Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବା, ବିଜେପି ପାଇଁ ଏକ ଖୁସି ଖବର ବୋଲି ଭାବିବା ଠିକ ହେବ ନାହିଁ
ବିଶେଷ ଖବର

ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବା, ବିଜେପି ପାଇଁ ଏକ ଖୁସି ଖବର ବୋଲି ଭାବିବା ଠିକ ହେବ ନାହିଁ

January 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ହେଲେ ଏହାକୁ ନେଇ ରାଜ୍ୟ ବିଜେପି କେବେ ବି ଖୁସି ହେବାର ଆବଶ୍ୟକ ନାହିଁ। କାରଣ ହେଲା ଏହା ବିଜେଡିର ଏକ ଲାଭଦାୟକ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ଏହି ଘଟଣାକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଏ ତେବେ ପ୍ରଦୀପ ମହାରଥୀଙ୍କ ଇସ୍ତଫା ବିଜେଡି ପାଇଁ ପାଞ୍ଚୋଟି କାରଣ ନେଇ ଗୁରୁତ୍ବ ବହନ କରୁଛି। ସେଗୁଡିକ ହେଲା

1-ଆସନ୍ତା 8 ତାରିଖରେ ନୂଆଦିଲ୍ଲୀରେ ବିଜେଡି, କୃଷକଙ୍କ ପାଇଁ ଗୋଟିଏ ବଡ ବିକ୍ଷୋଭ କରୁଛି।ଏହା ହେଉଛି ବିଜେଡି ସୁପ୍ରିମୋଙ୍କ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଏକ ଶକ୍ତି ପ୍ରଦର୍ଶନ। ହେଲେ କୃଷି ଓ କୃଷକ ପାଇଁ ବିକ୍ଷୋଭ ହେବା ବେଳେ ହୁଏତ କୃଷିମନ୍ତ୍ରୀଙ୍କ ଆଚରଣ ନେଇ ଜାତୀୟ ସ୍ତରରେ ପ୍ରଶ୍ନ ହୋଇପାରେ। ତାହାକୁ ଏଡାଇବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି କୁହାଯାଇପାରେ।

2-ବିଧାନସଭା ଏବଂ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ନବୀନଙ୍କ ଭାବମୂର୍ତ୍ତିକୁ ସୁଦୃଢ କରିବାରେ ଏହା ଆଉ ଏକ ବଡ ଯୋଜନା। ନବୀନ ନିବାସ ଆଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରି ରାଜନୀତିକୁ ଯେପରି ଗରମ କରିଥିଲେ। ବର୍ତ୍ତମାନ ମହାରଥୀଙ୍କ ଇସ୍ତଫା ନବୀନଙ୍କ ଭାବ ମୂର୍ତ୍ତିକୁ ନିର୍ମଳ କରିଦେଇଛି। ଏହି ଘଟଣାକୁ ନେଇ ଯଦି ବିରୋଧୀ ପୁଣି ତୁମ୍ବିତୋଫାନ କରନ୍ତି ତେବେ ଲୋକେ ତାହାକୁ ଆଉ ଗ୍ରହଣ କରିବେ ନାହିଁ।

3- ମୁଖ୍ୟତଃ ବେବିନା ରାୟ ପ୍ରକାଶ ପରେ ପ୍ରଦୀପ ମହାରଥୀଙ୍କ ବୟାନବାଜି ହିଁ ତାଙ୍କ ପାଇଁ କାଳ ହେଲା। ଏ ଖବର ପ୍ରଚାରିତ ହେବା ପରେ ହୁଏତ ନବୀନ ତାଙ୍କୁ ତାଗିଦ୍ କରିପାରିଥାଆନ୍ତେ କିମ୍ବା ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦେଇପାରିଥାଆନ୍ତେ। ହେଲେ ତାହା ନ କରି, ସିଧା ଇସ୍ତଫା ଦେଇଦେବା ଦକ୍ଷ ରାଜନୀତିଜ୍ଞଙ୍କର ସଠିକ୍ ଗୋଟି ଚାଳନା ବୋଲି କୁହାଯିବ।

