Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରଥୀଙ୍କ ଭଳି ନେତା ଇସ୍ତଫା ଦେବା ଯଥେଷ୍ଟ ନୁହେଁ, ଏମାନେ ରାଜନୀତିରୁ ସବୁଦିନ ପାଇଁ ବିଦା ହେବା ଜରୁରୀ
ବିଶେଷ ଖବର

ମହାରଥୀଙ୍କ ଭଳି ନେତା ଇସ୍ତଫା ଦେବା ଯଥେଷ୍ଟ ନୁହେଁ, ଏମାନେ ରାଜନୀତିରୁ ସବୁଦିନ ପାଇଁ ବିଦା ହେବା ଜରୁରୀ

January 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆପଣ ଭଲ କଥା କହିପାରନ୍ତି ବୋଲି ଆପଣ କିଛି ବି କହିବେ, ଏକଥା ଆଜିର ଜନତା ଆଉ ବରଦାସ୍ତ କରିବା ଅବସ୍ଥାରେ ନାହିଁ। କେବେ ଦିନେ ହୁଏତ ରାଜନୀତିରେ ଯାତ୍ରା ଡାଇଲଗର ସମୟ ଥିଲା, ଆଜି ସେ ସମୟ ଚାଲି ଯାଇଛି। ବିଜୁ ବାବୁଙ୍କ ପୃଷ୍ଠପୋଷକତାରେ ଏମିତି କିଛି ନେତା ଉପରକୁ ଉଠିଥିଲେ ଓ ଆଜିଯାଏ ସେମାନଙ୍କ ଭିତରୁ କିଛି କିଛି ମୁଖ୍ୟଧାରାର ରାଜନୀତିରେ ଅଛନ୍ତି। ଏମାନେ ଭାବନ୍ତି ତୁଣ୍ଡକୁ ଯାହା ଆସିଲା, ତାକୁ ସେମାନେ କେଉଁଠି ବି କହିପାରିବେ। କହିବା ବାହୁଲ୍ୟ ଗତକାଲି ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିବା ପ୍ରଦୀପ ମହାରଥୀ ଏଇ ପ୍ରକାର ମୁହଁଖୋର ନେତାଙ୍କ ଭିତରୁ ଜଣେ। ତେବେ ମହାରଥୀଙ୍କ କିଛି ନେତା ପ୍ରାୟ ସବୁ ଦଳରେ ଅଛନ୍ତି। ଏମାନେ ନିଜ ତୁଣ୍ଡର ବେଲଗାମ ବ୍ୟବହାର କରି ଲୋକପ୍ରିୟତା ପାଇଥାନ୍ତି। ଏ ପ୍ରକାର ନେତାଙ୍କ ପଛରେ ଗଣମାଧ୍ୟମର ସମର୍ଥନ ମଧ୍ୟ ରହିଥାଏ। ଆମେ ଗୁଡାଏ ଅମାନବୀୟ କଥାକୁ ପ୍ରଚାର କରିବାକୁ କମ ଆଗ୍ରହୀ ନୋହୁ।

ପିପିଲି ର ଅର୍ଜୁଗୋଦା ଗାଁ ର ବେବିନା ବେହେରାଙ୍କୁ ଧର୍ଷଣ ଓ ହତ୍ୟା ମାମଲାରେ ହୁଏତ ପିପିଲି ବିଧାୟକ ଅଭିଯୁକ୍ତ ନୁହନ୍ତି, କିନ୍ତୁ ଘଟଣା ଘଟିଲା ଦିନଠୁ ଏହି ମାମଲାରେ ମହାରଥୀଙ୍କ ନାମ ଜଡିତ ହୋଇ ରହିଛି। ଅଭିଯୁକ୍ତମାନଙ୍କୁ ଶରଣ ଦେବା ଅଭିଯୋଗରେ ଏହା ପୂର୍ବରୁ ସେ ଥରେ ଇସ୍ତଫା ଦେଇ ସାରିଥିଲେ। ତାପରେ ମଧ୍ୟ ତାଙ୍କୁ ମନ୍ତ୍ରୀମଣ୍ଡଳକୁ ଆଣିବା ଆଦୌ ଉଚିତ ନଥିଲା। ତେବେ ବେବିନା ବେହେରା ମକଦ୍ଦମାରେ ସବୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବାପରେ ପ୍ରଦୀପ ମହାରଥୀଙ୍କ ବୟାନ ଆଦୌ ଗ୍ରହଣୀୟ ନଥିଲା। ଏପ୍ରକାର ବୟାନ ରଖିଲା କ୍ଷଣି ତାଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କହିବା ଅଧିକ ସମୀଚୀନ ହୋଇଥାନ୍ତା। ଏବେ ଏହି ଘଟଣାରୁ ରାଜନୈତିକ ଝଡ ଉଠିବା ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ କହିଛନ୍ତି।

