Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ଲାଷ୍ଟିକ୍‌ ବ୍ୟବହାର କରୁଥିଲେ ହୋଇଯା’ନ୍ତୁ ସାବଧାନ, ଗାନ୍ଧି ଜୟନ୍ତୀଠାରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଜାରି ହେବ ସମ୍ପୂର୍ଣ୍ଣ କଟକଣା
ବିଶେଷ ଖବର

ପ୍ଲାଷ୍ଟିକ୍‌ ବ୍ୟବହାର କରୁଥିଲେ ହୋଇଯା’ନ୍ତୁ ସାବଧାନ, ଗାନ୍ଧି ଜୟନ୍ତୀଠାରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ଜାରି ହେବ ସମ୍ପୂର୍ଣ୍ଣ କଟକଣା

September 5, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନିକଟରେ ଭାରତ ସରକାର ସଡକ ନିରାପତ୍ତା ତଥା ଦୁର୍ଘଟଣା ରୋକିବା ଦିଗରେ ନୂଆ ମୋଟର ଯାନ ଆଇନର ପ୍ରଚଳନ କରିଥିବାବେଳେ ଏବେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ଏକ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି। ସରକାର ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟି୍କ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍‌ ଗାନ୍ଧି ଜୟନ୍ତୀ ଅବସରରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ନିୟମ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ପ୍ଲାଷ୍ଟିକ୍‌ ବ୍ୟବହାରକାରୀ ମାନେ ସାବଧାନ ହୋଇଯା’ନ୍ତୁ। ଏହି ନୂଆ ନିୟମ ଅନୁସାରେ ଆପଣଙ୍କୁ ତଣ୍ଡ ସହିତ ଦଣ୍ଡ ମଧ୍ୟ ମିଳିବ।

ଗତ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରେ ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ସରକାର ଏବେ ପାଣି ବୋତଲକୁ ବ୍ୟବହାର ନ କରି ଏଥିପାଇଁ ଅନ୍ୟ ଉପାୟ କରିବାକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି। କେନ୍ଦ୍ର ଖାଉଟି ଏବଂ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ ତାଙ୍କ ଅଧୀନରେ ଥିବା ବିଭାଗ ଗୁଡିକୁ ପ୍ଲାଷ୍ଟିକ ବୋତଲରେ ମିଳୁଥିବା ପାଣିର ବ୍ୟବହାର କମ କରିବାକୁ କୌଣସି ଏକ ଉପାୟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ଵସ୍ତ ସୂତ୍ର ଅନୁଯାୟୀ ବଜାରରେ ମିଳୁଥିବା ବିଭିନ୍ନ ଆକାର ଏବଂ ପ୍ରକାରର ପ୍ଲାଷ୍ଟିକ ପାଣି ବୋତଲ ସିଲ ହୋଇଥିବା ପ୍ଲାଷ୍ଟିକ ଗ୍ଳାସଗୁଡିକୁ ଧୀରେ ଧୀରେ ବନ୍ଦ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ପ୍ଲାଷ୍ଟିକ ନିଷେଧକୁ କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ଭାରତର ପରିବେଶ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ତଦାରଖ କରିବେ ବୋଲି ଜଣାପଡିଛି।

  • ଭାରତରେ କେବେଠାରୁ ଓ କେଉଁ କେଉଁ ସହରରେ ରହିଛି ପ୍ଲାଷ୍ଟିକ୍‌ କଟକଣା

ଭାରତରେ କୋଡିଏଟି  ରାଜ୍ୟ ପ୍ଲାଷ୍ଟିକର ବ୍ୟବହାର ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରି ସାରିଛନ୍ତି। ଏବଂ ପାଞ୍ଚଟି ରାଜ୍ୟରେ ଆଂଶିକ କଟକଣା ରହିଛି। ୨୦୧୬ ମସିହାରୁ କର୍ଣାଟକ ଏବଂ ପଞ୍ଜାବ ପ୍ଲାଷ୍ଟିକ ବ୍ୟବହାର କଟକଣା ଜାରି କରିଥିବାବେଳେ ଜମ୍ମୁ କାଶ୍ମୀର ରେ ୨୦୧୮ ମସିହା ଜାନୁୟାରୀ ଏବଂ ମହରାଷ୍ଟ୍ର ରେ ୨୦୧୮ ମସିହା ମାର୍ଚ୍ଚରୁ ନିଷେଧଜ୍ଞା ଜାରି କରିଛନ୍ତି। ଏହି ସବୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର କଲେ ୫୦୦ ଟଙ୍କା ରୁ ୨୫ ହଜାର ଟଙ୍କା ଯାଏଁ ଜରିମାନା ଦେବା ସହ ଏହାର ଗଚ୍ଛିତ ଏବଂ ବିତରଣ କଲେ ପାଞ୍ଚ ବର୍ଷ ଯାଏଁ ଜେଲଦଣ୍ଡର ପ୍ରାବଧାନ ରହିଛି।

