Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତିରେ ମହାମେଣ୍ଟ; ଦୁଇଟି ସମ୍ଭାବନା ଓ ଦୁଇ ପ୍ରକାର ବିଫଳତା
ବିଶେଷ ଖବର

ଓଡିଶା ରାଜନୀତିରେ ମହାମେଣ୍ଟ; ଦୁଇଟି ସମ୍ଭାବନା ଓ ଦୁଇ ପ୍ରକାର ବିଫଳତା

January 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ରାଜନୀତିରେ ଏବେ ଦୁଇଟି ମହାମେଣ୍ଟର କଥା ଉଠୁଛି। ପ୍ରଥମ କଥା ହେଉଛି, ଜାତୀୟ ସ୍ତରରେ ଯଦି ଏକ ବିଜେପି ବିରୋଧୀ ମହାମେଣ୍ଟ ଗଠନ ହୁଏ ସେଥିରେ ବିଜୁ ଜନତା ଦଳ ସାମିଲ ହେବ ନା ନାହିଁ ଏବଂ ଦ୍ଵିତୀୟ କଥା ହେଉଛି ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଏକ ମହାମେଣ୍ଟ ଗଠିତ ହେବାର ସମ୍ଭାବନା ଅଛି କି? ରାଜନୈତିକ ବାସ୍ତବତା ଦୃଷ୍ଟିରୁ ଏ ଦୁଇଟି ଯାକ ମହାମେଣ୍ଟର ସ୍ଥିତି ବିଫଳତାରୁ ଆରମ୍ଭ ଓ ବିଫଳତାରେ ଇ ସମାପ୍ତ ବୋଲି କୁହାଯାଇପାରେ। କେବଳ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାଲାଗି ସବୁ ବିଜେପି ବିରୋଧୀ ଦଳ ଏକଜୁଟ ହେବେ ବୋଲି ଭାବିବା ଯେତିକି ସରଳ ମାନେ ହେଉଛି, ବାସ୍ତବ ପକ୍ଷେ ତାହା ସେତିକି ଜଟିଳ। ଜାତୀୟ ସ୍ତରରେ ବିଜେପି ଓ କଂଗ୍ରେସ ସହ ସମଦୂରତା ରଖିବା ଅନେକ ରାଜନୈତିକ ଦଳଙ୍କର ବାଧ୍ୟ ବାଧକତା।

