Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏ ସୁନ୍ଦର ପୃଥିବୀକୁ ବଞ୍ଚାଇବାକୁ ହେଲେ ଆମକୁ ଗ୍ରେଟା ଥୁନବର୍ଗଙ୍କ କଥା ଶୁଣିବାକୁ ଇ ପଡିବ
ବିଶେଷ ଖବର

ଏ ସୁନ୍ଦର ପୃଥିବୀକୁ ବଞ୍ଚାଇବାକୁ ହେଲେ ଆମକୁ ଗ୍ରେଟା ଥୁନବର୍ଗଙ୍କ କଥା ଶୁଣିବାକୁ ଇ ପଡିବ

September 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଏ ଝିଅଟିର ବୟସ ମାତ୍ର ଷୋହଳ। ବେଶୀ ଦୁନିଆଁ ଦେଖିନାଇଁ। ହେଲେ ତା କଣ୍ଠରେ ଏମିତି କିଛି ଉତ୍ତାପ ଅଛି, ଯାହାକି ଆମର ବିବେକକୁ ଜାଳି ଦେବାକୁ ଯଥେଷ୍ଟ। ଏ ଝିଅଟିର ଆଖିରେ ଗୋଟେ ଅଦ୍ଭୁତ ସାତ୍ତ୍ଵିକ କ୍ରୋଧ ଅଛି। ଜାତିସଂଘର ବୈଠକରେ ଯୋଗଦେବାକୁ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ସେ ଯେମିତି ରାଗିକି ଅନେଇଥିଲା, ସେଥିରେ ଅହଙ୍କାର କି କ୍ରୋଧ ନଥିଲା, ବରଂ ପୃଥିବୀକୁ ନଷ୍ଟ କରିଦେବାର ଶପଥ ନେଇଥିବା ଜଣେ କ୍ଷମତାଶାଳୀ  ରାଜନେତାଙ୍କ ବିରୋଧରେ ତାହା ଥିଲା ଏକ ଶକ୍ତିଶାଳୀ ପ୍ରତିବାଦ। ଯେତେବେଳେ ଜାତିସଙ୍ଘକୁ ସମ୍ବୋଧିତ କରି ସେ କହିଥିଲା-“ତମେମାନେ ଆମକୁ ମିଛ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିର ଗାଲୁଗପ କହି ଆମର ସ୍ଵପ୍ନ ଓ ଆମର ପିଲାଦିନକୁ ଛଡେଇ ନେଇଛ। ପୃଥିବୀର ଲୋକେ ଆଜି କଷ୍ଟ ପାଉଛନ୍ତି। ମରଣ ମୁହଁ ରେ ପଡ଼ୁଛନ୍ତି। ପୁରା ପରିବେଶର ଅବସ୍ଥା ଖରାପ। ଗୋଟେ ପୂରା ସଭ୍ୟତା ଲିଭିଯିବା ଭଳି ଏକ ବିପଦର ସାମ୍ନାରେ ଆମେ ଛିଡା ହୋଇଛୁ। ଠିକ ସେଇ ସମୟରେ ତମେ ଆମକୁ ଅର୍ଥ ଓ ଚିରନ୍ତନ ବିକାଶର ମିଛ ସ୍ଵପ୍ନ ଦେଖେଇ ଚାଲିଛ। ଏତେ ମିଛ କହିବାକୁ ତମର ସାହସ ହେଉଛି କେମିତି?” How dare you-ତମର ସାହସ ହେଉଛି କେମିତି, ଷୋହଳ ବର୍ଷିଆ ଗ୍ରେଟା ଥୁନବର୍ଗ ସାରା ପୃଥିବୀର ବିଶିଷ୍ଟ ନେତାଙ୍କ ଆଗରେ ସେଦିନ ସେମାନଙ୍କର ରାଜନୈତିକ ଛଳନା ର ପର୍ଦ୍ଦାଫାଶ କରି, ଗୋଟେ ନୂଆ ଜାଗରଣର ବାର୍ତ୍ତା ଦେଇଥିଲା।

