Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟ୍ରେନରେ ଯାଉଥିବା ବେଳେ କିଏ ପଥର ଫିଙ୍ଗିଲା କି ! ଏପରି ପରିସ୍ଥିତିରେ ଜଣେ ରେଳଯାତ୍ରୀ କଣ କରିବା ଉଚିତ
ବିଶେଷ ଖବର

ଟ୍ରେନରେ ଯାଉଥିବା ବେଳେ କିଏ ପଥର ଫିଙ୍ଗିଲା କି ! ଏପରି ପରିସ୍ଥିତିରେ ଜଣେ ରେଳଯାତ୍ରୀ କଣ କରିବା ଉଚିତ

September 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳହେଉ କିମ୍ବା ମଜା ନେବାପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣା ନିକଟ ଅତୀତ ରେ ଘଟିଛି ଯାହାକି ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ପାଇଁ ଏବେ ସଙ୍କଟ ର କାରଣ ହୋଇଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ଏହାର ପରିସୀମା ମଧ୍ୟରେ କେତେକ ସ୍ଥାନ କୁ ଚିହ୍ନିତ କରିଛି ଯେଉଁଠାରେ ଏହି ପଥର ଫିଙ୍ଗ ଘଟଣା ଘଟୁଛି କିମ୍ବା ଘଟି ଚାଲିଛି I ବେଳେବେଳେ ଟ୍ରେନ ର ଯାତ୍ରୀମାନେ ମଧ୍ୟ ଯେଉଁ ମାନେ କି ପଥର ଫିଙ୍ଗ ର ଶିକାର ହେଉଛନ୍ତି ସେମାନେ ଏହି ଘଟଣା ସମ୍ବନ୍ଧରେ ରେଳବାଇରେ ଅଭିଯୋଗ ଆଣୁଛନ୍ତି I ଏଥିପାଇଁ ରେଳବାଇ ପକ୍ଷରୁ ଚିହ୍ନିତ ସ୍ଥାନ ମାନଙ୍କରେ ସୁରକ୍ଷା ବଳ କର୍ମଚାରୀମାନଙ୍କ ଦ୍ୱାରା ରେଳଧାରଣା ନିକଟରେ ପ୍ରହରା ଦେଉଥିବାବେଳେ ସାଧା ପୋଷାକରେ ମଧ୍ୟ ପଥର ଫିଙ୍ଗା ଘଟଣା ସମ୍ବନ୍ଧରେ ନିରୀକ୍ଷଣ କରୁଛନ୍ତି I ଏହା ବ୍ୟତୀତ, ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କର ପିତାମାତା ମାନଙ୍କୁ ଏହି ବିଷୟରେ ଅବଗତ କରାଯାଇ ସେମାନଙ୍କ ପିଲାମାନଙ୍କୁ ରେଳଧାରଣା ନିକଟକୁ ନଛାଡ଼ିବାକୁ କୁହାଯାଇଅଛି I

ସାଧାରଣ ଜନତା ବିଶେଷ କରି ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପିଲାମାନଙ୍କ ଦ୍ୱାରା ଚଳନ୍ତା ଟ୍ରେନ ଉପରେ ପଥର ଫିଙ୍ଗା ଘଟଣା ବିଷୟରେ ସଚେତନ କରାଇବାପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏକ ମାସ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି ଯେଉଁଥିରେ ପଥପ୍ରାନ୍ତ ନାଟକ ସହିତ ପୋଷ୍ଟର, ବ୍ୟାନର, ପାମ୍ପଲେଟ ଓ ବ୍ରୋସିୟର ମାଧ୍ୟମରେ ସଚେତନତା କରାଯାଉଅଛି । ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ ର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ଙ୍କ ନେତୃତ୍ୱରେ ସୁରକ୍ଷା ବଳ ଦଳ ଚିହ୍ନିତ ସ୍ଥାନମାନଙ୍କରେ ଯୁବ ଗୋଷ୍ଠୀ ଓ ପିଲାମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରି ବୁଝାସୁଝା କରାଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ କେବଳ ବୁଝାସୁଝା ମାଧ୍ୟମରେ ଏହି ପଥର ଫିଙ୍ଗାରୁ ନିବୃତ ରହିବାକୁ ସଚେତନ କରାଯାଉଅଛି ଯାହା ଫଳରେ ପିଲାମାନେ ସଚେତନ ହୋଇପାରିବେ ।

ରେଳବାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ଯୁବ ଓ ଛୋଟ ପିଲାମାନଙ୍କୁ ଚକୋଲେଟ ସହିତ ଅନ୍ୟାନ ପ୍ରଲିଭାନ ଦେଖାଇ ବୁଝାସୁଝା କରାଯାଉଅଛି ଏବେ ବେଳେ ବେଳେ ସେମାନଙ୍କର ଏହି ପ୍ରବୃତି ଚଳନ୍ତା ଟ୍ରେନ ରେ ଯାତାୟାତ କରୁଥିବା ନିଜ ସମ୍ପର୍କୀୟ କିମ୍ବା ପରିବାର ବର୍ଗଙ୍କର ମଧ୍ୟ ହାନି କରିପାରେ ବୋଲି ସଚେତନତା କରାଯାଉଅଛି । ଚଳନ୍ତା ଟ୍ରେନ ଉପରକୁ ପଥର ଫିଙ୍ଗା ଘଟଣାରେ ଯାତ୍ରୀ ମାନେ ଗୁରୁତର ଆହତ ହେଉଥିବା ଘଟଣା ନଜର କୁ ଆସିଛି । ଅନେକ ଗୁଡିଏ ଯାତ୍ରୀ ଏହି ବିଷୟରେ ଅଭିଯୋଗ ଆଣିଥିବା ବେଳେ ଟ୍ରେନ ର ଶୀତତାପ ନିୟନ୍ତ୍ରିତ ବଗି ର ଝରକା କାଚ ମଧ୍ୟ ପ୍ରଭାବିତ ହେଉଅଛି । କେବଳ ଜାତୀୟ ସମ୍ପତ୍ତି ନୁହେଁ ବରଂ ଯାତ୍ରୀ ମାନଙ୍କର ଜୀବନ ମଧ୍ୟ ସଂକଟରେ ପଡିପାରେ । ଆମ୍ଭେମାନେ ଏହି ବିପଦକୁ ଦୃଢତାର ସହ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ସମସ୍ୟା ର ସମାଧାନ କରିବା ଜାରି ରଖିବୁ ।

ରେଳବାଇ ର ହସ୍ତଗତ ତଥ୍ୟ ଅନୁଯାଇ ୨୦୧୮ ମସିହାରେ ଭୁବନେଶ୍ୱର ଅଞ୍ଚଳରେ ୬ଟି, କଟକ ଅଞ୍ଚଳରେ ୨ଟି ଏବଂ ସମ୍ବଲପୁର ରେଳମଣ୍ଡଳ ରେ ଦୁଇଟି ଘଟଣା ସହିତ ଚଳନ୍ତା ଟ୍ରେନ ଉପରକୁ ସମୁଦାୟ ୧୦ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ୨୦୧୯ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମୁଦାୟ ୧୮ଟି ଘଟଣା ଘଟିଛି ଯେଉଁଥିରେ ୪ଟି ଘଟଣା ଯାଜପୁର କେନ୍ଦୁଝର ରୋଡ଼ ଅଞ୍ଚଳରେ, ଭୁବନେଶ୍ୱର ଓ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟକ ୩ ଟି ଲେଖା ଘଟଣା ଏବଂ ନିର୍ଗୁଣ୍ଡି, ମୋଟାରି, ରମ୍ଭା, ସୋଲାରି, ବାଲୁଗାଁ, ଇଚ୍ଛାପୁରମ, ଅନୁଗୁଳ ଓ କୋରାପୁଟ ଅଞ୍ଚଳରେ ପ୍ରତ୍ୟକ ଗୋଟିଏ କରି ଘଟଣା ଘଟିଛି । ୨୦୧୮ ରେ ଜଣଙ୍କୁ ଏବଂ ୨୦୧୯ ରେ ଜଣେ ନାବାଳକ (ଜୁଭେନାଇଲ) ସମେତ ଦୁଇଜଣଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି I ଏହି ବିପଦପୂର୍ଣ୍ଣ ଘଟଣାକୁ ରୋକିବା ପାଇଁ ରେଳବାଇକୁ ସହାୟତା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ରେଳବାଇ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୮୨ କୁ ଡାଏଲ କରି ଏହି ସମ୍ବନ୍ଧରେ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ୯ଟି ବିଲ୍ ପାସ୍

April 19, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026
Latest News

ଖୋର୍ଦ୍ଧାରେ ଆସନ୍ତା ୨୦ରୁ ୨୩ ସ୍କୁଲ ଛୁଟି

April 19, 2026

ମୋଦିଙ୍କ ଅଭିଭାଷଣକୁ ନେଇ ମମତାଙ୍କ ପ୍ରତିକ୍ରିୟା

April 19, 2026

ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ ବାଂଲାଦେଶରେ ଭାରତର ନୂତନ ହାଇକମିଶନର !

April 19, 2026

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.