ବୈଚାରିକ କାରଣରୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସ ବିଜେପିର  ବିରୋଧୀ ହୋଇଥିଲେ ମଧ୍ୟ କେରଳରେ କଂଗ୍ରେସ ହେଉଛି ସିପିଏମ ର ସବୁଠୁ ବଡ ପ୍ରତିଯୋଗୀ। ଏମିତି ସ୍ଥିତି ଆପାତତଃ ପ୍ରାୟ ସବୁ ରାଜ୍ୟରେ ରହିଛି। ରାଜନୈତିକ ବାସ୍ତବତା ହେଉଛି, ବିଜେପି ନେତୃତ୍ଵରେ ଏନଡିଏ ଓ କଂଗ୍ରେସ ନେତୃତ୍ଵରେ ୟୁପିଏ ବ୍ୟତୀତ ଆଞ୍ଚଳିକ ଦଳମାନନଙ୍କର ଏକ ବିକ୍ଷିପ୍ତ ମେଣ୍ଟ ରହିବାକୁ ବାଧ୍ୟ। ବର୍ତ୍ତମାନ ସ୍ଥିତିରେ ଏହି ବିକ୍ଷିପ୍ତ ହୋଇ ରହିଥିବା ଆଞ୍ଚଳିକ ଦଳମାନେ ଆଗାମୀ ସରକାର ଗଠନରେ ପ୍ରମୁଖ ଭୂମିକା ନେବାର ସମ୍ଭାବନା ଅଧିକ। ଓଡିଶାରେ ନବୀନଙ୍କ ନେତୃତ୍ଵରେ ବିଜେଡି ଏଇ ତୃତୀୟ ଶକ୍ତିର ଅଂଶ ହେବାକୁ ଏକରକମ ବାଧ୍ୟ। କଂଗ୍ରେସ କିମ୍ବା ବିଜେପି ସହ କୌଣସି ପ୍ରକାର ସମ୍ପର୍କ ରଖିବା ବିଜେଡି ପାଇଁ ଅନାବଶ୍ୟକ। ସତ କହିବାକୁ ଗଲେ, ବିଜେଡିର ସମର୍ଥନ  ୟୁପିଏ କିମ୍ବା ଏନଡିଏ ର ବ୍ୟାକୁଳତା ହୋଇପାରେ  , କିନ୍ତୁ ବିଜେଡି ଏମାନଙ୍କ ସମର୍ଥନ ପାଇଁ ବ୍ୟାକୁଳ ହେବର କୌଣସି କାରଣ ନାହିଁ। ୨୦୧୯ ନିର୍ବାଚନ ଜିତିବାର ଆତ୍ମବିଶ୍ଵାସ ବିଜେଡି ଭିତରେ ଭରପୂର ରହିଛି। ତେଣୁ ବିଜେଡି ଓଡିଶାରେ କୌଣସି ମେଣ୍ଟ ଖୋଜିବାର ସମ୍ଭାବନା ନାହିଁ। ମେଣ୍ଟ ରାଜନୀତି ସରକାର ଗଠନର ଆବଶ୍ୟକତା କୁ ନେଇ ହୋଇଥାଏ। ତେଣୁ ବିଜେଡି ପାଇଁ ଆଜି ମେଣ୍ଟ କଳା ଭଳି ପରିସ୍ଥିତି ଆସିନାହିଁ।

ଅପରପକ୍ଷରେ ଦିଲ୍ଲୀ ସରକାର ଗଠନରେ ବିଜେଡି ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ଯଥେଷ୍ଟ ଉଜ୍ଜଳ। ତେଣୁ ନବୀନ ବାରମ୍ବାର ସମଦୂରତାର କଥା କହୁଛନ୍ତି। ନିର୍ବାଚନ ଫଳ ବାହାରିଲା ପରେ ଅବସ୍ଥା ଦେଖି ବ୍ୟବସ୍ଥା କରିବାରେ ବିଜେଡି କୁ ବିଶେଷ ଅସୁବିଧା ହେବନାହିଁ। ଏପଟେ ଓଡିଶା ରାଜନୀତିରେ ନବୀନଙ୍କ ବିରୋଧରେ ଏକ ମହାମେଣ୍ଟ ହେବ କି ବୋଲି ପ୍ରଶ୍ନ ଉଠୁଛି। ତେବେ ନବୀନ ବିରୋଧୀ ମହାମେଣ୍ଟ କଥା ଯିଏ କହୁଛନ୍ତି, ସେ ହେଲେ ଉତ୍କଳ ଭାରତର ସଭାପତି ଶ୍ରୀମାନ ଖାରବେଳ ସ୍ଵାଇଁ । ଖାରବେଳ ବାବୁଙ୍କ ଦଳ ଓଡିଶାରେ ୧% ଭୋଟ ମଧ୍ୟ ପାଇନାହିଁ। ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେପି ସହିତ ଉତ୍କଳ ଭାରତ, ଆମ ଓଡିଶା ପାର୍ଟି, ସମତା କ୍ରାନ୍ତି ଦଳ ଇତ୍ୟାଦି ମେଣ୍ଟ ଗଢିବାର ଆଲୋଚନା କରିଥିଲେ। ତେବେ ଶେଷରେ ତାହା ଫସର ଫାଟି ଯାଇଥିଲା। ଏବେ ପୁଣିଥରେ ଖାରବେଳେ ବାବୁ ମେଣ୍ଟ ଗଠନର ନେତୃତ୍ୱ ନେଉଛନ୍ତି।

