Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦଲାଲମୁକ୍ତ ସରକାରୀ କାର୍ଯ୍ୟାଳୟ; ବାସ୍ତବତା ନା ପୁଣି ଏକ ମରୀଚିକା ?
ବିଶେଷ ଖବର

ଦଲାଲମୁକ୍ତ ସରକାରୀ କାର୍ଯ୍ୟାଳୟ; ବାସ୍ତବତା ନା ପୁଣି ଏକ ମରୀଚିକା ?

September 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦଲାଲମୁକ୍ତ ସରକାରୀ କାର୍ଯ୍ୟାଳୟ; ବାସ୍ତବତା ନା ପୁଣି ଏକ ମରୀଚିକା ?

କେଦାର ମିଶ୍ର

ଏମିତି କୌଣସି ସରକାରୀ କାର୍ଯ୍ୟାଳୟ ନାହିଁ, ଯେଉଁଠି ଦଲାଲ ନାହାନ୍ତି। ସେ ସରକାରୀ ଡାକ୍ତରଖାନା ହେଉ ଅଥବା ପରିବହନ ଅଧିକାରୀଙ୍କ କାର୍ୟାଳୟ, ସେ ଜମିଜମା ନିବନ୍ଧକଙ୍କ ଅଫିସ ହେଉ ବା ସଚିବାଳୟ, ସବୁଠି ଦଲାଲ ଅଛନ୍ତି। ସାଧାରଣ ଲୋକ ସରକାରୀ ବାବୁଙ୍କୁ ସିଧା ସିଧା ଭେଟି ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ କମ ପାଇଥାଏ। ଅନ୍ତତଃ କେତୋଟି ନିର୍ଦ୍ଦିଷ୍ଟ ସରକାରୀ ବିଭାଗ ରହିଛି, ଯେଉଁଠି ବିନା ଦଲାଲରେ କାମ କରିବା ସମ୍ଭବ ନୁହେଁ। ତାର ଏକ ବଡ ଉଦାହରଣ ହେଉଛି ପରିବହନ ବିଭାଗ। ଆରଟିଓ ନାମରେ କୁଖ୍ୟାତ ଏହି ଅଫିସରେ ଶହ ଶହ ଦଲାଲ ଦୋକାନ ଖୋଲି ବସିଥାନ୍ତି। ବାବୁଙ୍କ ସଂଖ୍ୟା ତୁଳନାରେ ଦଲାଲଙ୍କ ସଂଖ୍ୟା ଢେର ବେଶୀ। ରାଜ୍ୟ ସରକାରୀ କର୍ମଚାରୀଙ୍କ ଭିତରେ ରହିଥିବା ଗୋଟେ ଅଜବ ମାନସିକତା ଏଥିପାଇଁ ଦାୟୀ। ବଡଭାଗ ସରକାରୀ କର୍ମଚାରୀ ଭାବନ୍ତି ସେମାନେ ଲୋକଙ୍କର ସେବକ ନୁହନ୍ତି, ବରଂ ନିଜ ପ୍ରତିଭା ଓ ଯୋଗ୍ୟତା ବଳରେ ସେମାନେ ଲୋକଙ୍କର ମାଲିକ। ସାଧାରଣ ଲୋକ, ଯିଏ ସରକାରୀ ବିଧି ବ୍ୟବସ୍ଥା ବିଷୟରେ ବିଶେଷ କିଛି ଜାଣେ ନାହିଁ, ତାକୁ ପାଖ ମାଡିବାକୁ ସେମାନେଦିଅନ୍ତି ନାହିଁ।  ଦଲାଲଙ୍କ ମାଧ୍ୟମରେ ଏଇ ବାବୁମାନଙ୍କ ପାଖରେ ପହଞ୍ଚିବା ସହଜ ହୁଏ। କାରଣ ଦଲାଲ ବାବୁମାନଙ୍କୁ କେଉଁ ବାଗରେ ଭୋଗ ଲଗାଇ ହେବ ସେକଥା ଠିକ ଜାଣେ।

