Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିର ସବୁ ମହିଳା ନେତ୍ରୀଙ୍କୁ ସୁରାସାକି ଓ ଯୁବ ନେତାଙ୍କ ଉପଭୋଗର ମାଧ୍ୟମ ବୋଲି କହୁଥିବା ଜାଗି ପଣ୍ଡାଙ୍କ “ଓଡିଶା ରିପୋର୍ଟର”ର ନୈତିକତାର ସୀମା କଣ?
ବିଶେଷ ଖବର

ବିଜେଡ଼ିର ସବୁ ମହିଳା ନେତ୍ରୀଙ୍କୁ ସୁରାସାକି ଓ ଯୁବ ନେତାଙ୍କ ଉପଭୋଗର ମାଧ୍ୟମ ବୋଲି କହୁଥିବା ଜାଗି ପଣ୍ଡାଙ୍କ “ଓଡିଶା ରିପୋର୍ଟର”ର ନୈତିକତାର ସୀମା କଣ?

January 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସବୁ ଗଣମାଧ୍ୟମ ସଂସ୍ଥା କହୁଛନ୍ତି, ସେମାନେ ଲୋକଙ୍କ ପାଇଁ ଲେଖୁଛନ୍ତି। ଲୋକଙ୍କ ପାଇଁ ଲେଖିବାର ବାହାନାରେ ରାଜନୈତିକ ରୋଟି ସେକିବାର ନିର୍ଲଜ ପ୍ରକ୍ରିୟା ଆମେ ଦେଖିଆସୁଛୁ। ମାଲିକର ପ୍ରଚାରକ ହେବାକୁ ମନା କରିଦେବାର ସାହସ କୌଣସି ସାମ୍ବାଦିକର ନାହିଁ, ଏକଥା ନିଧାର୍ୟ ସତ୍ୟ। କିନ୍ତୁ ମାଲିକକୁ ଖୁସି କରିବାକୁ ଯାଇ ଆମେ ଚରିତ୍ର ସଂହାର କରିବୁ, ଖୋଲାଖୋଲି ମା ଭଉଣୀଙ୍କୁ ସୁରାସାକିର ମାଧ୍ୟମ ବୋଲି ଲେଖିବୁ, ଏଇଟା ସାମ୍ବାଦିକତା ନୁହଁ, ବରଂ ଏହାକୁ ଦଲାଲଗିରି କହିବା ସମୀଚୀନ ହେବ। ଯେଉଁ ମହିଳାମାନେ ରାଜନୀତି କରନ୍ତି ବା ଯେଉଁ ରାଜନୈତିକ କାର୍ୟକ୍ରମକୁ ମହିଳାମାନେ ଯାଆନ୍ତି, ସେଠି ସେମାନଙ୍କର ଭୂମିକା ସାକିର ବୋଲି ଯଦି ଓଡିଶାର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଲେଖେ, ତାହେଲେ ସେ ଗଣମାଧ୍ୟମକୁ ମହିଳା ବିରୋଧୀ ନୁହଁ, ବରଂ ଅପରାଧୀ ବୋଲି କହିବା ଉଚିତ ହେବ। ଦୁର୍ଭାଗ୍ୟକ୍ରମେ ଏମିତି ଏକ ରୁଚିହୀନ ସମ୍ବାଦ ପ୍ରକାଶ କରିଥିବା ସଂସ୍ଥାର ମାଲିକ ଏ ରାଜ୍ୟର ଜଣେ ଅତ୍ୟନ୍ତ ସମ୍ମାନୀତ ମହିଳା।

ହଁ, ଆମେ ଓଟିଭି ଗ୍ରୁପ ଦ୍ଵାରା ପ୍ରକାଶ ପାଉଥିବା “ଓଡିଶା ରିପୋର୍ଟର” ୱେବ ସାଇଟର ଏକ ଖବର କଥା କହୁଛୁ। “ଗସିପ ଗଳି” ସ୍ତମ୍ଭରେ ପ୍ରକାଶିତ “ବିଜେଡ଼ିର ଚାଷୀ ଦରଦ ନା ହଲି ଡେ ଟ୍ରିପ” ଖବରରେ (ଯଦିଓ ଏହାକୁ ଗୁଳିଗପ ବୋଲି କୁହାଯାଇଛି) ଏମିତି କିଛି ଧାଡି ରହିଛି ଯାହାକୁ କି  ସଭ୍ୟ ସାମ୍ବାଦିକତାର ଭାଷା ବୋଲି କୁହାଯାଇପାରିବା। ଓଡିଶା ରିପୋର୍ଟର ର ଭାଷା ରେ – “ଚର୍ଚ୍ଚା ହେଉଛି, ଦଳର ଆଗଧାଡ଼ିର କିଛି ବିଧାୟକ ଓ ନେତା କୁଆଡ଼େ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ କି ଓଡ଼ିଶା ସଦନରେ ନରହି ପଞ୍ଚତାରକା ହୋଟେଲକୁ ବାଛିଛନ୍ତି। ଗତକାଲି ରାତିଠୁ ସୁରାସାକିରେ ମଦମସ୍ତ ଥିବା ଏହି ନେତାମାନଙ୍କ ଆଚରଣ ବି ଦଳର କିଛି ବରିଷ୍ଠ ନେତାଙ୍କୁ କୁଆଡ଼େ ଅସନ୍ତୁଷ୍ଟ କରିଛି। ଓଡ଼ିଶାରୁ କୁଆଡ଼େ ଟ୍ରେନ ଓ ପ୍ଲେନରେ ପ୍ରାୟ ୨ହଜାର କର୍ମୀ ଓ ନେତା ଦିଲ୍ଲୀ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଦଳୀୟ ନେତ୍ରୀଙ୍କ ସଂଖ୍ୟା ପ୍ରାୟ ୨୦୦। ନିର୍ବାଚନୀ ବର୍ଷରେ ନିଜର ଗୁରୁତ୍ୱ ବଢ଼ାଇ ଟିକେଟ୍ ଖଣ୍ଡେ ହାସଲ କରିବା ଚକ୍କରରେ ବି ଏହି ନେତ୍ରୀମାନେ କୁଆଡ଼େ ଅଛନ୍ତି। ଯେଉଁଥିପାଇଁ ଦଳର ଆଗ ଧାଡ଼ିର ଯୁବନେତାମାନଙ୍କୁ ଭେଟିବାକୁ କୁଆଡ଼େ ଏହି ନେତ୍ରୀମାନଙ୍କ ଭିଡ଼ ଜମିଛି।”

