Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭ୍ରଷ୍ଟାଚାରମୁକ୍ତ ମୋଦୀ ଶାସନର ଅସଲ ଚେହେରା, ଝାଡଖଣ୍ଡରେ ମୂଷା ଖାଇଗଲେ ୨୧୭୬ କୋଟି ଟଙ୍କାର କେନାଲ
ବିଶେଷ ଖବର

ଭ୍ରଷ୍ଟାଚାରମୁକ୍ତ ମୋଦୀ ଶାସନର ଅସଲ ଚେହେରା, ଝାଡଖଣ୍ଡରେ ମୂଷା ଖାଇଗଲେ ୨୧୭୬ କୋଟି ଟଙ୍କାର କେନାଲ

September 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Jharkhanda Canal Collapsed after inauguration,who is responsbilty
Jharkhanda Canal Collapsed after inauguration,

କେଦାର ମିଶ୍ର

ଗତ ସପ୍ତାହରେ ଫ୍ରାନ୍ସ ରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ବୋଲି ପ୍ରମାଣପତ୍ର ଦେଉଥିବା ବେଳେ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡର ଏକ ଚମତ୍କାର ଖବର ପ୍ରକାଶ ପାଇଥିଲା। ଝାଡଖଣ୍ଡ ର ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ରାଜ୍ୟର ହଜାରିବାଗରେ ଏକ କେନାଲ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର ୨୪ ଘଣ୍ଟା ନ ଯାଉଣୁ ପୁରା କେନାଲଟି ଭୁଷୁଡି ପଡିଥିଲା। ଦୁର୍ନୀତିମୁକ୍ତ ଶାସନର ଏହା ଏକ ଉଦାହରଣ ବୋଲି ଆମେ କହିପାରିବା କି? ୨୪ ଘଣ୍ଟା ଭିତରେ ୨୧୭୬ କୋଟି ଟଙ୍କାର ଏକ କେନାଲ ପ୍ରକଳ୍ପ ଭୁଷୁଡି ପଡିବାର ଏକମାତ୍ର କାରଣ ହୋଇପାରେ, ନିହାତି ନିକୃଷ୍ଟ କାମ ଅଥବା ପୁରା ପ୍ରକଳ୍ପର ଘୋଟାଲା। ହେଲେ ଏ ବିଷୟରେ ବିଶେଷ ଆଲୋଚନା ହେଉନାହିଁ। ଆମର ଭାଟଜୀବୀ ଜାତୀୟ ଗଣମାଧ୍ୟମରେ ଏହା ଏକ ସାଧାରଣ ଖବର। ବିଜେପି ଶାସିତ ଗୋଟେ ରାଜ୍ୟରେ ଘଟିଥିବା ଏ ଲଜ୍ଜାଜନକ ଘଟଣାକୁ ଛାପି ଦେବା ଲାଗି ସବୁ ପ୍ରକାର ଉଦ୍ୟମ ହୋଇଛି ଓ ସେଥିରେ ବିଜେପିକୁ ସଫଳତା ମଧ୍ୟ ମିଳିଛି।

ହଜାରିବାଗ କେନାଲର କାହାଣୀ ବଡ ବିଚିତ୍ର। ୪୨ ବର୍ଷ ତଳେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଆରମ୍ଭରୁ ଏଥି ପାଇଁ ମାତ୍ର ୧୨ କୋଟି ଖର୍ଚ୍ଚ ଅଟକଳ ହୋଇଥିଲା। ଗତ ସପ୍ତାହରେ ଏହା ଉଦଘାଟିତ ହେଲା ବେଳକୁ ଏହାର ଝର୍ଚ୍ଚ ୨୧୭୬ କୋଟିରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର ୨୪ ଘଣ୍ଟା ଭିତରେ କେନାଲଟି ଭୁଷୁଡି ପଡିବାର କାରଣ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ କହିଛି, ମୂଷା ସବୁ କେନାଲକୁ ଖୋଳି ଖୋଳ କରି ଦେଇଥିଲେ। ଏଠି ଆମର ପ୍ରଶ୍ନ ହେଉଛି, ଏ ମୂଷାମାନେ କିଏ? ଏମାନେ ମାଟିରେ ରହନ୍ତି ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ରେ କାମ କରନ୍ତି? ଆମେ ଜାଣିଛୁ, ଏ ପ୍ରଶ୍ନର ଉତ୍ତର ମିଳିବ ନାହିଁ। ନରେନ୍ଦ୍ର ମୋଦୀ ଓ ତାଙ୍କ ବିଜେପି ଦଳରେ ଦୁର୍ନୀତି ହୋଇପାରିବ ନାହିଁ ବୋଲି ଏକ ଫରମାନ ଜାରି ହୋଇସାରିଛି। ତେଣୁ ୨୧୭୬ କୋଟି ଟଙ୍କାର କେନାଲ ୨୪ ଘଣ୍ଟାରେ ଭୁଷୁଡିଗଲେ ମଧ୍ୟ ଆମେ କିଛି କହିପାରିବା ନାହିଁ!

