀୟ ସ୍ତରର ମାନକ ଓ ରାଙ୍କିଂ ହାସଲ ପାଇଁ ବ୍ୟାପକ କାର୍ଯ୍ୟ ଜାରି ରହିଛି।

ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଗ୍ରେଡିଂ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାଙ୍କନ ସ୍ତର ଭଲ ଥାଏ, ସେମାନଙ୍କୁ କେନ୍ଦ୍ର ସରକାର ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଠାରୁ ଅଧିକ ଆର୍ଥିକ ଅନୁଦାନ ମିଳିଥାଏ। ଏହାସହିତ ନାମଲେଖା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାନୁଷ୍ଠାନ ବାଛିବାରେ ଏହା ସହାୟକ ହୋଇଥାଏ ଏବଂ ଏହିପରି ଗୁଣାତ୍ମକ ଉଚ୍ଚମାନର ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ କର୍ମସଂସ୍ଥାନ କ୍ଷେତ୍ରରେ ବିଶେଷ ପ୍ରାଧାନ୍ୟ ମିଳିଥାଏ।

ଏହି ଗ୍ରେଡିଂ ବ୍ୟବସ୍ଥାରେ ଶିକ୍ଷାଦାନର ଗୁଣବତ୍ତା, ଗବେଷଣା, ଭିତ୍ତିଭୂମି ଓ ପରିଚାଳନାଗତ ଦକ୍ଷତାକୁ ନେଇ ଚାରି ପଏଣ୍ଟ ସ୍କେଲ ମଧ୍ୟରେ ମୂଲ୍ୟାଙ୍କନ କରାଯାଇଥାଏ। ଏଥିରେ ସର୍ବୋଚ୍ଚ ଏ ପ୍ଲସ୍ ପ୍ଲସ୍ ରୁ ଆରମ୍ଭ କରି ଏ ପ୍ଲସ୍, ଏ, ବି ପ୍ଲସ୍ ପ୍ଲସ୍, ବି ପ୍ଲସ୍, ବି, ସି ଏବଂ ଡି ପର୍ଯ୍ୟନ୍ତ ଗ୍ରେଡ୍ ପ୍ରଦାନ କରାଯାଏ। ଥରେ ମୂଲ୍ୟାଙ୍କନ ସମ୍ପୂର୍ଣ୍ଣ ହେବା ପରେ ଏହାର ଅବଧି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିଥାଏ ଏବଂ ପାଞ୍ଚ ବର୍ଷ ପୂରଣ ହେବା ପରେ ପୁନର୍ବାର ନୂତନ ଭାବେ ମୂଲ୍ୟାଙ୍କନ ଓ ନବୀକରଣ କରିବା ବାଧ୍ୟତାମୂଳକ ହୋଇଥାଏ। ସରକାରଙ୍କ ଏହି ତତ୍ପରତା ଯୋଗୁଁ ରାଜ୍ୟର ଏହି ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ଶୀଘ୍ର ନିଜର ମାନକ ପ୍ରମାଣିତ କରି ଉଚ୍ଚ ଗ୍ରେଡ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ସ୍ୱୀକୃତି ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026

ତିରୁପତି ଲଡୁ ବିବାଦ : ସ୍ଥାନାନ୍ତର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

November 5, 2026

ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ

November 5, 2026

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026
Latest News

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026

ତିରୁପତି ଲଡୁ ବିବାଦ : ସ୍ଥାନାନ୍ତର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

November 5, 2026

୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ

November 5, 2026

ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ

November 5, 2026

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.