ଦଲାଲ ଯେ ସବୁବେଳେ ଖରାପ କାମ କରୁଛନ୍ତି, ତାହା ବି କହିହେବ ନାହିଁ। ସରକାରୀ ଅଫିସ ଗୁଡିକର ଅବସ୍ଥା ଯାହା ସେଥିରେ ଜଣେ ସାଧାରଣ ଲୋକ ଦଲାଲକୁ ପଇସା ଦେଇ କାମ ହାସଲ କରିବାକୁ ଅଧିକ ପସନ୍ଦ କରୁଛି। ତାହାର ଏକମାତ୍ର କାରଣ ହେଲା, ସରକାରୀ ଅଫିସ ଗୁଡିକରେ ବାବୁମାନଙ୍କର ଲୋକଙ୍କ ପ୍ରତି ରହିଥିବା ହେୟ ମନୋଭାବ। ନିଜ ଚଉକିରେ ବସିଥିବା ବାବୁ ଜଣକ ସାମ୍ନାରେ ଠିଆ ହୋଇଥିବା ଲୋକଟିକୁ ପୋକମାଛି ପରି ବ୍ୟବହାର କରିଥାଏ। ଧରନ୍ତୁ, ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୨ ଘଣ୍ଟା ଧାଡିରେ ଠିଆ ହୋଇ କାଉଣ୍ଟର ପାଖରେ ପହଞ୍ଚିଲେ। କାଉଣ୍ଟରରେ ବସିଥିବା ବାବୁ ଆପଣଙ୍କ ଫର୍ମ ଦେଖି କହିଲା, ଏଇଟା ଠିକରେ ପୂରଣ ହୋଇନାହିଁ। ବାସ, ଆପଣ ପୁଣି ଆଉ ଗୋଟେ ଫର୍ମ ପୂରଣ କରି ପୁଣି ଧାଡିରେ ୨ ଘଣ୍ଟା ଠିଆ ହେବେ। ସେଇ କାମଟି ଦଲାଲ ପାଞ୍ଚ ମିନିଟରେ କରିଦେଇ ପାରିବ। ତେବେ ସାଧାରଣ ଲୋକଟି କାହାକୁ ବେଶୀ ବିଶ୍ଵାସ କରିବ? ସରକାରୀ ବାବୁକୁ ନା ଦଲାଲକୁ?

ଏବେ ରାଜ୍ୟ ସରକାର ସରକାରୀ ଅଫିସ ଗୁଡିକୁ ଦଲାଲମୁକ୍ତ କରିବେ ବୋଲି ଉଦ୍ୟମ ଆରମ୍ଭ କରିଛନ୍ତି। ଭଲକଥା। ହସପିଟାଲ ଓ ଆରଟିଓ ଅଫିସରୁ କିଛି ଦଲାଲଙ୍କୁ ଗିରଫ ମଧ୍ୟ କରାଯାଇଛି। ତେବେ ଏହା ଲୋକଙ୍କ ସମସ୍ୟାର ସମାଧାନ କରି ପାରିବ କି? ଛୋଟ ଫର୍ମ ଟିଏ ପୂରଣ କରିବା ପାଇଁ ସାଧାରଣ ଜନତା ଯେଉଁ ପ୍ରକାର ହଇରାଣ ହୁଅନ୍ତି, ତାର ସମାଧାନ ହୋଇଯିବ କି? ସରକାରୀ ବାବୁମାନେ ଲୋକଙ୍କ ପ୍ରତି ସମ୍ମାନଜନକ ଓ ପେଷାଦାର ଆଚରଣ ଦେଖାଇବେ କି? ସରକାରୀ ଅଫିସ ଗୁଡିକରେ କର୍ମଚାରୀମାନଙ୍କର ପେଷାଦାର ମନୋବୃତ୍ତି ନ ଆସିବାର କାରଣ ମଧ୍ୟ ରହିଛି। ଅନେକ ଅଫିସରେ କର୍ମଚାରୀ କମ, ହେଲେ କାମ ବହୁତ। ଯେଉଁ ଜଣେ ଦୁଇ ଜଣ କର୍ମଚାରୀ ଥିବେ, ସେମାନେ ଛିଡଚିଡା ଓ ଅଭଦ୍ର ହୋଇଥିବେ। ସେମାନଙ୍କଠୁ କାମ ଆଦାୟ କରିବା ସହଜ ନୁହେଁ। ତେଣୁ ସାଧାରଣ ଲୋକ ପାଇଁ ଦଲାଲ ହିଁ ଭରସା।

