Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା : ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସାଙ୍ଗକୁ ପାରମ୍ପରିକ ଓଡ଼ିଶୀ ନୃତ୍ୟ
ବିଶେଷ ଖବର

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା : ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସାଙ୍ଗକୁ ପାରମ୍ପରିକ ଓଡ଼ିଶୀ ନୃତ୍ୟ

September 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ  ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ରହିଥିଲା ପ୍ରଖ୍ୟାତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗାୟିକା ଶ୍ରମୀତୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ କେଦାର ଉପରେ ନିବଦ୍ଧ ଖେୟାଲ ଯାହା ବିଲମ୍ବିତ ଏକତାଳ, ମଧ୍ୟମ ତିନତାଲ ଉପରେ ପର୍ଯ୍ୟବସିତ ଥିଲା ପରେ ପରେ ପଣ୍ଡିତ ରାମଶ୍ରେୟା ଝାଙ୍କ ଦ୍ୱାରା ରଚିତ ତରାନା ପରିବେଷିତ ହୋଇଥିଲା ।

ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ରାଗ ପିଲୁରୁ ଉଦ୍ଧୃତ କଜରୀ କେହେନବା ମାନୋ ଓ ରାଧା ରାଣୀ । ଶେଷରେ ଭଜନ ଯାହା ରାଗ ହେମନ୍ତ ଉପରେ ନିବନ୍ଧ ଥିଲା । ତାଙ୍କୁ ତବଲାରେ ଅପୁର୍ବ ମୁଖାର୍ଜୀ, ହାରମୋନିୟମରେ ଗୌରବ ଚାଟାର୍ଜୀ ଓ ତାନପୁରାରେ ସଚ୍ଚୀଦାନନ୍ଦ ସାହୁ ସହଯୋଗ କରିଥିଲେ  । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ  ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମରେ ରହିଥିଲା ଗୁରୁ ଜୋତ୍ସାରାଣୀ ସାହୁଙ୍କ ସୁର ମନ୍ଦିର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ  । ସେମାନଙ୍କର ପ୍ରସ୍ତୁତିରେ ଥିଲା ରସାନୁରାଗ ଯାହା ରାଗ ରାଗମାଳୀକା ଓ ତାଳ ତାଳମାଳୀକା ଉପରେ ନିବଦ୍ଧ ଥିଲା  । ପ୍ରେମ ଓ ବର୍ଷାର ଗଭୀର ସଂଯୋଗ ସହିତ ତାର ବିଭିନ୍ନ ସମ୍ବନ୍ଧକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବଖାଣିଥିଲେ ସୁର ମନ୍ଦିରର ଶିଳ୍ପୀମାନେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଜୋତ୍ସାରାଣୀ ସାହୁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଗ୍ନିମିତ୍ର ବେହେରା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ  ।

ସେହିପରି ସଂଧ୍ୟାର ଅନ୍ତିମ ପରିବେଷଣରେ ରହିଥିଲା ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରିଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ  ।

ଏହି ଉତ୍ସବର ଅତିଥି ଥିଲେ ଭାରତୀୟ ବିଦ୍ୟା ଭବନ ଭୁବନେଶ୍ୱର କେନ୍ଦ୍ରର ଉପସଭାଧ୍ୟକ୍ଷ ଡ଼ଃ ଏସ.କେ. ତାମୋଟିଆ, ଖ୍ୟାତିସମ୍ପନ୍ନ କଳା ଓ ନୃତ୍ୟ ସମୀକ୍ଷକ ତଥା ଲେଖକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଲିଆ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ ଏବଂ ଆଲୋକ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026
Latest News

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.