Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆରପାରିରେ ଜଣେ ଭଲ ମଣିଷ : ଅବେଳରେ ବାହୁଡ଼ିଲେ ଦିଲ୍ଲୀପ
ବିଶେଷ ଖବର

ଆରପାରିରେ ଜଣେ ଭଲ ମଣିଷ : ଅବେଳରେ ବାହୁଡ଼ିଲେ ଦିଲ୍ଲୀପ

September 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତକାଲି ରାତିରେ ହୃଦ୍‌ଘାତରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ୍‌ ସାମ୍ବାଦିକ ଦିଲ୍ଲୀପ ଶତପଥୀ । ତାଙ୍କ ପରଲୋକରେ ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ହସ ହସ ମୁହଁକୁ ଦେଖିଲେ ସେ ଯେ ହୃଦ୍‌ଘାତ ଓ କ୍ୟାନସର ପରି ରୋଗରେ ପୀଡ଼ିତ ଥିଲେ, ଏହା ଅବିଶ୍ବାସ ଲାଗେ ।

ଅମାୟିକ ବ୍ୟକ୍ତିତ୍ବ ଅଧିକାରୀ ଦିଲ୍ଲୀପ ସାମ୍ବାଦିକତାରେ ଯେତିକି ଲୋକପ୍ରିୟ, ନିଜ ବ୍ୟକ୍ତିତ୍ବ ନେଇ ମଧ୍ୟ ସେତିକି ଜଣାଶୁଣା ।  ଦିଲ୍ଲୀପ ଜଣେ ସାମ୍ବାଦିକ ହେଲେ ମଧ୍ୟ ବିଭିନ୍ନ ମାମଲାକୁ ନେଇ ତାଙ୍କୁ ଟିଭି ଡିବେଟ୍‌ରେ ଦେଖିବାକୁ ମିଳୁଥିଲା । ତାଙ୍କ ତର୍କରେ ସବୁବେଳେ ଯୁକ୍ତିଯୁକ୍ତ ଏବଂ ନିରପେକ୍ଷ ମତ ରଖୁଥିଲେ । ସ୍ବଳ୍ପେର କହିବାକୁ ଗଲେ ଦିଲ୍ଲୀପଙ୍କୁ ଦର୍ଶକ ପସନ୍ଦ କରୁଥିଲେ । ବହୁ ଜଟିଳ ମାମଲାଗୁଡ଼ିକୁ ସେ ସହଜ ଅର୍ଥରେ ବୁଝାଇ ପାରୁଥିଲେ ।

ସେ କେବେ ଜାଣିବାକୁ ଦେଇନଥିଲେ ଯେ ଅତୀତରେ ଅର୍ଥନୀତି ଭଳି ବିଷୟ ପ୍ରିୟ ଥିଲେ ମଧ୍ୟ, ନିଜର ପକ୍ଷରେ କେବେ ବିଭିନ୍ନତା ନଥିଲା । ସେ ସମସ୍ତଙ୍କ ତର୍କକୁ ସମ୍ମାନ ଦେଉଥିଲେ ଏବଂ ଏହି ସୁନ୍ଦର ଗୁଣ ପାଇଁ ସେ ବେଳେବେଳେ ଈର୍ଷାର ପାତ୍ର  ମଧ୍ୟ ହେଉଥିଲେ ।  ସେ ଅସୁସ୍ଥତା ଥାଇ ମଧ୍ୟ କେବେବି କାହାକୁ ଅସୁସ୍ଥ ଅଛନ୍ତି ବୋଲି ଜାଣିବାକୁ ଦେଇନାହାନ୍ତି । ଶେଷ ଜୀବନ ପର୍ଯ୍ୟନ୍ତ ସେ ବହୁତ ଆଶାବାଦୀ ରହିଥିଲେ । ନୈରାଶ୍ୟ ତାଙ୍କୁ ସ୍ପର୍ଶ ସୁଦ୍ଧା କରିପାରିନଥିଲା ।

ସେ ଏପରି ଏକ ବ୍ୟକ୍ତିତ୍ବ ଥିଲେ, ଯିଏ କେବେ ବି କାହା ବିରୋଧରେ ଚର୍ଚ୍ଚା କରିନଥିଲେ । ଏପରିକି କୌଣସି ହସକଥା କହିଲାବେଳେ ମଧ୍ୟ ଅନ୍ୟ ମନରେ ଦୁଃଖ ଦେଉନଥିଲେ, ଏହା ତାଙ୍କ ବ୍ୟକ୍ତିତ୍ବ ଏକ ବିଶେଷ ଗୁଣ ଥିଲା । କିନ୍ତୁ ତାଙ୍କ ଶରୀର ତାଙ୍କୁ ସାଥ୍‌ ଦେଇନଥିଲା ।

