Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମିତ ଶାହା ଜାଣିରଖିବା ଉଚିତ ହିନ୍ଦୀ ଭାରତର ଅନ୍ୟତମ ରାଜଭାଷା, ଏହା କେବେବି ଆମର ରାଷ୍ଟ୍ରଭାଷା ନୁହେଁ
ବିଶେଷ ଖବର

ଅମିତ ଶାହା ଜାଣିରଖିବା ଉଚିତ ହିନ୍ଦୀ ଭାରତର ଅନ୍ୟତମ ରାଜଭାଷା, ଏହା କେବେବି ଆମର ରାଷ୍ଟ୍ରଭାଷା ନୁହେଁ

September 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହା ଜାଣିରଖିବା ଉଚିତ ହିନ୍ଦୀ ଭାରତର ଅନ୍ୟତମ ରାଜଭାଷା, ଏହା କେବେବି ଆମର ରାଷ୍ଟ୍ରଭାଷା ନୁହେଁ

କେଦାର ମିଶ୍ର

ସେଦିନ ଥିଲା ୨୫, ନଭେମ୍ବର ୧୯୫୮। ଭାରତର ରାଜଭାଷା ବା ଅଫିସିଆଲ ଭାଷା ଭାବରେ କେବଳ ହିନ୍ଦୀ ବ୍ୟବହାର ହେବ ନା ଇଂରାଜୀ ସହିତ ହିନ୍ଦୀର ବ୍ୟବହାର ଅବ୍ୟାହତ ରହିବ, ସେ ସମ୍ପର୍କରେ ରାଜଭାଷା କମିଶନ ଦେଇଥିବା ପରାମର୍ଶ ବିଷୟରେ ଏକ ସଂସଦୀୟ କମିଟି ଚୂଡାନ୍ତ ନିଷ୍ପତ୍ତି ନେବାର ଥାଏ। ସେଦିନ ମାତ୍ର ଗୋଟିଏ ଭୋଟରେ ହିନ୍ଦୀ ଏକମାତ୍ର ରାଜଭାଷା ହେବାର ପ୍ରସ୍ତାବ କାଟ ଖାଇ ଯାଇଥିଲା। କମିଟିର ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ତତ୍କାଳୀନ ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଉପରେ ରାଗିଯାଇ କମିଟିର ଅନ୍ୟତମ ସଦସ୍ୟ ପୁରୁଷୋତ୍ତମ ଦାସ ଟଣ୍ଡନ କହିଲେ- “ଆପଣ ଜଣେ ବିଶ୍ଵାସଘାତକ। ହିନ୍ଦୀ ଭାଷା ପ୍ରତି ଆପଣଙ୍କର କୌଣସି ଅନୁରାଗ ନାହିଁ, ଏକଥା ଆଜି ସ୍ପଷ୍ଟ ହୋଇଗଲା।“ ଟଣ୍ଡନଙ୍କର ଗାଳିରେ ଆଦୌ ବିଚଳିତ ନ ହୋଇ ଗୃହମନ୍ତ୍ରୀ ପନ୍ତ କହିଥିଲେ- “ ମୋ ପାଇଁ ଭାରତର ଏକତା ହିନ୍ଦୀ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।“ ରାଜଭାଷାକୁ ନେଇ ସାରା ଦେଶରେ ଯେତେବେଳେ ଅସନ୍ତୋଷ ଦେଖାଦେଇଥିଲା, ସେତେବେଳେ ଉତ୍ତର ପ୍ରଦେଶର ସର୍ବମାନ୍ୟ ନେତା ଥାଇ ମଧ୍ୟ ଗୋବିନ୍ଦ ବଲ୍ଲଭ ପନ୍ତ ହିନ୍ଦୀ ସପକ୍ଷରେ ଠିଆ ହୋଇନଥିଲେ। ଭାରତର ଗୃହ ମନ୍ତ୍ରୀ ଭାବରେ ତାଙ୍କ ପାଇଁ ଭାରତର ଏକତା ଥିଲା ବେଶୀ ଗୁରୁତ୍ୱପୂର୍ଣ୍ଣ।

