Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାନ୍ଧୀ ମହାରାଜଙ୍କ ଶିଷ୍ୟ
ବିଶେଷ ଖବର

ଗାନ୍ଧୀ ମହାରାଜଙ୍କ ଶିଷ୍ୟ

October 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସ୍ଵର୍ଗତ ଉଦୟନାଥ ଷଡଙ୍ଗୀ 

(ଉଦୟନାଥ ଷଡଙ୍ଗୀ, ଓଡିଆ ସାହିତ୍ୟ ଓ ସାମ୍ବାଦିକତାର ଏକ ଅନନ୍ୟ ସ୍ଵର। “ସମାଜ”ର ପୂର୍ବତନ ସମ୍ପାଦକ। ଗାନ୍ଧୀ ଓ ଗୋପବନ୍ଧୁଙ୍କ ପରମ ଶିଷ୍ୟ ଉଦୟନାଥଙ୍କ ଆତ୍ମଜୀବନୀର  ନାଁ ହେଉଛି- ଗାନ୍ଧୀ ମହାରାଜଙ୍କ ଶିଷ୍ୟ। ସେଇ ଆତ୍ମଜୀବନୀର କିଛି ଅଂଶ ବାପୁ ତର୍ପଣ ପାଇଁ।)

ବିଶ୍ବକବି ରବୀନ୍ଦ୍ରନାଥଙ୍କର ଗୋଟିଏ ପ୍ରସିଦ୍ଧ କବିତା ହେଉଛି –
ଗାନ୍ଧି ମହାରାଜେର ଶିଷ୍ୟ କୋଉ ବା ଧନୀ,
                 କୋଉ ବା ନିଃସ୍ବ ଏକ ଜାୟଗାୟ ଆଛେ ମୋଦେର ମିଲ୍
ଗରିବ ମେରେ ଭରାଇନେ ପେଟ,
ଧନୀର କାଛେ ହଇନେକୋ ହେଟ,
               ଆତଙ୍କେ ମୁଖ ହଏନା କଭୁ ନୀଲ୍ ।
ଷଣ୍ଢା ଯଖନ ଆସେ ତେଡେ
ଉଁଚିଏ ଘୁଷି, ଦଣ୍ଡା ନେଡେ
                ଆମରା ହେସେ ବଲି ଜଓ୍ବାନଟାକେ,
‘ତୋମାର ଓଇ ଚୋଖ ରଙ୍ଗାନୋ
ଖୋକାବାବୁର ଘୁମ୍ ଭାଙ୍ଗାନୋ
             ଭୟ ନା ପେଲେ, ଭୟ ଦେଖାବେ କାକେ ?
ସିଧେ ଭାଷାୟ ବଲି କଥା
ସ୍ବଚ୍ଛ ତାହାର ସରଲନା
                 ଡିପ୍ଲୋମାସିର ନାଇକୋ ଅସୁବିଧେ,
ଗାରଦଖାନାର ଆଇନଟାକେ
ଖୁଁଜତେ ହୟନା କଥାର ପାକେ
             ଜେଲେର ଦ୍ବାରେ ଯାଏ ସେ ନିଏ ସିଧେ ।
ଦଲେ ଦଲେ ହରିନ ବାଡ଼ି
ଚଲ୍ଲୋ ଜାରା ଗୃହ ଛାଡ଼ି
              ଘୁଁଚଲୋ ତାଦେର ଚରମ ଅଭିଶାପ। 
ଚିରକାଲେର ହାତକଡି ଯେ
ଧୂଲାୟ ଖସୋ ପଡଲା ନିଜେ
              ଲାଗଲା ଭାଲେ ଗାନ୍ଧୀ ରାଜେର ଛାପ ।
ଅଳକାଶ୍ରମରେ ବଙ୍ଗଳା ମାସିକ ପତ୍ରିକାରୁ ପଢି ଏତେ ମୁଗ୍ଧ ହୋଇଥିଲି ଯେ, ତା’ର ଓଡ଼ିଆ ଅନୁବାଦ କରିପକାଇଲି । ଦୁଇ ତିନିଥର ଚେଷ୍ଟା କରି ପଦ୍ୟରେ ନ ହେବାରୁ ଲକ୍ଷ୍ମୀ ନାରାୟଣ ସାହୁଙ୍କ ନିର୍ଦ୍ଦେଶରେ ଗଦ୍ୟରେ ଲେଖିଥିଲ । ସେ ତାହା ନେଇ ତାଙ୍କ ସମ୍ପାଦିତ ’ସହକାରରେ’ ପ୍ରକାଶ କଲେ ।
– ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ ମଧ୍ୟରେ କେହି ଧନୀ, କିଏ ବା ନିତାନ୍ତ ଗରିବ । କିନ୍ତୁ ଗୋଟାଏ ସ୍ଥାନରେ ମେଳ ରହିଅଛି । ସେମାନେ ଗରିବକୁ ମାରି ନିଜ ପେଟ ପୂରାନ୍ତି ନାହିଁ କି ଧନୀ ଲୋକ ପାଖରେ ମୁଣ୍ଡ ନୁଆନ୍ତି ନାହିଁ ।
ଆତଙ୍କରେ ସେମାନଙ୍କର ମୁହଁ କେବେ କଳା ପଡ଼ିଯାଏ ନାହିଁ । ’ଷଣ୍ଢ ମାର୍କା ଗୁଣ୍ଡା ଯେତେବେଳେ ତାର ମୁଥ ଦେଖାଇ, ଠେଙ୍ଗା ଉଞ୍ଚାଇ ପାଖକୁ ଧାଇଁ ଆସେ, ସେମାନେ ହସି ହସି ତାକୁ ଉଡାଇ କହିଥାନ୍ତି, ତୁମର ଏ ଲାଲ୍ ଆଖି ଦେଖିଲେ ଛୋଟ ପିଲାଙ୍କର ସିନା ନିଦ ଭାଙ୍ଗିଯିବ, ଆମେ ତ ଡରି ଯାଇନାହୁଁ, ତୁମେ ଡରାଉଛ କାହାକୁ ?
‘ସେମାନେ ସିଧାସଳଖ କଥା କହନ୍ତି । ସେମାନଙ୍କ ସରଳତା ସ୍ବଚ୍ଛ । ଡିପ୍ଲୋମାସି ବା କୁଟକପଟତାର ଧାର ଧାରନ୍ତି ନାହିଁ । ଜେଲଖାନା ଆଇନର ପେଞ୍ଚପାଞ୍ଚ ସେମାନଙ୍କୁ ଜଣା ନାହିଁ । ଜେଲ ଦ୍ବାରମୁହଁରେ ଯାଇ ସିଧା ପହଞ୍ଚି ଯାଆନ୍ତି । (ଜେଲଖାନା ଯିବାକୁ ଟିକିଏ ହେଲେ ଭୟ ନଥାଏ ।)
‘ଦଳ ଦଳ ହୋଇ ଯେଉଁମାନେ ଘର ଛାଡି ଚାଲି ଆସିଥିଲେ, ସେମାନଙ୍କର ଚରମ ଅଭିଶାପ କଟିଗଲା । ବହୁକାଳରୁ ରହିଆସିଥିବା ହାତକଡ଼ିର ଭୟ ମନକୁ ମନ ଭୁଇଁ ତଳେ ଖସି ପଡ଼ିଲା । ସେମାନଙ୍କ ଲଲାଟରେ ଗାନ୍ଧି ମହାରାଜାଙ୍କ ଛାପା ରହିଗଲା ।’
ଭାରତର ସ୍ବାଧୀନତା ଲାଭ ପାଇଁ ମହାତ୍ମା ଗାନ୍ଧିଙ୍କ ଆହ୍ବାନରେ ଯେଉଁ ଚାରି ଦଉଡିକଟା ଲକ୍ଷ ଲକ୍ଷ ନାବାଳକ ତରୁଣ ସ୍କୁଲ କଲେଜ ଛାଡ଼ି ଅହିଂସା ଅସହଯୋଗ ଆନ୍ଦୋଳନରେ ୧୯୨୧ରୁ ୧୯୪୭ ମସିହା ପର୍ଯ୍ୟନ୍ତ ମାତି ଉଠିଥିଲେ ଏବଂ ସବୁପ୍ରକାର ଦୁଃଖ ଯନ୍ତ୍ରଣା ହସି ହସି ବରି ନେଇଥିଲେ, ଏଇ କେତେ ପଦ କବିତାରେ ସେମାନଙ୍କର ନିଖୁଣ ଚିତ୍ର କବି ସୁନ୍ଦର ରୂପେ ଆଙ୍କି ଦେଇଛନ୍ତି । ପରେ ସେହିମାନଙ୍କୁ ବାନର ସେନା ଆଖ୍ୟା ଦିଆଯାଇଥିଲା । ଭାରତର ସ୍ବାଧୀନତା ଲାଭରେ ଏହି ବାନରସେନାଙ୍କ ଆନ୍ଦୋଳନ ଯେ କେତେ ବେଶୀ, ତାହା ସ୍ବାଧୀନ ଭାରତର ଏ ଯୁଗର ନାଗରିକ ବିଶ୍ବାସ କରିପାରିବେ ନାହିଁ ।
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026
Latest News

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.