4-ନବୀନ ପଟ୍ଟନାୟକ ପୂର୍ବରୁ ଦାମୋଦର ରାଉତ, ଅତନୁ ସବ୍ୟସାଚୀ ନାୟକ, ଅନଙ୍ଗ ଉଦୟ ସିଂଦେଓ ଏପରିକି ସେହି ପ୍ରଦୀପ ମହାରଥୀଙ୍କ ପରି ଅନେକ ରଥୀମହାରଥୀଙ୍କୁ ଭିନ୍ନ ଭିନ୍ନ ଘଟଣାରେ ପଦଚ୍ୟୁତ କରିଛନ୍ତି। ହେଲେ ସେସବୁ ଇତିହାସ ପାଲଟି ଯାଇଛି। ହେଲେ ବର୍ତ୍ତମାନ ପ୍ରଦୀପ ମହାରଥୀ ଇସ୍ତଫା ଆସନ୍ତା ନିର୍ବାଚନ ପାଇଁ ବିଜେଡିକୁ ଭଲ ଲାଭ ପ୍ରଦାୟକ ହେବ।

5-ଆଉ ମାତ୍ର ଦୁଇତିନିମାସ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅକାମୀ ହୋଇଯିବ। ସବୁ କ୍ଷମତା ହାତରୁ ଚାଲିଯିବ। ତେଣୁ ମାସକେଇଟା ପାଇଁ କ୍ଷମତାକୁ ଜାବୁଡି ଧରିବା ଆବଶ୍ୟକ ନାହିଁ। ବିରୋଧୀଙ୍କ ତୀବ୍ର ବିରୋଧକୁ ମୁଣ୍ଡରେ ବୋହି  ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଅପେକ୍ଷା, ଇସ୍ତଫା ଦେଇ ନିର୍ବାଚନ ଲଢିବା ତାଙ୍କ ପାଇଁ ନିଶ୍ଚିତ ଭଲ ହେବ।

ତେବେ ଏସବୁ ଘଟଣାରେ କଂଗ୍ରେସ ବେଶ୍ ଚାଲାକ ଭୂମିକା ଗ୍ରହଣ କରିଛି। ସେ ବିଜେପି ପରି ତୁମ୍ବିତୋଫାନ କରି ନାହିଁ। ବେବିନା ପ୍ରସଂଗରେ କଂଗ୍ରେସ ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇ ଘଟଣାକୁ ଏକ ଜାତୀୟ ମୋଡ ଦେଇଥିଲା। ହେଲେ କଂଗ୍ରେସ ଏଥର ବେବିନା ଉପରେ ପ୍ରଦୀପ ମହାରଥୀଙ୍କ ବ୍ୟକ୍ତବ୍ୟକୁ ନେଇ ନିରବି ଗଲା। କାରଣ କଂଗ୍ରେସ ଜାଣିସାରିଥିଲା ଯେ, ବର୍ତ୍ତମାନ ନିର୍ବାଚନ ଋତୁରେ ଏପରି ହୋ ହାଲ୍ଲା କଲେ ତାହା ବିଜେଡିକୁ ହିଁ ସୁହାଇବ । ଅନ୍ୟପକ୍ଷରେ ବିକ୍ଷୋଭ, ବିରୋଧ,ମାଡପିଟିକୁ ଭଲପାଉଥିବା ବିଜେପିର ପରାମର୍ଶଦାତାମାନଙ୍କୁ ଏହି ଚାଲାକି ନଜରକୁ ଆସିପାରିଲା ନାହିଁ। ସେଥିପାଇଁ ପ୍ରଦୀପ ମହାରଥୀଙ୍କ ଇସ୍ତାଫା ପ୍ରସଂଗରେ ବିଜେପିକୁ କୈଣସି ରାଜନୈତିକ ଫାଇଦା ମିଳିପାରିବ ନାହିଁ ବୋଲି ଅନୁମେୟ।

odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି ଭାରତ: ଆଶ୍ଚର୍ଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ

September 28, 2026

ଦେଶର ପ୍ରଥମ ଏଲ୍‌ଏନ୍‌ଜି ଚାଳିତ ଟ୍ରେନର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

September 28, 2026
Latest News

ଋଣରେ ପାଆନ୍ତୁ LPG ସିଲିଣ୍ଡର: ସୁଧମୁକ୍ତ ସହିତ ପ୍ରତି ମାସରେ ଦେୟ ଦିଅନ୍ତୁ କେବଳ 100 ଟଙ୍କା 

September 28, 2026

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

September 28, 2026

ଜାଭେଲିନ୍‌ରେ ଭାରତକୁ ଦୁଇଟି ପଦକ

September 28, 2026

ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟା ବୃଦ୍ଧି

September 28, 2026

ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ଯୋଜନାକୁ ପ୍ରଶଂସା କଲେ ବିଜେପି ନେତା: କିନ୍ତୁ ଦୁର୍ନୀତିକୁ ନେଇ କଲେ ଆଶଙ୍କା

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.