ଗ୍ରେଟା ଥୁନବର୍ଗ ନାମକ ଏଇ ସୁଇଡିଶ ଝିଅଟି  ଆଜି ସାରା ପୃଥିବୀରେ ଗୋଟେ ନୂଆ ଆଶାର ସଂଚାର କରିଛି। ପରିବେଶ ସନ୍ତୁଳନ ଓ ଜଳବାୟୁର ସୁରକ୍ଷା କଥା ଯେଉଁମାନେ କହୁଥିଲେ ସେମାନଙ୍କୁ ବିକାଶ ବିରୋଧୀ ବୋଲି କହୁଥିବା ପୃଥିବୀର ହତ୍ୟାକାରୀମାନଙ୍କ ବିରୋଧରେ ଏଇ ସାନଝିଅଟି ଗୋଟେ ବଡ ଆହ୍ଵାନ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନକୁ ଅତି ହାଲୁକା ଭାବରେ ନେଉଥିବା ଓ ପ୍ରଦୂଷଣ କୁ ବିକାଶର ଅପରିହାର୍ୟ ଆବଶ୍ୟକତା ମାନେ କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କ ଆଖିରେ ଆଖି ମିଶେଇ ଏ ଝିଅ ଆଜି ପଚାରିଛି- ହାଓ ଡେଆର ୟୁ।

ତେବେ ଏଥିପାଇଁ ଗ୍ରେଟା ଥୁନବର୍ଗଙ୍କୁ କିଛି କମ ମୂଲ୍ୟ ଦେବାକୁ ପଡୁନାହିଁ। ପୃଥିବୀର ସବୁଠୁ ଧନୀ ଓ କ୍ଷମତାଶାଳୀ ଲୋକମାନେ ଆଜି ତାଙ୍କୁ ଗାଳି କରୁଛନ୍ତି ବା ବ୍ୟଙ୍ଗ କରୁଛନ୍ତି। ଖୋଦ ଆମେରିକାର ରାଷ୍ଟ୍ରପତି ଏଇ “ଉଚ୍ଚାଭିଳାଷୀ ଝିଅଟିକୁ” ବିଦ୍ରୂପ କରିବାକୁ ଭୁଲି ନାହାନ୍ତି। ସାରା ପୃଥିବୀର ତଥାକଥିତ ବିକାଶପନ୍ଥୀ ବଡଲୋକ ଓ ତାଙ୍କର ଚାମଚାମାନେ ଆଜି ଗ୍ରେଟା ଥୁନବର୍ଗଙ୍କ ବଡ ଶତ୍ରୁ। ହଜାର ହଜାର ଘୃଣାରେ ଭର୍ତ୍ତି ଟୁଇଟ ତାଙ୍କ ବିରୋଧରେ ଆସୁଛି। ମାତ୍ର ୧୬ ବର୍ଷ ବୟସରେ ନିଜର ସ୍କୁଲ ପାଠ ଛାଡି ପୃଥିବୀକୁ ବଞ୍ଚାଇବା ଲାଗି ଏ ଝିଅ ତାର ସମସାମୟିକ ପିଲାମାନଙ୍କୁ ପ୍ରେରଣା ଦେଉଛନ୍ତି। ଆଜି ଲକ୍ଷ ଲକ୍ଷ ପିଲା ନିଜ ସ୍କୁଲ ବାହାରେ ପରିବେଶକୁ ବଞ୍ଚାଇବା ଲାଗି ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆମେ ଏମିତି ଏକ ସମୟରେ ପହଞ୍ଚିଛୁ, ଯେଉଁଠି ପୃଥିବୀ ଆଉ ଏକ ସୁନ୍ଦର ଜୀବନ ଉପଯୋଗୀ ଗ୍ରହ ହୋଇ ରହିନାହିଁ। ଆମର ତଥାକଥିତ ବିକାଶଧାରର ପ୍ରଭାବରୁ ଏବେ ଆର୍କଟିକ ସାଗର ବରଫମୁକ୍ତ ହୋଇ ଚାଲିଛି। ବିଶ୍ଵର ତାପମାନ ବଢି ଚାଲିଛି। ପରିବେଶ ଓ ଜଳବାୟୁର ସନ୍ତୁଳନ ବିଗିଡି ଯାଉଛି। ତଥାପି ଆମେ ବିକାଶ ନାଁରେ ଆମର ସବୁଜ ବଳୟ ଓ ଜୈବ ବିବିଧତାକୁ ନଷ୍ଟ କରିଚାଲିଛୁ। ବିକାଶର ସ୍ଵପ୍ନରେ ନିଜ ପୃଥିବୀକୁ ହତ୍ୟା କରିବାକୁ ମସୁଧା କରୁଥିବା ଲୋକଙ୍କ ବିରୋଧରେ ଆଜି ଯଦି ପୃଥିବୀବାସୀ ଏକାଠି ନ ହୁଅନ୍ତି, ତାହେଲେ ଦିନେ ଏ ସୁନ୍ଦର ଗ୍ରହ ହୁଏତ ଭାସି ନଚେତ ତରଳି ବାମ୍ଫ ହୋଇଯିବ।