୧୯୫୮ ଥିଲା ଭିନ୍ନ ଏକ ସମୟ ଓ ଗୋବିନ୍ଦ ବଲ୍ଲଭ ପନ୍ତ ଥିଲେ ଭିନ୍ନ ପର୍ୟାୟର ରାଜନେତା। ସେମାନଙ୍କ ଲାଗି ଦେଶ ଥିଲା ସର୍ବୋପରି। ଭୋଟ ରାଜନୀତି ଓ ସଂଖ୍ୟାଗରିଷ୍ଠ ତୁଷ୍ଟିକରଣ ପାଇଁ ଦେଶରେ ଧର୍ମ, ଜାତି ଓ ଭାଷାର ଭେଦଭାବ ସେମାନେ ସୃଷ୍ଟି କରୁ ନଥିଲେ। ଆଜିର ଗୃହମନ୍ତ୍ରୀ ଅମିତ ଶାହା କିନ୍ତୁ ଭିନ୍ନ ପ୍ରଜାତିର ରାଜନେତା। ତାଙ୍କୁ ଦେଶ ଭିତରେ ଅସନ୍ତୋଷ ଓ ବିଭାଜନର ନବ୍ୟ ସୂତ୍ରଧର ବୋଲି କୁହା ଯାଇପାରେ। ଷାଠିଏ ବର୍ଷ ତଳେ ଉଭୟ ହିନ୍ଦୀ ଓ ଇଂରାଜୀକୁ ଦେଶର ରାଜଭାଷା ଭାବରେ ଆମେ ଗ୍ରହଣ କରିଥିଲୁ। ଏହା ସହିତ ଦେଶର ରାଷ୍ଟ୍ରଭାଷା ଭାବରେ ୨୨ ଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ (ଧାରା ୩୪୪(କ) ଓ ୩୫୧) ରେ ସାମିଲ କରାଯାଇଥିଲା। ଭାରତୀୟ ଗଣରାଜ୍ୟର ରାଜଭାଷା ଭାବରେ ଇଂରାଜୀ ଓ ହିନ୍ଦୀ ତଥା ରାଜ୍ୟ ଗୁଡିକରେ ଇଂରାଜୀ ସମେତ ସ୍ଥାନୀୟ ଭାଷାର ବ୍ୟବହାର କୁ ସ୍ଵୀକୃତି ମିଳିଛି।

ଏହି ନିଷ୍ପତ୍ତି ଭାଷା ଭିତ୍ତିରେ ଭାରତକୁ ବିଭାଜିତ ହେବାର ବିପଦରୁ ରକ୍ଷା କରିଥିଲା। ଉତ୍ତର ଭାରତର ହିନ୍ଦୀ ଦାଦାଗିରି ବିପକ୍ଷରେ ଦକ୍ଷିଣ ଭାରତୀୟ ରାଜ୍ୟ ଓ ପଶ୍ଚିମ ବଙ୍ଗରେ ପ୍ରବଳ ଜନ ଅସନ୍ତୋଷକୁ ଏହି ନିଷ୍ପତ୍ତି ମାଧ୍ୟମରେ ରୋକା ଯାଇ ପାରିଥିଲା। ଷାଠିଏ ବର୍ଷ ତଳର ସେ ଭୂତକୁ ପୁଣିଥରେ ବୋତଲରୁ ବାହାର କରି ବିଭାଜନର ବିଷମଞ୍ଜି ବୁଣିଛନ୍ତି ଆଜିର ଗୃହ ମନ୍ତ୍ରୀ ଅମିତ ଶାହା। ଏକ ଦେଶ- ଏକ ଭାଷା ର ନାରା ଦେଇ ଭାରତରେ ରହିଥିବା ବିବିଧ ଭାଷାର ଅସ୍ମିତା ଉପରେ ସେ ପ୍ରହାର କରିଛନ୍ତି। ଧର୍ମ ଭିତ୍ତିରେ ଲୋକଙ୍କୁ ଭୟଭୀତ କରିବାର ଉଦ୍ୟମ କରି ଅମିତ ଶାହ ଆସାମରେ ଯେଉଁ ଏନଆରସି ରାଜନୀତି ଆରମ୍ଭ କରିଥିଲେ, ତାହା ଭୟଙ୍କର ଭାବରେ ବିଫଳ ହୋଇଛି। କାଶ୍ମୀର ପ୍ରସଙ୍ଗରେ ମଧ୍ୟ ସମୟ ଗଡିବା ସହିତ ଅମିତ ଶାହାଙ୍କ ନିଷ୍ପତ୍ତିର ଭାୟାବହ ପରିଣାମ ଏବେ ଲୋକେ ଦେଖୁଛନ୍ତି। ତେଣୁ ନୂଆ ବିଭାଜନର ରାଜନୀତି ଭାବରେ ସେ ହିନ୍ଦୀ ଦାଦାଗିରିକୁ ରାଜନୀତିର କେନ୍ଦ୍ର କରିବାକୁ ଚାହୁଁଛନ୍ତି।

