Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆରପାରିରେ ଜଣେ ଭଲ ମଣିଷ : ଅବେଳରେ ବାହୁଡ଼ିଲେ ଦିଲ୍ଲୀପ
ବିଶେଷ ଖବର

ଆରପାରିରେ ଜଣେ ଭଲ ମଣିଷ : ଅବେଳରେ ବାହୁଡ଼ିଲେ ଦିଲ୍ଲୀପ

September 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତକାଲି ରାତିରେ ହୃଦ୍‌ଘାତରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ୍‌ ସାମ୍ବାଦିକ ଦିଲ୍ଲୀପ ଶତପଥୀ । ତାଙ୍କ ପରଲୋକରେ ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ହସ ହସ ମୁହଁକୁ ଦେଖିଲେ ସେ ଯେ ହୃଦ୍‌ଘାତ ଓ କ୍ୟାନସର ପରି ରୋଗରେ ପୀଡ଼ିତ ଥିଲେ, ଏହା ଅବିଶ୍ବାସ ଲାଗେ ।

ଅମାୟିକ ବ୍ୟକ୍ତିତ୍ବ ଅଧିକାରୀ ଦିଲ୍ଲୀପ ସାମ୍ବାଦିକତାରେ ଯେତିକି ଲୋକପ୍ରିୟ, ନିଜ ବ୍ୟକ୍ତିତ୍ବ ନେଇ ମଧ୍ୟ ସେତିକି ଜଣାଶୁଣା ।  ଦିଲ୍ଲୀପ ଜଣେ ସାମ୍ବାଦିକ ହେଲେ ମଧ୍ୟ ବିଭିନ୍ନ ମାମଲାକୁ ନେଇ ତାଙ୍କୁ ଟିଭି ଡିବେଟ୍‌ରେ ଦେଖିବାକୁ ମିଳୁଥିଲା । ତାଙ୍କ ତର୍କରେ ସବୁବେଳେ ଯୁକ୍ତିଯୁକ୍ତ ଏବଂ ନିରପେକ୍ଷ ମତ ରଖୁଥିଲେ । ସ୍ବଳ୍ପେର କହିବାକୁ ଗଲେ ଦିଲ୍ଲୀପଙ୍କୁ ଦର୍ଶକ ପସନ୍ଦ କରୁଥିଲେ । ବହୁ ଜଟିଳ ମାମଲାଗୁଡ଼ିକୁ ସେ ସହଜ ଅର୍ଥରେ ବୁଝାଇ ପାରୁଥିଲେ ।

ସେ କେବେ ଜାଣିବାକୁ ଦେଇନଥିଲେ ଯେ ଅତୀତରେ ଅର୍ଥନୀତି ଭଳି ବିଷୟ ପ୍ରିୟ ଥିଲେ ମଧ୍ୟ, ନିଜର ପକ୍ଷରେ କେବେ ବିଭିନ୍ନତା ନଥିଲା । ସେ ସମସ୍ତଙ୍କ ତର୍କକୁ ସମ୍ମାନ ଦେଉଥିଲେ ଏବଂ ଏହି ସୁନ୍ଦର ଗୁଣ ପାଇଁ ସେ ବେଳେବେଳେ ଈର୍ଷାର ପାତ୍ର  ମଧ୍ୟ ହେଉଥିଲେ ।  ସେ ଅସୁସ୍ଥତା ଥାଇ ମଧ୍ୟ କେବେବି କାହାକୁ ଅସୁସ୍ଥ ଅଛନ୍ତି ବୋଲି ଜାଣିବାକୁ ଦେଇନାହାନ୍ତି । ଶେଷ ଜୀବନ ପର୍ଯ୍ୟନ୍ତ ସେ ବହୁତ ଆଶାବାଦୀ ରହିଥିଲେ । ନୈରାଶ୍ୟ ତାଙ୍କୁ ସ୍ପର୍ଶ ସୁଦ୍ଧା କରିପାରିନଥିଲା ।

ସେ ଏପରି ଏକ ବ୍ୟକ୍ତିତ୍ବ ଥିଲେ, ଯିଏ କେବେ ବି କାହା ବିରୋଧରେ ଚର୍ଚ୍ଚା କରିନଥିଲେ । ଏପରିକି କୌଣସି ହସକଥା କହିଲାବେଳେ ମଧ୍ୟ ଅନ୍ୟ ମନରେ ଦୁଃଖ ଦେଉନଥିଲେ, ଏହା ତାଙ୍କ ବ୍ୟକ୍ତିତ୍ବ ଏକ ବିଶେଷ ଗୁଣ ଥିଲା । କିନ୍ତୁ ତାଙ୍କ ଶରୀର ତାଙ୍କୁ ସାଥ୍‌ ଦେଇନଥିଲା ।

କିଛି ଦିନ ପୂର୍ବରୁ ସେ ଏକ ନିର୍ବାସିତ ଜୀବନ ଜୀଉଁଥିଲେ । କୌଣସି ତର୍କ ବିତର୍କରେ ଡେରି ରାତି ଯାଏଁ ରହୁନଥିଲେ କି କାହାର ସାହାଯ୍ୟ ନେଉନଥିଲେ ।

ସେ ସବୁବେଳେ ସଦ୍ୟ ତଥ୍ୟ ସହ ନିଜକୁ ପ୍ରସ୍ତୁତ ରଖୁଥିଲେ ଏବଂ ସେଥିପାଇଁ ଟିଭି ବିତର୍କରେ ସବୁବେଳେ ତାଙ୍କୁ ପ୍ରଥମେ ଖୋଜା ହୋଇଥା’ନ୍ତି । ସେ ସବୁବେଳେ ଜଣାଶୁଣା ପ୍ୟାନେଲିଷ୍ଟ୍‌ ଭାବରେ ସବୁ ଟିଭି ବିତର୍କରେ ରହୁଥିଲେ । ତାଙ୍କର ତର୍କ ହେଉ କି ବିତର୍କ ହେଉ ସବୁବେଳେ ଅପ୍ରିୟ ସତ୍ୟ କହୁଥିଲେ ଏବଂ କେବେ କୌଣସି ବିଭ୍ରାନ୍ତିକାରୀ ତଥ୍ୟ ଦେଇ କଥାକୁ ବାଆଁରେଇବା ଦେଖାଯାଇନାହିଁ । ସେ ସବୁବେଳେ ନିଜ ଇଚ୍ଛାକୁ ପ୍ରଦର୍ଶିତ କରିଆସିଛନ୍ତି । ତାଙ୍କ ସାମ୍ନାରେ ଥିବା ଲୋକ ଯେତେ ଜ୍ଞାନୀ ହେଲେ ମଧ୍ୟ ସେ ସହଜରେ ହାରିନାହାନ୍ତି ।

କିନ୍ତୁ ଭାଗ୍ୟର ଆଗରେ ତାଙ୍କୁ ନଇଁବାକୁ ପଡ଼ିଲା । ମାତ୍ର ୫୫ ବର୍ଷ ବୟସରେ ସେ ଏହି ଦୁନିଆକୁ ଚାଲିଗଲେ । କିନ୍ତୁ ତାଙ୍କ ଅବର୍ତ୍ତମାନରେ ତାଙ୍କର ସ୍ମୃତି ଓ କୃତି ସବୁବେଳେ ତାଙ୍କୁ ସବୁବେଳେ ଚିରଜୟୀ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ୯ଟି ବିଲ୍ ପାସ୍

April 19, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026
Latest News

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.