Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା, ଆମେରିକାରେ ମଧ୍ୟ ଓଡିଆରେ ପଦେ କହିଲେ ମୋଦୀ
ବିଶେଷ ଖବର

ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା, ଆମେରିକାରେ ମଧ୍ୟ ଓଡିଆରେ ପଦେ କହିଲେ ମୋଦୀ

September 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହ୍ୟୁଷ୍ଟନରେ ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା, ଆମେରିକାରେ ମଧ୍ୟ ମୋଦୀ ଓଡିଆରେ ପଦେ କହିଦେଲେ

ସମୀକ୍ଷା ବ୍ୟୁରୋ

ଆମେରିକାର ହ୍ୟୁଷ୍ଟନ ସହରର ଏନଜିଆର ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ଏହି ବିଶାଳ ସମାବେଶରେ ମୋଦୀଙ୍କ ସହିତ ଯୋଗଦେଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଷ୍ଟାଡିୟମରେ ପ୍ରାୟ 50 ହଜାରର ଲୋକ ଯୋଗ ଦେଇଥିଲେ। ମୋଦୀ ପ୍ରଥମେ ଟ୍ରମ୍ପଙ୍କୁ ସାଥିରେ ଧରି ମଞ୍ଚ ଉପରକୁ ଆସିଥିଲେ। ଏହାପରେ ସେ ଇଂରାଜୀରେ ଭାଷଣ ଦେଇ ଟ୍ରମ୍ପଙ୍କୁ ପ୍ରଶଂସା କ’ରିବା ସହିତ କିଛି ପୁରୁଣା କଥା ମନେ ପକାଇଥିଲେ। ତାହାଥିଲେ କିଛି ବର୍ଶ ତଳେ ଟ୍ରମ୍ପ ତାଙ୍କ ପରିବାର ସହିତ ତାଙ୍କୁ ପରିଚିତ କରାଇଥିଲେ। ଆଜି ଟ୍ରମ୍ପଙ୍କୁ ମୋର ପରିବାର ସହିତ ପରିଚୟ କରାଇ ଦେଉଛି ବୋଲି କହି ଷ୍ଟାଣ୍ଡିୟମରେ ବସିଥିବା ଲୋକଙ୍କ ଆଡକୁ ହାତ ବୁଲାଇଥିଲେ।

ଏହାପରେ ମୋଦୀ ମଞ୍ଚ ତଳକୁ ଆସିବା ପରେ ଟ୍ରମ୍ପ ପ୍ରାୟ 25 ମିନଟ ଧରି ଭାଷଣ ଦେଇଥିଲେ। ଏଥିରେ ଭାରତ ଆମେରିକାର ସଂପର୍କର ସୁଦୃଢ ସହିତ ନୂଆ ବ୍ୟବସାୟିକ ସଂପର୍କ ଉପରେ ଭାଷଣ ଦେଇଥିଲେ। ଏଥିରେ ମୁଖ୍ୟ ପ୍ରସଂଗ ଥିଲା ବିଶ୍ବରୁ ଆତଙ୍କବାଦ ହଠାଇବା। ସେଥିପାଇଁ ଟ୍ରମ୍ପ ଏକ ବଡ ଘୋଷଣା କରିଥିଲେ। ତାହା ହେଲା ଭାରତ ଓ ଆମେରିକା ସୁରକ୍ଷା କର୍ମି ମିଶି ଏକ ନୂଆ ବାହିନୀ ଗଠନ କରିବେ ଯାହାର ନାମ ରହିବ ‘ଟାଇଗର’। ମୁଖ୍ୟତଃ ସୀମା ଆତଙ୍କବାଦୀଙ୍କୁ ଏହି ବାହିନୀ ନିୟନ୍ତ୍ରଣ କରିବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ। ଏଥିସହିତ କ୍ରିଡା ଏବଂ ପେଟ୍ରୋକେମିକାଲ ଉପରେ ଭାରତ ଓ ଆମେରିକାର ସହାୟତା ସଂପର୍କରେ ଅବଗତ କରାଇଥିଲେ ଟ୍ରମ୍ପ।

ଟ୍ରମ୍ପଙ୍କ ଭାଷଣ ସରିବା ପରେ ମଞ୍ଚକୁ ପୁଣି ଥରେ ମୋଦୀ ଆସି ତାଙ୍କ ଅଭିଭାଷଣ ହିନ୍ଦୀରେ ରଖିଥିଲେ। ଏଥିରେ ସେ ଟ୍ରମ୍ପ ଏବଂ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସମୟରେ ମୋଦୀ ହାୱଡି ମୋଦୀର ଅର୍ଥ କଣ ବୋଲି ପ୍ରଶ୍ନ କରିଥିଲେ। ଯଦି କାହାକୁ ହାୱଡି କୁହାଯାଇ ତେବେ ତାହାର ଉତ୍ତର କଣ ହେବ ଭିନ୍ନ କଥା, ହେଲେ ଭାରତୀୟଙ୍କ ଗୋଟିଏ ଉତ୍ତର ହେବ we are fine। ଏହି ଉତ୍ତରକୁ ମୋଦୀ 6ଟି ଭାରତୀୟ ଭାଷାରେ କହିଥିଲେ। ଗୁଜୁରାଟୀ, ତେଲୁଗୁ, ମାଲାୟାଲାମ, କନ୍ନଡ ବଙ୍ଗାଳୀ ସହିତ ଓଡିଆରେ ମଧ୍ୟ କହିଥିଲେ। ମୋଦୀ ଓଡିଆରେ We Are Fineକୁ ଯାହା କହିଲେ ତାହା ହେଲା, ‘ ଆମେ ସବୁ ଭଲ ଅଛୁ।’

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.