ଏଠି ଆଉ ଏକ ପ୍ରସ୍ତାବ ବିଷୟରେ ସରକାର ଚିନ୍ତା କରିବା ଦରକାର। ଛୋଟ ଛୋଟ ସାର୍ଟିଫିକେଟ ବା ଲାଇସେନ୍ସ ଲାଗି ବେସରକାରୀ ପେଷାଦାର ସଂଗଠନ ଗୁଡିକୁ ଦାୟିତ୍ଵ ଦିଆ ଯାଉନାହିଁ କାହିଁକି? ଡ୍ରାଇଭିଙ୍ଗ ଲାଇସେନ୍ସ ଲାଗି ଆଧାର କାର୍ଡରେ ଯେମିତି ଭେଣ୍ଡର ବ୍ୟବସ୍ଥା ହୋଇଥିଲା, ସେମିତି ବ୍ୟବସ୍ଥା ଗ୍ରହଣ କରିବାରେ ଅସୁବିଧା କେଉଁଠି? ବିଶେଷ କରି ଦୁଇ ଚକିଆ ଗାଡିର ଲାଇସେନ୍ସ ବ୍ୟବସ୍ଥା ପାଇଁ ବ୍ରିଟିଶ ଅମଳର ପରୀକ୍ଷା ବ୍ୟବସ୍ଥା ରହିବା କଣ ଜରୁରୀ? ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ସରକାରୀ ଡାକ୍ତରଖାନା ଗୁଡିକରେ ଦଲାଲଙ୍କ ରାଜୁତି। ଗାଁ ଗହଳରୁ ଆସୁଥିବା ରୋଗୀ ଓ ସେମାନଙ୍କ ଆତ୍ମୀୟଙ୍କୁ ଏହି ଦଳଲାମାନେ ଅମାନବୀୟ ଶୋଷଣ କରିଥାନ୍ତି। ଏହାକୁ ତୁରନ୍ତ ବନ୍ଦ କରିବା ନିତାନ୍ତ ଜରୁରୀ।

ଜନସେବାମୂଳକ ଅଫିସ ଗୁଡିକରେ ଦଲାଲ ବ୍ୟବସ୍ଥାର ପଞ୍ଜିକରଣ ହେବା ଅଧିକ ଜରୁରୀ। ଜନସେବା କେନ୍ଦ୍ର ଗୁଡିକ ମାଧ୍ୟମରେ ଡ୍ରାଇଭିଙ୍ଗ ଲାଇସେନ୍ସ, ତୃତୀୟ ପକ୍ଷ ବୀମା ଇତ୍ୟାଦି ସହଜରେ କରା ଯାଇପାରିବ। ଦଲାଲଙ୍କୁ ବାନ୍ଧିଦେଲେ ଦଲାଲରାଜ ସରିଯିବ ନାହିଁ। ଏଥିପାଇଁ ସରକାରୀ ଅଫିସ ଗୁଡିକରେ ବ୍ୟାପକ ସଂସ୍କାର ଓ ସରକାରୀ କର୍ମଚାରୀଙ୍କ କାମ କରିବାର ଶୈଳୀ ପରିବର୍ତ୍ତିତ ହେବାର ଆବଶ୍ୟକତା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.