Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଟୋ ରିକ୍ସା ଚାଳକ ହାଡିବନ୍ଧୁ କହଁର ଓ ୪୭,୫୦୦ ଟଙ୍କାର ଜରିମାନା
ବିଶେଷ ଖବର

ଅଟୋ ରିକ୍ସା ଚାଳକ ହାଡିବନ୍ଧୁ କହଁର ଓ ୪୭,୫୦୦ ଟଙ୍କାର ଜରିମାନା

September 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହାଡିବନ୍ଧୁ କହଁର, କନ୍ଧମାଳରୁ ରାଜଧାନୀକୁ ଆସିଥିଲେ ଜୀବନ ଓ ଜୀବିକାର ତଲାସରେ। ଅଟୋ ରିକ୍ସା ଚଲାଇ ଜୀବିକା ନିର୍ବାହ କରୁଥିବା ହାଡିବନ୍ଧୁ ହୁଏତ ଜାଣିନଥିଲେ, ସେଇ ଅଟୋ ରିକ୍ସା ହିଁ ଦିନେ ତାଙ୍କର ସବୁକିଛି ଉଜାଡି ଦେବ। ନୂଆ ମୋଟର ଯାନ ଆଇନ ଅନୁଯାୟୀ ଭୁବନେଶ୍ୱର ଟ୍ରାଫିକ ପୋଲିସ ବନ୍ଧୁ କହଁରକୁ ୪୭,୫୦୦ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ହୁଏତ ବନ୍ଧୁ ଚଲାଉଥିବା ଅଟୋ ରିକ୍ସାର ଦାମ ଜରିମାନା ଅର୍ଥରୁ କମ ହୋଇଥାଇପାରେ। ଗଣମାଧ୍ୟମର  ସୂଚନା ଅନୁସାରେ ଭୁବନେଶ୍ୱର ପୋଲିସ ଓ ପରିବହନ ଅଧିକାରୀ ହାଡିବନ୍ଧୁ କହଁର ଠାରୁ ବିଭିନ୍ନ ପ୍ରକାର ବେଆଇନ ଗାଡି ଚାଳନା ବାବଦକୁ ଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କୁଆଡେ ମଦ ପିଇ ଗାଡି ଚଲାଉଥିଲେ। ତାଙ୍କର ଲାଇସେନ୍ସ ନଥିଲା। ଅଟୋ ରେଜିଷ୍ଟ୍ରେସନ ହୋଇନଥିଲା।ବୀମା କାଗଜ ଠିକ ନଥିଲା ଇତ୍ୟାଦି ଇତ୍ୟାଦି। ଏ ସବୁ ଆଦୌ ଗ୍ରହଣୀୟ ନୁହେଁ। ହେଲେ ଏଥିପାଇଁ ହାଡିବନ୍ଧୁ କହଁର ଯଦି ୪୭,୫୦୦ ଟଙ୍କାର ଜରିମାନା ଗଣିବେ, ତାପରେ ସେ ବଞ୍ଚିବେ କେମିତି? ମଣିଷ ମାରୁଥିବା ବା ଚୋରୀ କରୁଥିବା ଲୋକ ସହିତ ବନ୍ଧୁ କହଁରଙ୍କ ଅପରାଧ ସମାନ କି? ବଡ କଷ୍ଟରେ ଧାର ଉଧାର କରି ସେ ଲୋକ ହୁଏତ ଅଟୋ ରିକ୍ସା କିଣିଥିବ। ହୁଏତ ସେଟା ପୁରୁଣା ଅଟୋ ମଧ୍ୟ ହୋଇଥାଇପାରେ। ହୁଏତ ସେ ଏଥି ଲାଗି ଋଣ ମଧ୍ୟ କରିଥାଇ ପାରନ୍ତି। ଚାଳକଙ୍କ କହିବା କଥା ସେ ୨୫ ହଜାର ଟଙ୍କା ଦେଇ ଗାଡି କିଣିଛନ୍ତି। ଗାଡି ୨୫ ହଜାରକୁ ଜରିମାନା ସାଢେ ସତଚାଳିଶ ହଜାର।

ହଠାତ ଆଜି ସେ ଲୋକ ଯଦି ୪୭,୫୦୦ ଟଙ୍କା ସରକାରକୁ ଜରିମାନା ଦେବ,  ତାହେଲେ ତା ସଂସାର ଇ ଜୀବନ ଚଳିବ ତ! ଗାଡି ଚଲାଇବାର ଅପରାଧରେ ସେ ଲୋକର ଜୀବନ ଓ ଜୀବିକା ଉଜାଡି ଦେବାର ଇଏ କି ଆଇନ? ମଦ ପିଇ ଗାଡି ଚଳାଇବାର ଅପରାଧରେ ତାଙ୍କୁ ଦଣ୍ଡିତ କରିବା ଠିକ। ହେଲେ ଅମାନବୀୟ ଭାବରେ ଜରିମାନା ଅର୍ଥରାଶି ଅନେକଙ୍କ ଜୀବନ ଓ ଜୀବିକା ବୁଡେଇଦେବା। ସମାନ ଅପରାଧ ଲାଗି ଭିନ୍ନ ଭିନ୍ନ ଧାରାରେ ଜଣେ ଗରିବ ଅଟୋ ରିକ୍ସା ଡ୍ରାଇଭର କୁ ଶୋଷଣ କରୁଥିବା ଏ ପ୍ରକାର ଆଇନ ଆମର ଗଣତାନ୍ତ୍ରିକ ଶାସନରେ ସବୁଠୁ କଳା ଓ କଳଙ୍କିତ ଆଇନ ଭାବରେ ବିବେଚିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବଙ୍ଗଳାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ

May 30, 2026
Latest News

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

“ମୁଁ ହାରିନାହିଁ…”: ଏସୀୟ କ୍ରୀଡ଼ା ସ୍ୱପ୍ନ ଭାଙ୍ଗିବା ପରେ ଭାବପ୍ରବଣ ହେଲେ ଭିନେଶ ଫୋଗାଟ  

May 31, 2026

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.