ଏହି ଗୁଲିଗପରେ ଟ୍ରେନରେ ଥିବା ଗୋଟେ ନିର୍ଦ୍ଦିଷ୍ଟ ଦଳର ୨୦୦ ଜଣ ଯାକ ମହିଳା ନେତ୍ରୀଙ୍କ ଚରିତ୍ରକୁ ଫୁଃ କରି ଉଡେଇ ଦିଆ ଯାଇଛି। କୌଣସି ରାଜନୈତିକ ରାଲିରେ ଯୋଗଦେବା ପାଇଁ ପୁରୁଷ ଓ ମହିଳା ଗୋଟିଏ ଟ୍ରେନରେ ଯିବା ଅପରାଧ କି ? ନାରୀ ଓ ପୁରୁଷ ର ସମ୍ପର୍କ କଣ କେବଳ ବିଳାସ ବ୍ୟସନର? ଗୁଜବ ରଟନା କରିବା ନାଁରେ ମହିଳାମାନଙ୍କର ଚରିତ୍ର ସଂହାର ପାଇଁ ଜାଗି ମଙ୍ଗତ ପଣ୍ଡାଙ୍କ ଭଳି ଜଣେ ଅତ୍ୟନ୍ତ ସଚେତନ ମହିଳା ତାଙ୍କ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି ବୋଲି କହିବାକୁ ଆମେ ଚାହୁଁନାହୁଁ, କିନ୍ତୁ ଏପ୍ରକାର ନିକୃଷ୍ଟ ସାମ୍ବାଦିକତାକୁ ଓଡିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ଯେତେବେଳେ ପ୍ରୋତ୍ସାହିତ କରୁଛି, ତାକୁ ଗ୍ରହଣୀୟ ବୋଲି ଆମେ କହି ପାରିବୁ ନାହିଁ।

ଏହି ଖବର ସହିତ ସଂଯୁକ୍ତ କାର୍ଟୁନଟି ମଧ୍ୟ ଅତ୍ୟନ୍ତ ଅରୁଚିକର। ଆମେ ବାକ ସ୍ଵାଧୀନତାର ବିରୋଧ କରୁନାହୁଁ, କିନ୍ତୁ ବାକ ସ୍ଵାଧୀନତା ଆଳରେ ଗୋଟେ ରାଜନୈତିକ ଦଳର ନେତ୍ରୀମାନଙ୍କର ଚରିତ୍ର ଉପରେ ଏ ପ୍ରକାର କୁତ୍ସିତ ମନ୍ତବ୍ୟ ଦେବାର ହୀନ ଉଦ୍ୟମକୁ ବରଦାସ୍ତ କରାଯିବା ଉଚିତ ବୋଲି ମଧ୍ୟ ଆମେ ଭାବୁନାହୁଁ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ଦୈନିକ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ

July 6, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

July 6, 2026

ଇଣ୍ଡିଆ ଟୁଡେ ସର୍ଭେ ରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର

July 6, 2026

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

July 6, 2026
Latest News

ବାରୁଇପୁର ଗଣଦୁଷ୍କର୍ମ ହତ୍ୟା ମାମଲା: ପୋଷ୍ଟମର୍ଟମରେ ସାମ୍ନାକୁ ଆସିଲା ସତ୍ୟ

July 7, 2026

୯ ଜୁଲାଇରେ ଖୋଲିବ ହୀରାକୁଦ ଡ୍ୟାମର ପ୍ରଥମ ଗେଟ

July 7, 2026

ରଥଯାତ୍ରା କର୍ଡନ ପାସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ନିୟମ ବାହାରେ ଜାରି ହେବନି ଗୋଟିଏ ବି ପାସ

July 7, 2026

ବୈତରଣୀରେ ବଢୁଛି ଜଳସ୍ତର: ଛୋଟ ବନ୍ୟା ଆଶଙ୍କା; ବଡ଼ ବନ୍ୟା ସମ୍ଭାବନା ନାହିଁ

July 7, 2026

ସରକାରୀ ଅନୁମୋଦନ ବିନା ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି: ଯାଜପୁର ଡିଇଓଙ୍କୁ କାରଣ ଦର୍ଶାଅ ନୋଟିସ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.