Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଞ୍ଜେଇ ଫୁଙ୍କିବାରେ ନ୍ୟୁୟର୍କବାସୀ ସବୁଠୁ ଆଗରେ : ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ନୂଆଦିଲ୍ଲୀ ଏବଂ କରାଚି
ବିଶେଷ ଖବର

ଗଞ୍ଜେଇ ଫୁଙ୍କିବାରେ ନ୍ୟୁୟର୍କବାସୀ ସବୁଠୁ ଆଗରେ : ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ନୂଆଦିଲ୍ଲୀ ଏବଂ କରାଚି

September 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗଞ୍ଜେଇ ବ୍ୟବହାରରେ ନ୍ୟୁୟର୍କ ସବୁଠାରୁ ଆଗରେ ରହିଛି। ଭାରତୀୟ ରାଜଧାନୀ ନୂଆଦିଲ୍ଲୀ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର କରାଚୀ ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟତମ ଭାରତୀୟ ସହର ମୁମ୍ବାଇ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। 2018 ମସିହାରେ କେଉଁ ସହରବାସୀ କେତେ ପରିମାଣର ଗଞ୍ଜେଇ ବ୍ୟବହାର କରିଛନ୍ତି ଏହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏକ ଜର୍ମାନୀ ଫାର୍ମ ଏବିସିଡି ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ତାଲିକାରେ ଯୁକ୍ତରାଷ୍ଟକ୍ର ଆମେରିକାର ସର୍ବାଧିକ ତିନୋଟି ସହର ରହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ବ୍ୟତିତ ଲସ ଏଞ୍ଜେଲ୍ସ ଏବଂ ଚିକାଗୋ ଏହି ତାଲିକାର ଶ୍ରେଷ୍ଠ 10 ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି । ଅନ୍ୟ ସହର ମାନଙ୍କ ମଧ୍ୟରେ ବ୍ରିଟେନ୍‌ର ରାଜଧାନୀ ଲଣ୍ଡନ, ଇଜିପ୍ଟର ରାଜଧାନୀ କାଇରୋ, କାଇରୋ ରାଜଧାନୀ ମସ୍କୋ, ଟରଣ୍ଟୋ । ତାଲିକାରେ ସ୍ଥାନ ପାଇଥିବା ରାଷ୍ଟ୍ର ମାନଙ୍କ ମଧ୍ୟରୁ କେବଳ ଟରଣ୍ଟୋରେ ଗଞ୍ଜେଇ ସେବନ ବୈଧ ହୋଇଥିବା ବେଳେ ବାକି ସମସ୍ତ ରାଷ୍ଟ୍ରରେ ଏହା ବେଆଇନ ।

ଏବିସଡି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଜାପାନର ଟୋକିଓରେ ଗଞ୍ଜେଇର ମୂଲ୍ୟ ପ୍ରତି ଗ୍ରାମ ପିଛା ସର୍ବାଧିକ 32.66 ଡଲାର ରହିଛି । ଦୁଇ ଭାରତୀୟ ସହର ଦିଲ୍ଲୀ ଏବଂ ମୁମ୍ବାଇରେ ଗଞ୍ଜେଇର ମୂଲ୍ୟ ଯଥାକ୍ରମେ 4.38 ଓ 4.57 ଡଲାର ରହିଛି । ସବୁଠାରୁ ଶସ୍ତା ଗଞ୍ଜେଇ ମିଳୁଥିବା ରାଷ୍ଟ୍ର ମାନଙ୍କ ମଧ୍ୟରେ ଏହି ଦୁଇ ରାଷ୍ଟ୍ର 10 ଏବଂ 11 ତମ ସ୍ଥାନରେ ରହିଛନ୍ତି । ପୂର୍ବ ଏସୀୟ ରାଷ୍ଟ୍ର ସିଓଲ, କ୍ବ୍ୟୋଟୋ, ବ୍ୟାଙ୍କକ ଏବଂ ହଂକଂରେ ମଧ୍ୟ ଗଞ୍ଜେଇ ମୂଲ୍ୟ ସର୍ବାଧିକ ରହିଛି । ଏହି ସର୍ବେକ୍ଷଣ ଅନୁଯାୟୀ ଯଦି ଭାରତରେ ଗଞ୍ଜେଇ ବ୍ୟବସାୟ ଆଇନ ସମ୍ମତ କରାଯାଏ ତେବେ ଦିଲ୍ଲୀରୁ 725 କୋଟିର ରାଜସ୍ବ ଏବଂ ମୁମ୍ବାଇରୁ 641 କୋଟିର ରାଜସ୍ବ ଆଦାୟ ହେବ ବୋଲି ପ୍ରକାଶ ପାଇଛି ।

ସର୍ବାଧିକ ଗଞ୍ଜେଇ ବ୍ୟବହାରକାରୀ ରାଷ୍ଟ୍ର ତାଲିକା :

1. ନ୍ୟୁୟର୍କ -77.4 ଟନ୍‌
2. କରାଚି – 42 ଟନ୍‌
3. ନୂଆଦିଲ୍ଲୀ – 38.2 ଟନ୍‌
4. ଲସ ଏଞ୍ଜେଲସ୍‌ – 36 ଟନ୍‌
5. କାଇରୋ – 32.6 ଟନ୍‌
6. ମୁମ୍ବାଇ – 32.4 ଟନ୍‌
7. ଲଣ୍ଡନ – 31.4 ଟନ୍‌
8. ଚିକାଗୋ – 24.5 ଟନ୍‌
9. ମସ୍କୋ – 22.9 ଟନ୍‌
10. ଟରଣ୍ଟୋ – 22.7 ଟନ୍‌

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026

ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଞ୍ଚାୟତିରାଜ ବିଭାଗ

September 12, 2026

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.