ନିକଟ ଅତୀତ ରେ ଲୋକସଭା ସଚିବାଳୟ ସଂସଦ ରେ ପୁନଃ ବ୍ୟବହାର ଅଯୋଗ୍ୟ ପ୍ଲାଷ୍ଟିକ ବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପାଣି ବୋତଲର ବ୍ୟବହାରକୁ ଅଗଷ୍ଟ ୨୦ଠାରୁ ନିଷେଧ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଭାରତୀୟ ରେଳବାଇ ପରିସର ଏବଂ ଅନ୍ୟ ରେଳ ଗୁଡିକରେ ଏହି ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ ଅକ୍ଟୋବର୨  ଗାନ୍ଧିଜୟନ୍ତୀରୁ  ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଇଣ୍ଡିଆନ ଏୟାରଲାଇନ୍ସ ମଧ୍ୟ ଏହାର ବିମାନ ଗୁଡିକରେ ପ୍ଲାଷ୍ଟିକ ର ବ୍ୟବହାର କୁ ନିଷିଦ୍ଧ କରିଛି।

  • ପ୍ଲାଷ୍ଟିକ୍‌ କଟକଣାକୁ ନେଇ ଓଡ଼ିଶାରେ ସ୍ଥିତି କିପରି ରହିଛି ?

୨୦୧୮ ନଭେମ୍ବର ୧ ତାରିଖରୁ ଓଡ଼ିଶାର ୬ଟି ସହରରେ ପଲିଥିନ୍ ବ୍ୟାନ୍‌ କଡ଼ାକଡ଼ି କରାଯାଇଥିଲା । ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଥିବାସ୍ଥଳେ ଏହି ନିୟମଖିଲାପକାରୀଙ୍କୁ ଦଣ୍ଡିତ କରିବାର ପ୍ରାବଧାନ ରହିଥିଲା । ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ସହ ୫ରୁ ୭ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି। ଦୋକାନୀମାନେ ପଲିଥିନ୍ ବ୍ୟବହାର କରୁଥିଲେ ୩ରୁ ୭ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ।୨୦୧୮ ଗାନ୍ଧି ଜୟନ୍ତୀରୁ ୫ ମହାନଗର ଓ ପୁରୀ ସହରରେ ପଲିଥିନ୍ ବ୍ୟାନ୍ ଘୋଷଣା କରିଥିଲେ ରାଜ୍ୟ ସରକାର। ତେବେ ଏହି ନିୟମ ପ୍ରଚଳନ ହେବା ପରେ ମଧ୍ୟ ରାଜଧାନୀରେ ଖୁଲମ୍‌ଖୁଲା ପଲିଥିନ୍‌ ବ୍ୟବହାର ହେଉଥିବାର ନଜର ଆସିଥିଲା । ଖାଦ୍ୟ ବିକାଳୀଙ୍କଠାରୁ ପ୍ରାୟ ସମସ୍ତ ଜାଗାରେ ପଲିଥନ୍‌ରେ ଖାଦ୍ୟପଦାର୍ଥ ବିକ୍ରି ହେଉଥିଲା । ତେବେ କେନ୍ଦ୍ର ସରକାରଙ୍କ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରିବା ନିଷ୍ପତ୍ତି ନେବା ପରେ ଓଡ଼ିଶା ସରକାର ଏହି ନିୟମକୁ ମଧ୍ୟ ବେଶ୍‌ କଡ଼ାକଡ଼ି କରିବେ ବୋଲି ସୂଚନା ରହିଛି ।

ଓଡ଼ିଶାକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ କରିବାକୁ ଲକ୍ଷ୍ୟ ରଖା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି  କଟକଣା ଭୁବନେଶ୍ଵର, କଟକ ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଏବଂ ପୁରୀରେ ଲଗା ଯାଇଛି। ଓଡିଶା ସରକାରଙ୍କ ନିର୍ଦେଶ ଅନୁସାରେ ପ୍ଲାଷ୍ଟିକ ବ୍ୟାନ ହେଲା ପରେ  କେହି ମଧ୍ୟ ପ୍ଲାଷ୍ଟିକ ର ବିକ୍ରି, ଉତ୍ପାଦନ, ଆମଦାନୀ କିମ୍ବା ଗଚ୍ଛିତ କରି ରଖି ପାରିବେ ନାହିଁ। ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗକୁ ଉଭୟ ଗ୍ରାମ୍ୟ ଏବଂ ସହରାଞ୍ଚଳ ରେ ଏହାକୁ କାର୍ଯ୍ୟକାରୀ  କରିବାକୁ ନିର୍ଦେଶ ଦିଆ ଯାଇଛି। ଏହାକୁ ଉଲଂଘନ କଲେ  ସର୍ବାଧିକ ଏକ ଲକ୍ଷ ଟଙ୍କା  ଜରିମାନା ସହ ଦୁଇ ମାସର ଜେଲ ଦଣ୍ଡ ବ୍ୟବସ୍ଥା  ଅଛି। ରାଜ୍ୟ ଆଗାମୀ ଦିନରେ ଛୋଟ ବ୍ୟବସାୟୀମାନଙ୍କ ଠାରୁ ୨୦୦୦ ଟଙ୍କା ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାକୁ ଏକ ପ୍ରାବଧାନ ଅଣାଯିବ।

ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ଉତ୍ପାଦନ କରୁଥିବା ଦେଶ ମଧ୍ୟରେ ଭରତ ପୃଥିବୀର ୧୫ ସ୍ଥାନରେ ରହିଛି। ଭାରତରେ ଦୈନିକ ହାରାହାରି ୨୬୦୦୦ ଟନ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ବାହାରିଥାଏ। ସେହିପରି ଭାରତୀୟ ସହର ଗୁଡିକରୁ ପ୍ରତିଦିନ ୧୫୦୦୦ ଟନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରିଥାଏ ସେଥି ମଧ୍ୟରୁ ୯୦୦୦ ଟନ ପ୍ଲାଷ୍ଟିକ କୁ ପୁନଃ ବ୍ୟବହାରଯୋଗ୍ୟ କରାଯାଇପାରିବ ଏବଂ ଅବଶିଷ୍ଟ ୬୦୦୦ ଟନ ଯାହା ବିଭିନ୍ନ ନଳା,ଗଳି ଏବଂ ଖାଲୁଆ ସ୍ଥାନରେ ପକା ଯାଇ ସମତୁଲ କରା ଯାଇଥାଏ ବୋଲି  ଜାତୀୟ ପ୍ରଦୂଷଣ ବୋର୍ଡର ଏକ ଆକଳନରୁ ଜଣା ପଡିଛି। ଏହା ଦ୍ଵାରା ସମତୁଲ ହୋଇଥିବା ଅଞ୍ଚଳ ଏବଂ ତାର ଚତୁର୍ପାର୍ଶ୍ୱରେ ଥିବା ଜାଗା ଏବଂ ପାଣି ପ୍ରଦୂଷିତ ହୋଇଥାଏ। ସେଥିରୁ ପ୍ରାୟ ୬୬ ପ୍ରତିଶତ  ପ୍ଲାଷ୍ଟିକ ମିଶ୍ରିତ ବର୍ଜ୍ୟବସ୍ତୁ ଯାହା ମୁଖ୍ୟତଃ ଆବାସିକ ଅଞ୍ଚଳରୁ ମିଳିଥାଏ। ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (ଟେରି )ର ଏକ ରିପୋର୍ଟ ଅନୁଯାୟୀ ବାର୍ଷିକ ଦେଶରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ୮ ପ୍ରତିଶତ ହେଉଛି ପ୍ଲାଷ୍ଟିକ। ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ସର୍ବାଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାରିଥାଏ। ଦିଲ୍ଲୀର ପରେ ଏହି ତାଲିକାରୋ କଲିକତା ଓ ଅହମ୍ମଦାବାଦ ସହର ରହିଛି।

ତେବେ ପ୍ଲାଷ୍ଟିକ୍‌ କଟକଣାକୁ  ନେଇ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯିବା ସହିତ ନିଜେ ମଧ୍ୟ ଏଥିପ୍ରତି ସଚେତନ ହେବା ନିତାନ୍ତ ଜରୁରୀ। ସୁସ୍ଥ ପରିବେଶ, ସୁସ୍ଥ ସମାଜ ଗଢିବା ପାଇଁ ହେଲେ ଆମକୁ ପ୍ଲାଷ୍ଟିକ୍‌ମୁକ୍ତ ହେବାକୁ ପଡ଼ିବ। ପଲିଥିନ୍‌ ବଦଳରେ ବ୍ୟାଗ୍‌କୁ ଆଦରି ନେବାକୁ ଆଜିର ସମୟରେ ବଡ଼ ଆବଶ୍ୟକତା ରହିଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବଙ୍ଗଳାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ

May 30, 2026
Latest News

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

“ମୁଁ ହାରିନାହିଁ…”: ଏସୀୟ କ୍ରୀଡ଼ା ସ୍ୱପ୍ନ ଭାଙ୍ଗିବା ପରେ ଭାବପ୍ରବଣ ହେଲେ ଭିନେଶ ଫୋଗାଟ  

May 31, 2026

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.