ନବୀନ ବିରୋଧୀ ମହାମେଣ୍ଟ ହେବାକୁ ହେଲେ ପ୍ରଥମେ କଂଗ୍ରେସ ଓ ବିଜେପିକୁ ଏକାଠି ହେବାକୁ ପଡିବ। ଯେମିତି ୨୦୦୦ ନିର୍ବାଚନରେ କଂଗ୍ରେସକୁ ହରାଇବାକୁ ବିଜେପି ଓ ବିଜେଡି ଭିତରେ ମେଣ୍ଟ ହୋଇଥିଲା। ବିଜେଡ଼ିର 40+% ଭୋଟହାରକୁ ମୁକାବିଲା କରିବା ପାଇଁ କଂଗ୍ରେସ ଓ ବିଜେପି ଏକାଠି ହେବେ କି? ଏହା କସ୍ମିନ କାଳେ ସମ୍ଭବ ନୁହେଁ। ବାକି ରହିଲା ବିଜେଡି ର ଅସନ୍ତୁଷ୍ଟ ନେତାଙ୍କ ମେଣ୍ଟ। ଏମାନେ ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଓ ଏମାନଙ୍କ ଭିତରୁ କାହାର ଦଳ ନାହିଁ। ଜଣେ ବ୍ୟକ୍ତି ହିଁ ଗୋଟିଏ ଦଳ ନ୍ୟାୟରେ ଚାଲିଥିବା ଏହି ଦଳ ଗୁଡିକ ମେଣ୍ଟ କରି କିଛି ଗୋଟେ ପରିବର୍ତ୍ତନ ଆଣିପାରିବେ ବୋଲି ଭାବିବା ଅଫିମିଆ ସ୍ଵପ୍ନ କେବଳ।

ତେବେ ରାଜ୍ୟରେ  କଂଗ୍ରେସ ସହିତ କମ୍ୟୁନିଷ୍ଟ ପାର୍ଟିମାନଙ୍କର ମେଣ୍ଟ ହେବାର ସମ୍ଭାବନା ଅଧିକ ଉଜ୍ଜଳ ଦିଶୁଛି। ହୁଏତ ସିପିଆଇ ଓ ସିପିଏମ କୁ କଂଗ୍ରେସ ଗୋଟେ ଲେଖାଏଁ ଲୋକସଭା ଆସନ ଛାଡି ଦେଇପାରେ। ସେହିପରି ବିଜେପି ସହିତ କିଛି ଛୋଟ ଦଳ ଶେଷ ମୁହୂର୍ତ୍ତରେ ମିଶିଯାଇ ପାରନ୍ତି। ଏମିତି କିଛି ଛୋଟ ଛୋଟ ସମ୍ଭାବନାକୁ ବାଦ ଦେଲେ ଓଡିଶାରେ କୌଣସି ପ୍ରଭାବଶାଳୀ ମହାମେଣ୍ଟ ଗଠନ ହେବାର ସମ୍ଭାବନା ବିଲକୁଲ ନାହିଁ। ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ତ୍ରୀମୁଖୀ ପ୍ରତିଦ୍ବନ୍ଦ୍ବିତା ହେବା ନିଧାର୍ୟ। ବାକି ସମସ୍ତେ ଏଇ ତିନୋଟି ଶକ୍ତିର ଲାଙ୍ଗୁଡ ଇ ହେବେ।

odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026
Latest News

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026

୧୫ ବର୍ଷ ପରେ ଟେବୁଲ ଟପର ହେଲା RCB: ଜାଣନ୍ତୁ ଇତିହାସରେ କେତେଥର ହେଲା ନମ୍ବର ୧

May 23, 2026

‘ଅନଲାଇନ୍ ପ୍ଲାଟଫର୍ମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି’: କୋକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କ ଦାବି

May 23, 2026

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.