ବିଜେପିର ଅଭିବୃଦ୍ଧିରେ ଦକ୍ଷିଣ ଭାରତ ବା ଅଣହିନ୍ଦୀ ଭାଷୀ ରାଜ୍ୟମାନଙ୍କର ଅବଦାନ ବିଶେଷ ନାହିଁ। ତେଣୁ ହିନ୍ଦୀ ଭାଷୀ ଅଞ୍ଚଳର ସଂଖ୍ୟାଗରିଷ୍ଠ ତୁଷ୍ଟିକରଣ ଲାଗି ଏହାକୁ ନୂଆ ଅସ୍ତ୍ର ଭାବରେ ପ୍ରୟୋଗ କରାଯାଇଛି। ହିନ୍ଦୀ(ହିନ୍ଦୁସ୍ତାନୀ ହିନ୍ଦୀ)  କୁ ରାଷ୍ଟ୍ର ଭାଷା ଭାବରେ ବିକଶିତ କରିବା ପାଇଁ ଯଦିଓ ମହାତ୍ମା ଗାନ୍ଧୀଙ୍କର ଉଦ୍ୟମ ରହିଥିଲା, ତେବେ ସେ କୌଣସି ଭାଷାର ଏକାଧିପତ୍ୟକୁ ସ୍ଵୀକାର କରୁ ନଥିଲେ। ପରବର୍ତ୍ତୀ ସମୟରେ ସମାଜବାଦୀମାନେ ମଧ୍ୟ ହିନ୍ଦୀ ଆଧିପତ୍ୟକୁ ସମର୍ଥନ କରିଛନ୍ତି। ଏହା ବିରୋଧରେ ସମଗ୍ର ଦକ୍ଷିଣ ଭାରତରେ ପ୍ରବଳ ଜନମତ ରହିଛି ଓ ଏହା ରହିବା ସ୍ଵାଭାବିକ। ହିନ୍ଦୀ କେବେହେଲେ ଦକ୍ଷିଣ ବା ପୂର୍ବ ଭାରତର ଯୋଗାଯୋଗ ଭାଷା ନଥିଲା।

ଆଜି ହିନ୍ଦୀ ଭାରତକୁ ସଂଯୋଗ କରୁଥିବା ଭାଷା ବୋଲି ଯେତେ କହିଲେ ମଧ୍ୟ ଏହାକୁ କେହି ଗ୍ରହଣ କରିବା ସମ୍ଭବ ନୁହେଁ। ହୁଏତ ବଲିଉଡ ସିନେମା ଓ ଟେଲିଭିଜନ ଦେଖି ଲୋକେ କାମଚଳା ହିନ୍ଦୀ ବୁଝନ୍ତି ବା କୁହନ୍ତି, ହେଲେ ଏହାକୁ ପଢିବା ଓ ଲେଖିବା ୯୯% ଅଣହିନ୍ଦୀ ଭାଷୀଙ୍କ ପକ୍ଷରେ ସମ୍ଭବ ନୁହେଁ। ଇଂରାଜୀ ଆଜି କେବଳ ଜାତୀୟ ସଂଯୋଗର ଭାଷା ନୁହେଁ, ଏହା ବିଶ୍ଵ ସହିତ ସଂଯୁକ୍ତ ହେବାର ଏକମାତ୍ର ଭାଷା। ତେଣୁ ଇଂରାଜୀ କୁ ବାଦ ଦେଇ ହିନ୍ଦୀ ଏକାଧିପତ୍ୟର କଥା ଯଦି ବିଜେପି ସରକାର ଭାବୁଥାନ୍ତି ତାହେଲେ ଏହା ବିଭାଜନକାରୀ ଓ ଅସହିଷ୍ଣୁ ରାଜନୀତିର ଚରମ ଉଦାହରଣ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026
Latest News

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026

ଓଲଟିଲା ପିକଅପ : ୧୦ ଶ୍ରମିକ ଗୁରୁତର

August 21, 2026

ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର: ମୁଖ୍ୟ ନିର୍ବାଚନ ଅଧିକାରୀ

August 21, 2026

ବନ୍ଦେ ମାତରମ୍ ପ୍ରସଙ୍ଗ: କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

August 21, 2026

ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.