ତେବେ ମହାରଥୀ କେବଳ ଗୋଟେ ଛୋଟ ଉଦାହରଣ ମାତ୍ର। ଆମର ବହୁ ରାଜନେତା ଅଛନ୍ତି ଯେଉଁମାନେ ନଭାବି ନଚିନ୍ତି ସାଧାରଣରେ କିଛି ବି ବୟାନ ଦେଇପାରନ୍ତି। ଆଜିକାଲି ବିରୋଧୀ ଦଳରେ ରହି ବେଶ ନୈତିକତାର ପାଠ ପଢାଉଥିବା ଜଣେ କୁହାଳିଆ ନେତା ମନ୍ତ୍ରୀ ଥିବା ସମୟରେ ଆତ୍ମହତ୍ୟା କରୁଥିବା ଚାଷୀମାନେ ପ୍ରେମ ଓ ଧୋକାବାଜି କାରଣରୁ ଆତ୍ମହତ୍ୟା କରୁଛନ୍ତି ବୋଲି ଅତି ନିର୍ଲଜ ବୟାନ ଦେଇଥିଲେ। ସମ୍ବେଦନହୀନତା ଓ ଶାଳୀନତା ଆମ ସମୟର ରାଜନୀତିରେ ଅତ୍ୟନ୍ତ ବିରଳ। ଦେଶର ସବୁଠୁ ପଛ ଧାଡିରେ ଥିବା ମଣିଷଙ୍କ ପ୍ରତି ଏ ପ୍ରକାର ନେତାଙ୍କର କିଛି ବି ଦାୟିତ୍ଵବୋଧ ନଥାଏ।

ମହାରଥୀ ପିପିଲି ଘଟଣାରେ ପୀଡ଼ିତାକୁ ନ୍ୟାୟ ମିଳିଲା ବୋଲି କହିବା, ଅତ୍ୟନ୍ତ ଅମାନବୀୟ। ସେହିପରି ଆହୁରି ଅନେକ ନେତା ଅଛନ୍ତି ଯେଉଁମାନେ ବିଭିନ୍ନ ପ୍ରସଙ୍ଗରେ ଏମିତି ମାନବିକତାର ଅପମାନ କରିଥାନ୍ତି। ଗୋଟେ ଉଦାହରଣ ଦେବା ଯଥେଷ୍ଟ ହେବ। ଟଙ୍କାକିଆ ଚାଉଳ ଯୋଗୁଁ ଓଡିଶାର ଯୁବକମାନେ ଅଳସୁଆ ହୋଇ ଯାଉଛନ୍ତି ଓ ମାଗଣା ଖାଇ ସେମାନେ ଗାଁ ଦାଣ୍ଡରେ କେବଳ ତାସ ଖେଳୁଛନ୍ତି ବୋଲି କହିବା ଆଦୌ ସଭ୍ୟ ବୟାନ ନୁହେଁ। ଓଡିଶାର ଯୁବକମାନଙ୍କ ପ୍ରତି ଏଇଟା କିଛି କମ ଅପମାନ ନୁହେଁ। ଆମେ କିନ୍ତୁ ସେ ପ୍ରକାର ବୟାନ ଶୁଣୁଛୁ ଓ ତାଳି ମଧ୍ୟ ମାରୁଛୁ।

ଏବେ ସମୟ ଆସିଛି, ଏ ପ୍ରକାର ନେତାମାନଙ୍କୁ ସବୁଦିନ ପାଇଁ ରାଜନୀତିରୁ ବିଦା କରିବାର। ମହାରଥୀଙ୍କ ପରି ନେତାଙ୍କୁ ଯଦି ପୁଣି ଟିକେଟ ଦିଆଯାଏ ଓ ପୁଣି ଜିତିକି ଆସି ସେ ଯଦି ମନ୍ତ୍ରୀ ହୁଅନ୍ତି, ତାହେଲେ ଏ ପ୍ରକାର ନିଷ୍ପତ୍ତି ନାଟକବାଜି ବୋଲି ପ୍ରମାଣିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରକାର ମୁହଁଖୋର ନେତାମାନଙ୍କୁ ସବୁଦିନ ପାଇଁ ରାଜନୀତିରୁ ବିଦା କରିପାରିବେ କି? ଯେତେ ବଡ ରାଜନୈତିକ ମୂଲ୍ୟ ଦେବାକୁ ପଡୁ ପଛେ, ସମ୍ବେଦନହୀନ ନେତାମାନଙ୍କୁ ରାଜନୀତିରୁ ତଡିଦେବାର ସାହସ ନବୀନ ବାବୁ ପ୍ରଦର୍ଶନ କରିବା ଉଚିତ!!

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.