ଗ୍ରେଟା ଥୁନବର୍ଗ ଆଜି ଯାହା କହୁଛନ୍ତି ସେକଥା ଭିନ୍ନ ଭିନ୍ନ ଜାଗାରେ ଅନ୍ୟମାନେ ବି କହିଛନ୍ତି। ସେକଥା ଆମେ ଶୁଣିନାହୁଁ। ବିକାଶର ବାପାମାନେ ଆମକୁ ତାଙ୍କ ଭାଷଣରେ ଏମିତି କିମିଆଁ କରିଛନ୍ତି ଯେ ସେମାନଙ୍କ ଭାଷଣରେ ମାଟି ଆମେ ନିଜେ ନିଜ ଗୋଡରେ କୁରାଢି ମାରୁଛୁ। ଗ୍ରେଟା ଥୁନବର୍ଗ ଆଜି ସେଇ ବିକାଶର ବାପାମାନଙ୍କୁ ସିଧା ସିଧା ଆହ୍ଵାନ ଦେଇଛନ୍ତି। ଗ୍ରେଟା ଜାତିସଙ୍ଘରେ ଏବେ ଯାହା କହିଲେ, ଆମର ନିୟମଗିରି ର ଡ଼ଙ୍ଗରିଆ କନ୍ଧମାନେ ସେଇ କଥା ଇ କହି ଆସୁଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯେତେବେଳେ ବେଦାନ୍ତ ଖଣି ଲାଗି ଜନ ଶୁଣାଣୀ ହେଉଥିଲା ସେଇଠି ଉପସ୍ଥିତ ଜିଲ୍ଲା ଜଜଙ୍କୁ ନିୟମଗିରିର ଜଣେ ଆଦିବାସୀ ଭଉଣୀ ପଚାରିଥିଲେ- ବିକାଶ ହେବ ବୋଲି କହୁଛୁ ଯେ ବାବୁ, ଏ ପାଣି ଆଉ ପବନ ତିଆରି କରି ପାରିବୁ କି? ଏ ଡଙ୍ଗର ତୁ ଠିଆ କରି ଦେଇ ପାରିବୁ କି?

ନିୟମଗିରିର ସଂଘର୍ଷ ଆଜି ଗ୍ରେଟା ଥୁନବର୍ଗଙ୍କ ଭାଷାରେ ଗୋଟେ ନୂଆ ସ୍ଵର ପାଇଛି। ଆମେ ଏ ସୁନ୍ଦର ପୃଥିବୀକୁ ସତରେ ଯଦି ବଞ୍ଚାଇବାକୁ ଚାହୁଁ, ତାହେଲେ ଆମକୁ ଏଇ ସାନଝିଅଟିର କଥା ଶୁଣିବାକୁ ପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.