ଝାଡଖଣ୍ଡର ଏହା ଏକ ସାଧାରଣ ଉଦାହରଣ ମାତ୍ର। ଦେଶର ଏମିତି ବହୁ ପ୍ରକଳ୍ପ ଏବେ ଭ୍ରଷ୍ଟାଚାର ର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ ପୂର୍ଣ୍ଣ ବହୁମତର ସରକାର ବିରୋଧରେ କୌଣସି ତଦନ୍ତକାରୀ ଅନୁଷ୍ଠାନ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଏପରିକି ସିଏଜି ଭଳି ସଂସ୍ଥା ମଧ୍ୟ ଏବେ ନିଜ ରିପୋର୍ଟ ଲେଖିବା ଆଗରୁ ହଜାର ଥର ଚିନ୍ତା କରୁଛନ୍ତି। ଅବଶ୍ୟ ଏଜି ଓ ସିଏଜି ରିପୋର୍ଟକୁ ନେଇ ଏବେ ଆଉ ଚର୍ଚ୍ଚା ମଧ୍ୟ ହେଉନାହିଁ। ସ୍ଵୟଂଭୂ ଭାବରେ ମୋଦୀସରକାର ନିଜକୁ ଭ୍ରଷ୍ଟାଚାରମୁକ୍ତ ଘୋଷଣା କରିଦେଇଛନ୍ତି ଓ ତାକୁ ଅତ୍ୟନ୍ତ ଭକ୍ତିର ସହିତ ଆମେ ନାଗରିକ ମାନେ ବିଶ୍ଵାସ କରି ନେଇଛୁ।

ଦୁର୍ନୀତି ଓ କଳାଧନ ବିରୋଧରେ ମୋଦୀ ସରକାର କେତେ ଶକ୍ତିଶାଳୀ ପଦକ୍ଷେପ ନେଉଛନ୍ତି, ତାହାର ଆଉ ଏକ ଉଦାହରଣ ଗତ ସପ୍ତାହରେ ପ୍ରକାଶିତ ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ମିଳିଯିବ। ଗତ ବର୍ଷେ ଭିତରେ ଆମ ଦେଶରେ ବ୍ୟାଙ୍କ ଠକେଇ ୮୦% ରୁ ଅଧିକ ବଢିଛି। ଏହା ମୋଦୀ ସରକାରର ଦୁର୍ନୀତିବିରୋଧୀ ଚେହେରାକୁ ଅନାବୃତ କରୁନାହିଁ କି?

ଆଜି ହୁଏତ ଅନେକଙ୍କର ମନେ ନଥିବ, ୨୦୧୪ ରେ ମୋଦୀ ସରକାର ଦାୟିତ୍ଵ ଗ୍ରହଣ କରିବା ପରେ ଦେଶରେ ରହିଥିବା କଳାଧନ ସମ୍ପର୍କରେ ବିଶେଷ ଅନୁଧ୍ୟାନ କରିବା ଲାଗି ଜଷ୍ଟିସ ଏମ.ବି. ଶାହ ଓ ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ବରେ ଏକ ବିଚାର ବିଭାଗୀୟ କମିଶନ ଗଠିତ ହୋଇଥିଲା। ଏହି କମିଶନ ଗଠନ ଲାଗି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ କମିଶନଙ୍କ ରିପୋର୍ଟ କିଛି ମିଳିଲା କି? ମଝିରେ କମିଶନ ଠାରେ ଅଧେ ନିଜର ଅନ୍ତରୀଣ ରିପୋର୍ଟ ଦେଇଥିବାର ଖବର ବାହାରିଥିଲା। ତାପରେ ଗତ ପାଞ୍ଚ ବର୍ଷ ଭିତରେ ଏ କମିଶନଙ୍କ କଥା ଆଉ କାହାର ମନେ ନାହିଁ କାହିଁକି?

ଅନ୍ୟ ଏକ ଘଟଣାକ୍ରମକୁ ମଧ୍ୟ ଆଜି ଆଲୋଚନା କରିବା ଜରୁରୀ। ବିମୂଦ୍ରାକରଣ ଜରିଆରେ ଦେଶର କଳାଧନ ସଂପୂର୍ଣ୍ଣ ଲୋପ ପାଇବ ବୋଲି ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ୫୦ ଦିନ ଭିତରେ ଯଦି ସବୁକିଛି ଠିକ କରି ନ ଦିଏ  ତାହେଲେ ମୋତେ ଦେଶବାସୀ ଯାହା ଦଣ୍ଡ ଦେବେ ତାକୁ ମାନିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୫୦ ଦିନ ଯାଇ, ଏବେ ଦୁଇ ବର୍ଷ ବିତିଲାଣି। ବିମୂଦ୍ରାକରଣରୁ ଆମେ ପାଇଲୁ କଣ? ବିମୂଦ୍ରାକରଣ ପାଇଁ ଆଜି ଦେଶର ଅର୍ଥନୀତି ଭୟଙ୍କର ଭାବରେ ଶିଥିଳ ହୋଇ ପଡିଛି। ଜିଡିପି ଅଭିବୃଦ୍ଧି ହ୍ରାସ ପାଇବା ଫଳରେ ଦେଶ ଅତି ମମରେ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲାଣି। ଏହା ଭ୍ରଷ୍ଟାଚାର ଭାବେ ପରିଗଣିତ ହେବ ନା ନାହିଁ?

କେବଳ ଭାଷଣରେ ଭ୍ରଷ୍ଟାଚାରମୁକ୍ତ ଦେଶର କଥା କହୁଥିବା ବିଜେପିର ଶୀର୍ଷ ନେତୃତ୍ଵ ଏବେ ଭ୍ରଷ୍ଟାଚାରକୁ ଏକ ଆଇନ ସମ୍ମତ ନୈତିକତାରେ ପରିଣତ କରିଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Latest News

ହାତୀ ଆକ୍ରମଣରେ ଯୁବକ ମୃତ

April 17, 2026

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.