କିଛି ଦିନ ପୂର୍ବରୁ ସେ ଏକ ନିର୍ବାସିତ ଜୀବନ ଜୀଉଁଥିଲେ । କୌଣସି ତର୍କ ବିତର୍କରେ ଡେରି ରାତି ଯାଏଁ ରହୁନଥିଲେ କି କାହାର ସାହାଯ୍ୟ ନେଉନଥିଲେ ।

ସେ ସବୁବେଳେ ସଦ୍ୟ ତଥ୍ୟ ସହ ନିଜକୁ ପ୍ରସ୍ତୁତ ରଖୁଥିଲେ ଏବଂ ସେଥିପାଇଁ ଟିଭି ବିତର୍କରେ ସବୁବେଳେ ତାଙ୍କୁ ପ୍ରଥମେ ଖୋଜା ହୋଇଥା’ନ୍ତି । ସେ ସବୁବେଳେ ଜଣାଶୁଣା ପ୍ୟାନେଲିଷ୍ଟ୍‌ ଭାବରେ ସବୁ ଟିଭି ବିତର୍କରେ ରହୁଥିଲେ । ତାଙ୍କର ତର୍କ ହେଉ କି ବିତର୍କ ହେଉ ସବୁବେଳେ ଅପ୍ରିୟ ସତ୍ୟ କହୁଥିଲେ ଏବଂ କେବେ କୌଣସି ବିଭ୍ରାନ୍ତିକାରୀ ତଥ୍ୟ ଦେଇ କଥାକୁ ବାଆଁରେଇବା ଦେଖାଯାଇନାହିଁ । ସେ ସବୁବେଳେ ନିଜ ଇଚ୍ଛାକୁ ପ୍ରଦର୍ଶିତ କରିଆସିଛନ୍ତି । ତାଙ୍କ ସାମ୍ନାରେ ଥିବା ଲୋକ ଯେତେ ଜ୍ଞାନୀ ହେଲେ ମଧ୍ୟ ସେ ସହଜରେ ହାରିନାହାନ୍ତି ।

କିନ୍ତୁ ଭାଗ୍ୟର ଆଗରେ ତାଙ୍କୁ ନଇଁବାକୁ ପଡ଼ିଲା । ମାତ୍ର ୫୫ ବର୍ଷ ବୟସରେ ସେ ଏହି ଦୁନିଆକୁ ଚାଲିଗଲେ । କିନ୍ତୁ ତାଙ୍କ ଅବର୍ତ୍ତମାନରେ ତାଙ୍କର ସ୍ମୃତି ଓ କୃତି ସବୁବେଳେ ତାଙ୍କୁ ସବୁବେଳେ ଚିରଜୟୀ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଶତାଧିକ ସାହିତ୍ୟକ, ଲେଖକ, କବି ଓ ମୁରବୀ ସାମିଲ

October 12, 2025

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025

ନିଜ ପ୍ରାର୍ଥୀ ବିଜେପି ପଳାଇଯିବା ପରେ ଅଡୁଆରେ ବିଜେଡି, ନୂଆ ଚେହେରା ଖୋଜିବାକୁ ନୂଆପଡା ଗଲେ ଏକ ଟିମ୍

October 12, 2025

ଚୂଡ଼ାନ୍ତ ହେଲା ବିହାରର ଏନଡିଏରେ ଆସନ ବଣ୍ଟନ ନିଷ୍ପତ୍ତି: ଜାଣନ୍ତୁ କିଏ କେତେ ଆସନରେ ଲଢ଼ିବ?

October 12, 2025
Latest News

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025

ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

October 12, 2025

ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଶତାଧିକ ସାହିତ୍ୟକ, ଲେଖକ, କବି ଓ ମୁରବୀ ସାମିଲ

October 12, 2025

୨୦୦ ତାଲିବାନ ଯୋଦ୍ଧାଙ୍କୁ ମାରିଥିବା ଦାବି କଲା ପାକିସ୍ତାନୀ ସେନା: ଚେତାବନୀ ଦେଲା ଆଫଗାନିସ୍ତାନ

October 12, 2025

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.